ଶରନ ରାନୀ ବକଲିୱାଲ

ଉଇକିପିଡ଼ିଆ‌ରୁ
ଶରନ ରାନୀ ବକଲିୱାଲ
ଜନ୍ମ ସମୟରେ ନାମଶରନ ରାନୀ ମାଥୁର
ଜନ୍ମ(1929-04-09)୯ ଅପ୍ରେଲ ୧୯୨୯
ଦିଲ୍ଲୀ
ମୃତ୍ୟୁ୮ ଅପ୍ରେଲ ୨୦୦୮(2008-04-08) (ବୟସ ୭୮)
ଦିଲ୍ଲୀ
ଶୈଳୀଭାରତୀୟ ଶାସ୍ତ୍ରୀୟ ସଂଗୀତ
ପେଷାବାଦକ ଓ ସଙ୍ଗୀତ ପଣ୍ଡିତ
ବାଦ୍ୟଯନ୍ତ୍ରସରୋଦ

ଶରନ ବକଲିୱାଲ, ଅନ୍ୟ ନାମ ରାନୀ ବକଲିୱାଲ, ନୀ ମାଥୁର (୯ ଅପ୍ରେଲ ୧୯୨୯ – ୮ ଅପ୍ରେଲ ୨୦୦୮) ଜଣେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ଓ ସଙ୍ଗୀତ ବିଶାରଦ ଥିଲେ । [୧][୨]

ଘରୋଇ ଭାବରେ ସେ ୧୫ରୁ ୧୭ ଶତାବ୍ଦୀର ୩୭୯ ପ୍ରକାର ବାଦ୍ୟ ଯନ୍ତ୍ର ସଂଗ୍ରହ କରିଥିଲେ ଯାହା ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ "ଶରନ ରାନୀ ବକଲିୱାଲ‌ ବାଦ୍ୟ ଯନ୍ତ୍ର ଗ୍ୟାଲେରି"ରେ ରଖାଯାଇଛି ।[୩]

ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ଦିଲ୍ଲୀର ଏକ ବେପାରୀ ଓ ଶିକ୍ଷାବିତ୍ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଶରନ ରାନୀ ମାଥୁର ଜନ୍ମ ଗ୍ରହଣ କରିଥିଲେ ।[୩] ଶରନ ରାନୀ ଅଳ୍ପ ବୟସ୍କା ଥିଲା ବେଳେ ଉସ୍ତାଦ ଆଲ୍ଲାଉଦିନ ଖାଁ ଓ ତାଙ୍କ ସୁପୁତ୍ର ଅଲି ଆକବର ଖାଁଙ୍କଠାରୁ ସରୋଦ ବାଦନ ଶିକ୍ଷା କରିଥିଲେ ।

ପାରିବାରିକ ବିରୋଧ ସତ୍ତ୍ୱେ ଶରନ ରାନୀ ତାଙ୍କର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ତାଙ୍କ କାଳରେ ବଂଶଗତ ପେଷା, ଦରବାର ନର୍ତ୍ତକୀ ବା ବାଇଜୀମାନଙ୍କ ବ୍ୟତୀତ କୌଣସି ଅଣସଙ୍ଗୀତ ଓ ସମ୍ମାନନୀୟ ପରିବାରର ଝିଅ ଏହି ପେଷାକୁ ଆଦର କରୁନଥିଲେ । ଅଛନ ମହାରାଜଙ୍କଠାରୁ କଥକ ଶାସ୍ତ୍ରୀୟ ନୃତ୍ୟ ଓ ନଭ କୁମାର ସିନହାଙ୍କଠାରୁ ମଣିପୁରୀ ନୃତ୍ୟ ଶିଖିଥିଲେ ।[୪] ସନ ୧୯୫୩ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମ‌.ଏ. ଡିଗ୍ରୀ ହାସଲ କରିଥିଲେ ଓ ଇନ୍ଦ୍ରପ୍ରସ୍ଥ ମହିଳା କଲେଜରେ ଶିକ୍ଷା ଲାଭ କରିଥିଲେ ।

