ଶରନ ରାନୀ ବକଲିୱାଲ

ଉଇକିପିଡ଼ିଆ ରୁ
Jump to navigation Jump to search
ଶରନ ରାନୀ ବକଲିୱାଲ
ଫାଇଲ:Sharan Rani.jpg
ଶରନ ରାନୀ
Background information
Birth nameଶରନ ରାନୀ ମାଥୁର
Bornଅପ୍ରେଲ ୯, ୧୯୨୯(1929-04-09)
ଦିଲ୍ଲୀ
Died୮ ଅପ୍ରେଲ ୨୦୦୮(2008-04-08) (ବୟସ ୭୮)
ଦିଲ୍ଲୀ
GenresIndian classical music
Occupation(s)ବାଦକ ଓ ସଙ୍ଗୀତ ପଣ୍ଡିତ
Instrumentsସରୋଦ (sarod)

ଶରନ ବକଲିୱାଲ, ଅନ୍ୟ ନାମ ରାନୀ ବକଲିୱାଲ, ନୀ ମାଥୁର (ଇଂରାଜୀ ଭାଷାରେ Sharan Rani (Sharan Rani Backliwal, née Mathur) (୯ ଏପ୍ରିଲ ୧୯୨୯ – ୮ ଏପ୍ରିଲ ୨୦୦୮) ଜଣେ ଭାରତୀୟ ଶାସ୍ତ୍ରୀୟ (Indian classical) ସରୋଦ ବାଦକ ଓ ସଙ୍ଗୀତ ବିଶାରଦ ଥିଲେ । [୧][୨]

ଘରୋଇ ଭାବରେ ସେ ୧୫ରୁ ୧୭ ଶତାବ୍ଦୀର ୩୭୯ ପ୍ରକାର ବାଦ୍ୟ ଯନ୍ତ୍ର ସଂଗ୍ରହ କରିଥିଲେ ଯାହା ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ (National Museum) "ଶରନ ରାନୀ ବକଲିୱାଲ‌ ଗ୍ୟାଲେରୀ ବାଦ୍ୟ ଯନ୍ତ୍ର" ନାମରେ ରଖାଯାଇଛି ।[୩]

ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ପୁରୁଣା ଦିଲ୍ଲୀର (Old Delhi) ଏକ ଜଣାଶୁଣା ବେପାରୀ ଓ ଶିକ୍ଷାବିତ୍ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଶରନ ରାନୀ ମାଥୁର ଜନ୍ମ ଗ୍ରହଣ କରିଥିଲେ ।[୩] ଶରନ ରାନୀ ଅଳ୍ପ ବୟସ୍କା ଥିଲା ବେଳେ ଉସ୍ତାଦ ଆଲ୍ଲାଉଦିନ ଖାଁ (Allauddin Khan) ଓ ତାଙ୍କ ସୁପୁତ୍ର ଅଲି ଆକବର ଖାଁଙ୍କଠାରୁ Ali Akbar Khan) ସରୋଦ ବାଦନ ଶିକ୍ଷା କରିଥିଲେ ।

ପାରିବାରିକ ବିରୋଧ ସତ୍ୱେ ଶରନ ରାନୀ ତାଙ୍କର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ତାଙ୍କ କାଳରେ ବଂଶଗତ (gharanas) ପେଷା, ଦରବାର ନର୍ତ୍ତକୀ ବା nautch ବାଇଜୀମାନଙ୍କ (baijis) ବ୍ୟତୀତ କୌଣସି ଅଣସଙ୍ଗୀତ ଓ ସମ୍ମାନନୀୟ ପରିବାରର ଝିଅ ଏହି ପେଷାକୁ ଆଦର କରୁନଥିଲେ । ଅଛନ ମହାରାଜଙ୍କଠାରୁ କଥକ ଶାସ୍ତ୍ରୀୟ ନୃତ୍ୟ ଓ ନଭ କୁମାର ସିନହାଙ୍କଠାରୁ ମଣିପୁରୀ ନୃତ୍ୟ ଶିଖିଥିଲେ ।[୪] ସନ ୧୯୫୩ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ (Delhi University) ଏମ‌.ଏ. ଡିଗ୍ରୀ ହାସଲ କରିଥିଲେ ଓ ଇନ୍ଦ୍ରପ୍ରସ୍ଥ ମହିଳା କଲେଜରେ (Indraprastha College for Women) ଶିକ୍ଷା ଲାଭ କରିଥିଲେ ।

