ଶମତା ଆଞ୍ଚନ

ଉଇକିପିଡ଼ିଆ‌ରୁ
ଶମତା ଆଞ୍ଚନ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ

ଶମତା ଆଞ୍ଚନ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକ ଓ ବିଜ୍ଞାପନ ଆଦିରେ କାମ କରନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆଞ୍ଚନ କର୍ଣ୍ଣାଟକମାଙ୍ଗାଲୋରରେ ଏକ ତୁଳୁ ଭାଷାଭାଷୀ ବିଲାଭା (ପୂଜାରୀ) ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ମଡେଲିଂ[ସମ୍ପାଦନା]

୨୦୧୨ ମସିହାରେ ସେ ପାଣ୍ଟାଲୁନ୍ସ ଫେମିନା ମିସ୍ ଇଣ୍ଡିଆ ସାଉଥ୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ପୁରସ୍କାର ଜିତିଥିଲେ ।[୨] ସେ ପାଣ୍ଟାଲୁନ୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୨ରେ ସେ ଫାଇନାଲିଷ୍ଟ ଥିଲେ । ସେ ଅନେକ ଜଣାଶୁଣା ଉତ୍ପାଦର ବିଜ୍ଞାପନ ପାଇଁ ଅଭିନୟ କରିଛନ୍ତି ଏବଂ ଅନେକ ଫ୍ୟାସନ ଡିଜାଇନର ତଥା ସନ୍ତୁର ପରି ପ୍ରସାଧନ ସଂସ୍ଥାର ମଡେଲ ଭାବରେ କାମ କରିଛନ୍ତି, ଯେଉଁଥିରେ ସେ ଅଭିନୟ କରିବା ସହିତ ମୁଦ୍ରିତ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ସେ ଷ୍ଟାର ପ୍ଲସ‌ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପଦକ୍ଷେପ, ଚଲ୍ କର୍ ପେହେଲ୍‌ର ଏକ ଅଂଶ ଥିଲେ ।

ଦୂରଦର୍ଶନ[ସମ୍ପାଦନା]

କଥାଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକରଦ୍ୱାରା ନିର୍ମିତ କାର୍ଯ୍ୟକ୍ରମ ଏଭରେଷ୍ଟ ଜରିଆରେ ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ରୋହନ ଗନ୍ଦୋତ୍ର ଏବଂ ସାହିଲ ସାଲାଥିଆଙ୍କ ସହିତ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକରେ ଅଞ୍ଜଳି ସିଂହ ରାୱତ ଭୂମିକାରେ ଅଭିନୟ କରିଥିଲେ । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବିନ୍ କୁଛ୍ କହେର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।

କଥାଚିତ୍ର[ସମ୍ପାଦନା]

ସେ ହଲିଉଡ଼ କଥାଚିତ୍ର ହାର୍ଟବିଟ୍‌ରେ ଅଭିନୟ କରିଥିଲେ ।[୩] ୨୦୨୦ ମସିହାରେ ସେ ରଜନୀକାନ୍ତଙ୍କ ଅଭିନୀତ ହିନ୍ଦୀ କଥାଚିତ୍ର ଦରବାରରେ ସବ୍-ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ ।[୪][୫][୬][୭]

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ
୨୦୧୪–୨୦୧୫ ଏଭରେଷ୍ଟ ଅଞ୍ଜଳି ସିଂ ରାୱତ ଷ୍ଟାର ପ୍ଲସ୍
୨୦୧୭ ବିନ୍ କୁଛ୍ କହେ ମାଇରା କୋହଲି ଜୀ ଟିଭି

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୨୦ ଦରବାର ପୋଲିସ ସବ୍-ଇନ୍ସପେକ୍ଟର ଭାବରେ

ଆଧାର[ସମ୍ପାଦନା]

  1. Pinto, Stanley (October 3, 2012). "Meet the Adinivasis of Tulunadu". The Times of India (in ଇଂରାଜୀ). Retrieved 14 September 2019.
  2. "Shamata Anchan: Only top Bollywood actresses get powerpacked roles". Retrieved 29 September 2016.
  3. "Actress Shamata Anchan enters Bin Kuch Kahe". Retrieved 29 September 2016.
  4. Debjeet, Dey (28 December 2019). "Shamata Anchan of Everest fame makes Kollywood debut in Darbar". Deccan Chronicle (in ଇଂରାଜୀ). Retrieved 30 May 2020.
  5. "Darbar: Shamata Anchan to unite with Superstar Rajinikanth". Mid-Day (in ଇଂରାଜୀ). Mumbai. 20 November 2019. Retrieved 30 May 2020.
  6. "Shamata 'elated' to work with Rajini". The Hans India (in ଇଂରାଜୀ). Mumbai. 1 November 2019. Retrieved 30 May 2020.
  7. "Bollywood actor Shamata Anchan in Rajinikanth's 'Darbar'". The Hindu (in ଇଂରାଜୀ). 22 October 2019. Retrieved 30 May 2020.

ବାହାର ଲିଙ୍କ୍[ସମ୍ପାଦନା]