Jump to content

ଶିବକୁମାର ଶର୍ମା

ଉଇକିପିଡ଼ିଆ‌ରୁ
ଶିବକୁମାର ଶର୍ମା
ଶିବକୁମାର ଶର୍ମା ୨୦୧୬ ମସିହାରେ
Background information
ଜନ୍ମ(1938-01-13)୧୩ ଜାନୁଆରୀ ୧୯୩୮
ଜମ୍ମୁ, ଜମ୍ମୁ ଓ କଶ୍ମୀର
ମୃତ୍ୟୁ୧୦ ମଇ ୨୦୨୨(2022-05-10) (ବୟସ ୮୪)[୧]
ମୁମ୍ବାଇ, ଭାରତ
ଶୈଳୀହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ
ପେଷାସଙ୍ଗୀତ ନିର୍ଦ୍ଦେଶକ
ବାଦ୍ୟଯନ୍ତ୍ରସନ୍ତୁର, ତବଲା
କାର୍ଯ୍ୟକାଳ୧୯୫୫-୨୦୨୨
ଅନ୍ୟ ଅଂଶଗ୍ରହଣରାହୁଳ ଶର୍ମା (ପୁଅ)
ହରିପ୍ରସାଦ ଚୌରାସିଆ
ୱେବସାଇଟsantoor.com

ଶିବକୁମାର ଶର୍ମା (୧୩ ଜାନୁଆରୀ ୧୯୩୮-୧୦ ମେ ୨୦୨୨) ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ସନ୍ତୁର ବାଦକ ଥିଲେ । ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦ୍ୟଯନ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ ।[୨][୩][୪] ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ସେ ଶିବ-ହରି ନାମରେ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।

ସେ ୧୯୮୬ ମସିହାରେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ୧୯୯୧ ମସିହାରେ ପଦ୍ମଶ୍ରୀ ଓ ୨୦୦୧ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶିବକୁମାର, ୧୯୩୮ ମସିହାରେ ଜମ୍ମୁଠାରେ ଏକ ସଙ୍ଗୀତପ୍ରେମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ପିତା ଉମାଦତ୍ତ ଶର୍ମା ଜଣେ ଗାୟକ ଓ ତବଲା ବାଦକ ଥିଲେ ।[୬][୭][୮] ତାଙ୍କ ପିତା ଶିବକୁମାରଙ୍କୁ ୫ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷାଦେବା ଆରମ୍ଭ କରିଥିଲେ ।[୭] କ୍ରମେ ପିତା ତାଙ୍କୁ ସନ୍ତୁର ଶିଖିବା ନିମନ୍ତେ ପ୍ରେରିତ କରିଥିଲେ । ସନ୍ତୁର ଏକ ଲୋକ ବାଦ୍ୟ ଓ ଏହାର ସୃଷ୍ଟି ପର୍ସିଆରେ ହୋଇଥିଲା । କାଶ୍ମୀରରେ ଏହି ବାଦ୍ୟର ବହୁଳ ବ୍ୟବହାର ହେଉଥିଲା । ପାରମ୍ପାରିକ କାଶ୍ମୀର ଲୋକଗୀତ ସହିତ ସୁଫୀ ସଙ୍ଗୀତର ମେଳକୁ ପିତା ଉମାଦତ୍ତ ଶର୍ମା ଆବିଷ୍କାର କରିଥିଲେ ଓ ପୁଅ ଶିବକୁମାରଙ୍କୁ ସନ୍ତୁରରେ ସେ ସଙ୍ଗୀତ ବଜେଇବାକୁ ପ୍ରେରିତ କରିଥିଲେ ।[୫] ଶିବକୁମାର ୧୩ ବର୍ଷ ବୟସରୁ ସନ୍ତୁର ଶିଖିବା ଆରମ୍ଭ କରିଥିଲେ ଓ ୧୯୫୫ ମସିହାରେ ମୁମ୍ବାଇଠାରେ ସେ ନିଜର ପ୍ରଥମ ସନ୍ତୁର ବାଦ୍ୟ ପ୍ରଦର୍ଶନ କରିଥିଲେ ।[୯]