ସଙ୍ଗୀତ ଜୀବନ[ସମ୍ପାଦନା]

ସନ ୧୯୩୦ର ଶେଷ ଭାଗରୁ ଆରମ୍ଭ କରି ୭୦ ବର୍ଷ ଧରି ଭାରତର ସଙ୍ଗୀତ କାର୍ଯ୍ୟକ୍ରମମାନଙ୍କରେ ଶରନ ରାନୀ ଯୋଗଦାନ କରିଥିଲେ । ୟୁନେସ୍କୋ ନିମନ୍ତେ ରେକର୍ଡ଼ କରାଯାଉଥିବା ଲୋକଙ୍କ ମଧ୍ୟରେ ତାଙ୍କ ନାମ ଅଛି ଓ ଇଂଲଣ୍ଡ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୂଖ୍ୟ ରେକର୍ଡ଼ କମ୍ପାନୀ ଗୁଡ଼ିକ ତାଙ୍କ ସଙ୍ଗୀତର ରେକର୍ଡ଼ ରିଲିଜ କରିଥିଲେ । ଜ‌ବାହରଲାଲ ନେହରୁଙ୍କ ମତରେ ସେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ ।[୫]

ଧ୍ରୁପଦ ପରମ୍ପରା ଲୋପ ପାଇଆସୁଥିବା ଅନୁଭବ କରି ସେ ତାବଲା ଓ ପଖଉଜ ସଙ୍ଗମ ସ‌ହିତ କେତେକ ଏକ‌କ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଅଲ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନର ପ୍ରାରମ୍ଭିକ କଳାକାରଙ୍କ ମଧ୍ୟରେ ତାଙ୍କର ନାମ ଥିଲା ।

ସଂଗୃହିତ ବାଦ୍ୟ ଯନ୍ତ୍ର[ସମ୍ପାଦନା]

ଜାତୀୟ ସଂଗ୍ରହାଳୟରେ ଥିବା ଶରନ ରାନୀ ବକଲିୱାଲ‌ ଗ୍ୟାଲେରି
ଶରନ ରାନୀଙ୍କ ସଂଗୃହିତ ବିଭିନ୍ନ ବାଦ୍ୟ‌ଯନ୍ତ୍ର

୧୫ତମ - ୧୯ତମ ଶତାବ୍ଦୀ ମଧ୍ୟରେ ଥିବା ବିଭିନ୍ନ ଘରାନା ଓ ସ୍ଥାନର ବାଦ୍ୟ‌ଯନ୍ତ୍ରମାନ ସେ ସଂଗ୍ରହ କରିଥିଲେ । ନିମ୍ନରେ ତାଙ୍କ ମଧ୍ୟରୁ କିଛି ଯନ୍ତ୍ରମାନଙ୍କର ନାମ ଦିଆଗଲା ।[୬]

  • ମୟୁତୀ ସିତାର (୧୮୫୦), ରାଜସ୍ଥାନର ରାଜ ପରିବାରରୁ ସଂଗ୍ରହ କରାଯାଇଥିଲା ।
  • ଟାଇଗର ହେଡ ରବାବ - କାଶ୍ମୀରରୁ
  • ଦରବାରୀ ସିତାର (୧୮୫୦)
  • ବୀଣା (୧୮୨୫)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଭାରତ ସରକାର ସନ ୨୦୦୪ରେ କେତେକ କଳାକାରଙ୍କୁ 'ଜାତୀୟ କଳାକାର' ଭାବରେ ସମ୍ମାନିତ କରିଥିଲେ । ଏହି ସମ୍ମାନ ସଂଗ୍ରହ କରିବାରେ ଶରନ ରାନୀ ଏକମାତ୍ର ମହିଳା କଳାକାର ଥିଲେ ।