ସଙ୍ଗୀତ ଜୀବନ[ସମ୍ପାଦନା]

ସନ ୧୯୩୦ର ଶେଷ ଭାଗରୁ ଆରମ୍ଭ କରି ୭୦ ବର୍ଷ ଧରି ଭାରତର ସଙ୍ଗୀତ କାର୍ଯ୍ୟକ୍ରମମାନଙ୍କରେ ଶରନ ରାନୀ ଯୋଗଦାନ କରିଥିଲେ । ୟୁନେସ୍କୋ ନିମନ୍ତେ ରେକର୍ଡ଼ କରାଯାଉଥିବା ଲୋକଙ୍କ ମଧ୍ୟରେ ତାଙ୍କ ନାମ ଅଛି ଓ ଇଂଲଣ୍ଡ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୂଖ୍ୟ ରେକର୍ଡ଼ କମ୍ପାନୀ ଗୁଡ଼ିକ ତାଙ୍କ ସଙ୍ଗୀତର ରେକର୍ଡ଼ ରିଲିଜ କରିଥିଲେ । ଜ‌ୱାହରଲାଲ ନେହରୁଙ୍କ (Jawaharlal Nehru) ମତରେ ସେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ ।[୫]

ଧ୍ରୁପଦ ପରମ୍ପରା ଲୋପ ପାଇଆସୁଥିବା ଅନୁଭବ କରି ସେ ତାବଲା ଓ ପଖଉଜ ସଙ୍ଗମ ସ‌ହିତ କେତେକ ଏକ‌କ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ।

ଅଲ ଇଣ୍ଡିଆ ରେଡିଓ (All India Radio) ଓ ଦୂରଦର୍ଶନର (Doordarshan) ପ୍ରାରମ୍ଭିକ କଳାକାରଙ୍କ ମଧ୍ୟରେ ତାଙ୍କର ନାମ ଥିଲା ।

ସଂଗୃହିତ ବାଦ୍ୟ ଯନ୍ତ୍ର[ସମ୍ପାଦନା]

ଜାତୀୟ ସଂଗ୍ରହାଳୟରେ ଥିବା ଶରନ ରାନୀ ବକଲିୱାଲ‌ ଗ୍ୟାଲେରୀ
ଶରନ ରାନୀଙ୍କ ସଂଗୃହିତ ବିଭିନ୍ନ ବାଦ୍ୟ‌ଯନ୍ତ୍ର

୧୫ତମ - ୧୯ତମ ଶତାବ୍ଦୀ ମଧ୍ୟରେ ଥିବା ବିଭିନ୍ନ ଘରାନା ଓ ସ୍ଥାନର ବାଦ୍ୟ‌ଯନ୍ତ୍ରମାନ ସେ ସଂଗ୍ରହ କରିଥିଲେ । ନିମ୍ନରେ ତାଙ୍କ ମଧ୍ୟରୁ କିଛି ଯନ୍ତ୍ରମାନଙ୍କର ନାମ ଦିଆଗଲା ।[୬]

  • ମୟୁତୀ ସିତାର (୧୮୫୦), ରାଜସ୍ଥାନର ରାଜ ପରିବାରରୁ ସଂଗ୍ରହ କରାଯାଇଥିଲା ।
  • ଟାଇଗର ହେଡ ରବାବ - କାଶ୍ମୀରରୁ
  • ଦରବାରୀ ସିତାର (୧୮୫୦)
  • ବୀଣା (୧୮୨୫)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଭାରତ ସରକାର ସନ ୨୦୦୪ରେ କେତେକ କଳାକାରଙ୍କୁ 'ଜାତୀୟ କଳାକାର' ଭାବରେ ସମ୍ମାନିତ କରିଥିଲେ । ଏହି ସମ୍ମାନ ସଂଗ୍ରହ କରିବାରେ ଶରନ ରାନୀ ଏକମାତ୍ର ମହିଳା କଳାକାର ଥିଲେ ।