ସଙ୍ଗୀତଜ୍ଞ ଜୀବନ

[ସମ୍ପାଦନା]
ଶିବକୁମାର ୧୯୮୮ ମସିହାରେ

ଶିବକୁମାର, ନିଜ ପିତାଙ୍କ ସହିତ ସନ୍ତୁର ବଜାଇବା ଆରମ୍ଭ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁରର ବ୍ୟବହାରରେ ଶ୍ରେୟ ତାଙ୍କୁ ମିଳେ ।[୪][୧୦] ହରିପ୍ରସାଦ ଚୌରାସିଆଙ୍କ ସହ ବଂଶୀରେ ଓ ଜାକିର ହୁସେନଙ୍କ ସହ ତବଲାରେ ଅନେକ ଥର ଯୁଗଳବନ୍ଦୀ ପ୍ରଦର୍ଶନ କରିଥିଲେ ।[୫] ୧୯୬୭ ମସିହାରେ ହରିପ୍ରସାଦ ଚୌରାସିଆ ଓ ଗିଟାର ବାଦକ ବ୍ରିଜ ଭୂଷଣ କାବ୍ରାଙ୍କ ସହ ମିଳିତ ଭାବରେ ସେ କଲ ଅଫ ଦ ଭ୍ୟାଲି ନାମରେ ଏକ ଆଲବମ ପ୍ରସ୍ତୁତ କରିଥିଲେ । ଏହି ଆଲବମଟି ସର୍ବକାଳୀନ ଲୋକପ୍ରିୟ ଶାସ୍ତ୍ରୀୟ ସଙ୍ଗୀତ ଆଲବମମାନଙ୍କ ଭିତରେ ପରିଗଣିତ ହୁଏ ।[୧][୧୦]

ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ୧୯୫୬ ମସିହାରେ ଭି ଶାନ୍ତାରାମଙ୍କ ଝନକ ଝନକ ପାୟଲ ବାଜେ ଚଳଚ୍ଚିତ୍ରର ଏକ ଅଂଶରେ ସେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।[୧୧] ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ଶିବ-ହରି ନାମରେ[୧୧] ସେ ସିଲସିଲା (୧୯୮୦)[୧୨] , ଫାସଲେ (୧୯୮୫) , ଚାନ୍ଦନୀ (୧୯୮୯) , ଲମ୍ହେ (୧୯୯୧) , ଡର (୧୯୯୩)[୧୩] ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ରାହୁଳ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୬୫ ମସିହାରେ ଚଳଚ୍ଚିତ୍ର ଗାଇଡ଼ର ଗୀତ ମୋ ସେ ଛଲ କିଏ ଯାଏରେ ସେ ତବଲା ବାଦନ କରିଥିଲେ ।[୧୪]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶିବକୁମାର, ମନୋରମାଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ।[୬][୧୫][୭] ତାଙ୍କ ପୁଅ ରାହୁଲ ମଧ୍ୟ ଜଣେ ସନ୍ତୁର ବାଦକ[୧୬][୧୭] ଓ ପିତାଙ୍କ ସହ ୧୯୯୬ ମସିହାରୁ ମଞ୍ଚରେ ସନ୍ତୁର ବାଦନ କରିଛନ୍ତି ।[୧୮][୧୯]

ମୃତ୍ୟୁ

[ସମ୍ପାଦନା]

