ଶବରୀମାଳା ମନ୍ଦିର ମାମଲା

ଉଇକିପିଡ଼ିଆ‌ରୁ

ଶବରୀମାଳା ମନ୍ଦିର ମାମଲାରେ ଉତ୍ତତମ ନ୍ୟାୟାଳୟଙ୍କ ଫଇସଲା ଫଳରେ କେରଳସ୍ଥିତ ଶବରୀମାଳା ମନ୍ଦିର ମଧ୍ୟରେ ୧୦ରୁ ୫୦ ବର୍ଷ ଆୟୁର ମହିଳାମାନଙ୍କ ପ୍ରବେଶ ପାଇଁ ବହୁ ଦିନରୁ ପ୍ରଚଳିତ ନିଷେଧାଦେଶ ଉଚ୍ଛେଦ ହୋଇଯାଇଛି ।[୧] ଉଚ୍ଚତମ ନ୍ୟାୟାଳୟର ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଏହି ଫ‌ସଲା ଫଳରେ ଏଣିକି ସବୁ ଆୟୁର ମହିଳାମାନେ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବ ।

ପୃଷ୍ଠଭୂମି[ସମ୍ପାଦନା]

କେରଳସ୍ଥିତ ଶବରୀମାଳା ମନ୍ଦିର ମଧ୍ୟରେ ୧୦ରୁ ୫୦ ବର୍ଷ ଆୟୁର ମହିଳାମାନଙ୍କ ପାଇଁ ପ୍ରବେଶ ନିଷେଧ ଥିଲା । ଏଭଳି ପରମ୍ପରା ସପକ୍ଷରେ କୁହାଯାଏ ଯେ ମନ୍ଦିରର ପୂଜା ପାଉଥିବା ଆୟାପ୍ପା ଭଗବାନ ହେଉଛନ୍ତି ଆଜନ୍ମ ବ୍ରହ୍ମଚାରୀ ବା ନିତ୍ୟ ବ୍ରହ୍ମଚାରୀ । ଅତଏବ ୧୦ରୁ ୫୦ ବର୍ଷର ମହିଳାମାନଙ୍କ ପାଇଁ, ଯେଉଁମାନଙ୍କ ମାସିକ ଋତୁ ସମୟରେ ପୂଜା ଏବଂ ମନ୍ଦିର ପ୍ରବେଶ ଉପରେ ସାଧାରଣ କଟକଣା ରହିଛି, ମନ୍ଦିରରେ ପ୍ରବେଶ ବର୍ଜନୀୟ ।[୨][୩] [୪] [୫]

ଫଇସଲା[ସମ୍ପାଦନା]

ନିର୍ଦ୍ଦିଷ୍ଟ ଆୟୁର ମହିଳାମାନଙ୍କ ଉପରେ ମନ୍ଦିର ପ୍ରବେଶ କ୍ଷେତ୍ରରେ ଥିବା ଏହି ନିଷେଧାଦେଶ ବିରୁଦ୍ଧରେ ୟଙ୍ଗ ଲୟରସ ଆସୋସିଏସନ ଏବଂ ଅନ୍ୟମାନେ ୨୦୦୬ ମସିହାରେ ଏକ ମାମଲା ଦାୟର କରିଥିଲେ । ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ ଲିଙ୍ଗ ଭେଦରେ ଏଭଳି ନିଷେଧାଦେଶ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ ହନନ କରୁଅଛି । ତତକାଳୀନ ମୁଖ୍ୟ ବିଚାରପରି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି Kerala Hindu Places of Public Worship (Authorisation of Entry) Rules of 1965ର ଧାରା 3(ଖ)ରେ ବର୍ଣ୍ଣିତ ଏଭଳି ନିଷେଧାଦେଶ ମହିଳାମାନଙ୍କ ସମାନତାର ଅଧିକାରର ପରିପନ୍ଥୀ ବୋଲି ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହା ଛଡା ମନ୍ଦିରରେ ପ୍ରବେଶ କରିବା ପାଇଁ ଅନ୍ୟ ଆୟୁ ବର୍ଗର ମହିଳାମାଙ୍କ କ୍ଷେତ୍ରରେ ଥିବା ୪୧ ଦିନର ବ୍ରହ୍ମଚର୍ଯ୍ୟ ସର୍ତ୍ତ ମଧ୍ୟ ସଂବିଧାନ ବିରୋଧି ବୋଲି ପ୍ରକାଶ କରିଛନ୍ତି ।

ବାହାର ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sabarimala verdict in Supreme Court highlights: Top court lifts ban, women of all ages can enter temple". The Indian Express. 28 September 2018. Retrieved 17 October 2018.
  2. "Information". sabarimala.kerala.gov.in (in ବ୍ରିଟିଶ୍‌ ଇଂରାଜୀ). Retrieved 17 October 2018.
  3. "Sabarimala temple case: Can women offer prayers to Lord Ayyappa? Supreme Court to answer today". India Today (in ଇଂରାଜୀ). Retrieved 17 October 2018. {{cite web}}: no-break space character in |title= at position 11 (help)
  4. "Octogenarian Moves SC Seeking Women's Entry To Sabarimala Temple [Read Application] | Live Law". Live Law. 20 February 2017. Retrieved 17 October 2018.
  5. "Sabarimala temple body may seek time from Supreme Court to implement order". www.hindustantimes.com/ (in ଇଂରାଜୀ). 15 October 2018. Retrieved 17 October 2018.