ଶରନ ରାନୀ ପାଇଥିବା ସମ୍ମାନ ଓ ପୁରସ୍କାର:

  • ବିଷ୍ଣୁ ଦିଗମ୍ବର ପାରିତୋଷିକ (୧୯୫୩)
  • ପଦ୍ମଶ୍ରୀ (୧୯୬୮) [୭]
  • ସାହିତ୍ୟ କଳା ପରିଷଦ (Sahitya Kala Parishad ପୁରସ୍କାର (୧୯୭୪)[୮]
  • ଆଚାର୍ଯ୍ୟ ଓ ତନ୍ତ୍ରୀ ବିଳାସ ('Acharya' and ‘Tantri Vilas') (୧୯୭୯)
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) (୧୯୮୬) [୯]
  • ରାଜିବ ଗାନ୍ଧି ପୁରସ୍କାର ଉତ୍କୃଷ୍ଟ କର୍ମ ନିମନ୍ତେ (୧୯୯୩)
  • ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ପୂର୍ବତନ ଛାତ୍ରୀ (୧୯୯୭)
  • ଜାତୀୟ ଉତ୍କୃଷ୍ଟତା ପୁରସ୍କାର (୧୯୯୯)
  • ପଦ୍ମ ଭୂଷଣ (Padma Bhushan) (୨୦୦୦)[୭]
  • ଆଜୀବନ କୃତିତ୍ୱ ପୁରସ୍କାର (୨୦୦୦)
  • ମହାରାଣା ମେୱାର ଫାଉଣ୍ଡେସନ ପୁରସ୍କାର (୨୦୦୪)
  • ଭୋପାଳରୁ କଳା ପରିଷଦ ପୁରସ୍କାର (୨୦୦୫)

ବ୍ୟକ୍ତଗତ ଜୀବନ[ସମ୍ପାଦନା]

ତେହେରାନର ସଙ୍ଗୀତ କାର୍ଯ୍ୟକ୍ରମରେ ସରୋଦ ବାଦ୍ୟ ପରିବେଷଣ କରୁଥିବା ଶରନ ରାନୀ ।

ଦିଲ୍ଲୀର ଦିଗମ୍ବର ଜୈନ ବ୍ୟବସାୟିକ ପରିବାରର ସୁଲତାନ ସିଂହ ବକଲିୱାଲଙ୍କୁ ସେ ସନ ୧୯୬୦ରେ ବିବାହ କରିଥିଲେ । ସନ ୧୯୭୪ରେ ତାଙ୍କର ରାଧିକା ନାରାୟଣ ନାମ୍ନୀ ଏକ କନ୍ୟା ଜାତ ହୋଇଥିଲା ।[୩] କିଛି ବର୍ଷ କର୍କଟ ରୋଗ‌ଗ୍ରସ୍ତ ହୋଇ ଅବଶେଷରେ ୮ ଏପ୍ରିଲ ୨୦୦୮ରେ ୭୯ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. "Sharan Rani passes away: (1929 - 2008)". ITC Sangeet Research Academy. Archived from the original on 16 May 2008.
  2. "When the music faded: Sharan Rani Backliwal, India's first woman sarod exponent, is no more". The Hindu. Apr 11, 2008.
  3. ୩.୦ ୩.୧ ୩.୨ "Collecting musical instruments with a mission". The Times of India. Sep 25, 2002.
  4. "Strumming new tunes". India Today. March 6, 2008.
  5. "When the music faded". The Hindu (in ଇଂରାଜୀ). Retrieved 2017-04-18.
  6. "Collecting musical instruments with a mission - Times of India". The Times of India. Retrieved 2017-04-18.
  7. ୭.୦ ୭.୧ "Padma Awards Directory (1954-2009)" (PDF). Ministry of Home Affairs. Archived from the original (PDF) on 10 May 2013.
  8. "Tribute to a Maestro-Sharan Rani".
  9. "SNA: List of Akademi Awardees". Sangeet Natak Akademi Official website. Archived from the original on 17 February 2012.