ହାଣ୍ଡି
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ହାଣ୍ଡି ହେଉଛି ଏକ ଖାଲୁଆ ଏବଂ ଚଉଡା ମୁହଁ ଥିବା ପାତ୍ର । ଏହାକୁ ସାଧାରଣତଃ ଉତ୍ତର ଭାରତର ଲୋକମାନଙ୍କଦ୍ୱାରା ରୋଷେଇବାସ କରିବା ପାଇଁ ବ୍ୟବହାର କରାଯାଏ । ଏହା ଖାଦ୍ୟ ପଦାର୍ଥ ସାଇତି ରଖିବା ପାଇଁ ତଥା ଖାଇବା ସମୟରେ ଖାଦ୍ୟ ପରଶିବାରେ ମଧ୍ୟ ବ୍ୟବହୃତ ହୋଇଥାଏ । ବିଭିନ୍ନ ସ୍ଥାନର ଚଳଣି ଓ ବ୍ୟବହାରକୁ ନେଇ ହାଣ୍ଡିର ଆକାର, ପ୍ରକାର ଓ ଗଠନ ବିଭିନ୍ନ ପ୍ରକାରର ହୋଇଥାଏ । କେଉଁଠାରେ ଲୋକମାନେ ମାଟିରେ ତିଆରି ହାଣ୍ଡି ବ୍ୟବହାର କରନ୍ତି ,ତ କିଛି ସ୍ଥାନରେ ତମ୍ବା,ପିତ୍ତଳ, ରୂପା ଇତ୍ୟାଦି ଅନ୍ୟାନ୍ୟ ଧାତୁରେ ତିଆରି ହାଣ୍ଡିର ବ୍ୟବହାର ଦେଖିବାକୁ ମିଳିଥାଏ ।
ଭାରତ ଛଡା ପାକିସ୍ତାନ,ନେପାଳ ଓ ମିଆଁମାର ଭଳି କେତେକ ଦେଶରେ ମଧ୍ୟ ଅନ୍ୟ ବାସନକୁସନ ସହିତ ହାଣ୍ଡିର ବ୍ୟବହାର ଦେଖିବାକୁ ମିଳେ । ଅଲଗା ଅଲଗା ସ୍ଥାନରେ ଏହାକୁ ଅଲଗା ନାମରେ ଜଣାଯାଏ ।