ଶରନ ରାନୀ ପାଇଥିବା ସମ୍ମାନ ଓ ପୁରସ୍କାର:

  • ବିଷ୍ଣୁ ଦିଗମ୍ବର ପାରିତୋଷିକ (୧୯୫୩)
  • ପଦ୍ମଶ୍ରୀ (୧୯୬୮) [୭]
  • ସାହିତ୍ୟ କଳା ପରିଷଦ ପୁରସ୍କାର (୧୯୭୪)[୮]
  • ଆଚାର୍ଯ୍ୟ ଓ ତନ୍ତ୍ରୀ ବିଳାସ (୧୯୭୯)
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୬) [୯]
  • ରାଜିବ ଗାନ୍ଧୀ ପୁରସ୍କାର ଉତ୍କୃଷ୍ଟ କର୍ମ ନିମନ୍ତେ (୧୯୯୩)
  • ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ପୂର୍ବତନ ଛାତ୍ରୀ (୧୯୯୭)
  • ଜାତୀୟ ଉତ୍କୃଷ୍ଟତା ପୁରସ୍କାର (୧୯୯୯)
  • ପଦ୍ମ ଭୂଷଣ (୨୦୦୦)[୭]
  • ଆଜୀବନ କୃତିତ୍ୱ ପୁରସ୍କାର (୨୦୦୦)
  • ମହାରାଣା ମେୱାର ଫାଉଣ୍ଡେସନ ପୁରସ୍କାର (୨୦୦୪)
  • ଭୋପାଳରୁ କଳା ପରିଷଦ ପୁରସ୍କାର (୨୦୦୫)

ବ୍ୟକ୍ତଗତ ଜୀବନ[ସମ୍ପାଦନା]

ତେହେରାନର ସଙ୍ଗୀତ କାର୍ଯ୍ୟକ୍ରମରେ ସରୋଦ ବାଦ୍ୟ ପରିବେଷଣ କରୁଥିବା ଶରନ ରାନୀ ।

ଦିଲ୍ଲୀର ଦିଗମ୍ବର ଜୈନ ବ୍ୟବସାୟିକ ପରିବାରର ସୁଲତାନ ସିଂହ ବକଲିୱାଲଙ୍କୁ ସେ ସନ ୧୯୬୦ରେ ବିବାହ କରିଥିଲେ । ସନ ୧୯୭୪ରେ ତାଙ୍କର ରାଧିକା ନାରାୟଣ ନାମ୍ନୀ ଏକ କନ୍ୟା ଜାତ ହୋଇଥିଲା ।[୩] କିଛି ବର୍ଷ କର୍କଟ ରୋଗ‌ଗ୍ରସ୍ତ ହୋଇ ଅବଶେଷରେ ୮ ଏପ୍ରିଲ ୨୦୦୮ରେ ୭୯ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. "Sharan Rani passes away: (1929 - 2008)". ITC Sangeet Research Academy. Archived from the original on 16 ମଇ 2008.
  2. "When the music faded: Sharan Rani Backliwal, India's first woman sarod exponent, is no more". The Hindu. Apr 11, 2008.
  3. ୩.୦ ୩.୧ ୩.୨ "Collecting musical instruments with a mission". The Times of India. Sep 25, 2002. Archived from the original on 2013-03-27. Retrieved 2020-02-09.
  4. "Strumming new tunes". India Today. March 6, 2008.
  5. "When the music faded". The Hindu (in ଇଂରାଜୀ). Retrieved 2017-04-18.
  6. "Collecting musical instruments with a mission - Times of India". The Times of India. Retrieved 2017-04-18.
  7. ୭.୦ ୭.୧ "Padma Awards Directory (1954-2009)" (PDF). Ministry of Home Affairs. Archived from the original (PDF) on 10 ମଇ 2013.
  8. "Tribute to a Maestro-Sharan Rani".
  9. "SNA: List of Akademi Awardees". Sangeet Natak Akademi Official website. Archived from the original on 17 ଫେବୃଆରୀ 2012.