୨୦୨୨ ମସିହା ମେ ମାସ ୧୦ତାରିଖରେ ହୃଦ୍‌ରୋଧ ଯୋଗୁ ଶିବକୁମାରଙ୍କର ପରଲୋକ ଘଟିଥିଲା ।[୨୦][୨୧]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ସଙ୍ଗୀତ ନାଟକ ଏକାଡ଼େମୀ ଫେଲୋସିପ ଗ୍ରହଣ କରୁଥିବା ଅବସରରେ
  • ପଦ୍ମ ଭୂଷଣ - ୨୦୦୧
  • ପଦ୍ମଶ୍ରୀ - ୧୯୯୧[୨୨]
  • ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୬[୨୩]
  • ବାଲ୍ଟିମୋର ସହରର ସମ୍ମାନଜନକ ନାଗରିକତା - ୧୯୮୫,[୨୪]
  • ପ୍ଲାଟିନୋମ ଡିସ୍କ, କଲ ଅଫ ଦ ଭ୍ୟାଲି ଆଲବମ ପାଇଁ
  • ପ୍ଲାଟିନୋମ ଡିସ୍କ, ସିଲସିଲା ଚଳଚ୍ଚିତ୍ର ପାଇଁ
  • ଗୋଲ୍ଡ ଡିସ୍କ, ଫାସଲେ ଚଳଚ୍ଚିତ୍ର ପାଇଁ
  • ପ୍ଲାଟିନୋମ ଡିସ୍କ, ଚାନ୍ଦନୀ ଚଳଚ୍ଚିତ୍ର ପାଇଁ
  • ପଣ୍ଡିତ ଚତୁର ଲାଲ ଏକ୍ସେଲେନ୍ସ ସମ୍ମାନ - ୨୦୧୫
  1. 1 2 "Santoor maestro Pandit Shivkumar Sharma passes away". Indian Express. 10 May 2022. Archived from the original on 11 May 2022. Retrieved 10 May 2022.
  2. ↑ "Santoor strains music to ears of unborn too". Indian Express. 10 November 2005. Archived from the original on 25 November 2011. Retrieved 7 February 2009.
  3. ↑ "Santoor magic". The Hindu. Chennai, India. 27 February 2005. Archived from the original on 5 March 2005.
  4. 1 2 "Santoor comes of age, courtesy Pandit Shivkumar Sharma". Indian Express. 8 January 2009. Archived from the original on 3 October 2012. Retrieved 7 February 2009.
  5. 1 2 3 Tsioulcas, Anastasia (2022-05-10). "Celebrated Indian musician and composer Shivkumar Sharma has died at age 84". NPR (in ଇଂରାଜୀ). Archived from the original on 11 May 2022. Retrieved 2022-05-10.
  6. 1 2 "Note by note". The Times of India. 13 October 2002. Archived from the original on 7 June 2011. Retrieved 7 February 2009.
  7. 1 2 3 "Music is an expression of human emotions". rediff.com. 20 August 1999. Archived from the original on 7 June 2011. Retrieved 7 February 2009.
  8. ↑ Gilbert, Andrew (16 November 2007). "Masters of the East come West". Boston Globe. Archived from the original on 24 September 2015. Retrieved 7 February 2009.
  9. ↑ parab, bhagwan (2022-05-11). "Shivkumar Sharma, the santoor king, dies at 84". Deccan Chronicle (in ଇଂରାଜୀ). Archived from the original on 11 May 2022. Retrieved 2022-05-10.
  10. 1 2 Lavezzoli, Peter (2006). The Dawn of Indian Music in the West. Continuum International Publishing Group. p. 32. ISBN 0-8264-1815-5. Archived from the original on 4 July 2014. Retrieved 23 October 2016.
  11. 1 2 "Enchantment from Eden valley". The Hindu. Chennai, India. 6 April 2000. Archived from the original on 7 November 2012. Retrieved 15 February 2009.
  12. ↑ "I just pick up the flute and feel the urge to play". Financial Express. 19 February 2000. Archived from the original on 30 July 2012. Retrieved 15 February 2009.
  13. ↑ "Shivkumar Sharma dies at 84: How Yash Chopra believed in santoor legend, gave us Silsila, Lamhe, Chandni and Darr". The Indian Express (in ଇଂରାଜୀ). 2022-05-10. Archived from the original on 11 May 2022. Retrieved 2022-05-10.
  14. ↑ Bhattacharjee, Balaji Vittal and Anirudha. "Back-to-back heartbreak: SD Burman's 'Guide' experiment remains unparalleled in Hindi film music". Scroll.in (in ଆମେରିକୀୟ ଇଂରାଜୀ). Archived from the original on 11 May 2022. Retrieved 2022-05-10.
  15. ↑ "Sultan of strings: Shivakumar Sharma". DNA. 18 August 2006. Archived from the original on 11 May 2022. Retrieved 7 February 2009.
  16. ↑ "Virasaat". rediff.com. 18 March 1998. Archived from the original on 16 May 2008. Retrieved 7 February 2009.
  17. ↑ Dastur, Nicole (3 July 2006). "What's Rahul Sharma's Dalai Lama connection?". Times of India. Archived from the original on 14 November 2012. Retrieved 7 February 2009.
  18. ↑ "Santoor notes that bind: father- son 'Jugalbandi'". livemint.com. 1 July 2007. Archived from the original on 20 December 2019. Retrieved 7 February 2009.
  19. ↑ "Inner Melodies". Indian Express. 29 July 2008. Archived from the original on 3 October 2012. Retrieved 7 February 2009.
  20. ↑ "Pandit Shivkumar Sharma Dies: Santoor Maestro and Music Composer Passes Away at 84 Due to Cardiac Arrest". LatestLY. Archived from the original on 10 May 2022. Retrieved 10 May 2022.
  21. ↑ The Hindu (10 May 2022). "Santoor maestro Shivkumar Sharma passes away" (in Indian English). Archived from the original on 10 May 2022. Retrieved 10 May 2022.
  22. ↑ "Padma Awards". Ministry of Communications and Information Technology (India). Archived from the original on 29 March 2012. Retrieved 13 May 2009.
  23. ↑ "Sangeet Natak Akademi Awards – Hindustani Music – Instrumental". Sangeet Natak Akademi. Archived from the original on 16 August 2007. Retrieved 13 May 2009.
  24. ↑ "Profile". India Today. Archived from the original on 27 April 2009. Retrieved 7 February 2009.