ଲେସ୍ଲି ତ୍ରିପାଠୀ
ଲେସ୍ଲି ତ୍ରିପାଠୀ | |
---|---|
![]() ଲେସ୍ଲି ତ୍ରିପାଠୀ | |
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(s) | ଅଭିନେତ୍ରୀ, ମଡେଲ |
Years active | ୨୦୦୫-ଏବେଯାଏଁ |
ଲେସ୍ଲି ତ୍ରିପାଠୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ପ୍ରଥମେ ଓଡ଼ିଆ ଆଲବମ୍ରେ ଅଭିନୟ ଆରମ୍ଭ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର ଡବ୍ଲ୍ୟୁ (W) ମାଧ୍ୟମରେ ସେ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧][୨] ଏହା ପରେ ସେ ଦକ୍ଷିଣ ଭାରତର ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ କିଛି ହିନ୍ଦୀ ଗୀତରେ ମଧ୍ୟରେ ମଧ୍ୟ ଅଭିନୟ କରିଥିଲେ ।[୩][୪][୫] [୬]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଲେସ୍ଲି ଓଡ଼ିଶାର କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଶୈଳେନ୍ଦ୍ର ନାରାୟଣ ତ୍ରିପାଠୀ ଜଣେ ଇଂରାଜୀ ଅଧ୍ୟାପକ ଏବଂ ମାଆ ଅଶୋକା ତ୍ରିପାଠୀ ଜଣେ ଇଂରାଜୀ ଶିକ୍ଷକ ।[୭] ଲେସ୍ଲି ଚେନ୍ନାଇର ଏସିଆନ୍ କଲେଜ ଅଫ୍ ଜର୍ଣ୍ଣାଲିଜିମ୍ରୁ ସାମ୍ବାଦିକତା କରିଥିଲେ । ସେ ମହିଳା ସଂରକ୍ଷଣ ପାଇଁ କିଛି ପ୍ରସଙ୍ଗ ଲେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଲେସ୍ଲି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ଓଡ଼ିଆ ଆଲବମ୍ରେ ଅନେକ ଗୀତରେ ଅଭିନୟ କରିଥିଲେ ।[୮]
୨୦୦୮ ମସିହାରେ ଲେସ୍ଲି ପୋଲିସ୍ ସୁରକ୍ଷା ଲୋଡ଼ିଥିଲେ । ରାଜା ଆଚାର୍ଯ୍ୟ ନାମକ ଜଣେ ଗ୍ୟାଙ୍ଗଷ୍ଟାର ଲୋସ୍ଲିଙ୍କୁ ହଇରାଣ କରୁଥିଲେ । ଏହି ଘଟଣାକୁ ଜୁଡ଼ୋ କୋଚ୍ ବିରଞ୍ଚି ଦାସ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଫଳସ୍ୱରୂପ ବିରଞ୍ଚିଙ୍କର ହତ୍ୟା କରିଦିଆଯାଇଥିଲା ।[୯]
ଲେସ୍ଲି ମହାନଦୀ ସୁରକ୍ଷା ଯୋଜନାରେ ଜଣେ ଯୁବ ବାର୍ତ୍ତାବହ ଭାବରେ ନିଯୁକ୍ତ ହୋଇଥିଲେ ।[୧୦]
ଅଭିନୟ ଜୀବନ[ସମ୍ପାଦନା]
ଲେସ୍ଲି ପ୍ରାରମ୍ଭରୁ ଓଡ଼ିଆ ଆଲ୍ବମ୍ରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ ଅଲ୍ବମ୍ରେ ଅଭିନୟ ଆରମ୍ଭ କରିଥିଲେ ଗିରିଶ ମହାନ୍ତିଙ୍କ ସହ ।[୧୧] ଏହା ପରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କାମ ପାଇଥିଲେ ମାତ୍ର ଜୁଡ଼ୋ କୋଚ୍ ବିରଞ୍ଚି ହତ୍ୟା ସମୟରେ ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କ ପାଇଁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କୌଣସି କାମ ମିଳିନଥିଲା ଏବଂ ମିଳିଥିବା କାମ ହାତରୁ ଚାଲିଯାଇଥିଲା । ଏହା ପରେ ଲେସ୍ଲି ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ସେ ପ୍ରଥମେ ତିନି ମାସ ପାଇଁ ବିଜିନେସ୍ କମୁନିକେସନ୍ ପଢ଼ାଇଥିଲେ ।[୧୨] ଏହା ପରେ ଲେସ୍ଲି ଚେନ୍ନାଇରେ ସାମ୍ବାଦିକତା ପଢ଼ିଥିଲେ ଏବଂ ଆଜ୍ ତକ୍ରେ ଯୋଗ ଦେଇଥିଲେ । ସେଠାରେ ସେ ପ୍ରଥମ ସାକ୍ଷାତକାର ଶାହାରୁଖ ଖାଁଙ୍କର ନେଇଥିଲେ । ଏହା ପରେ ସେ ହିନ୍ଦୀ କଥାଚିତ୍ରରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ । ହିନ୍ଦୀ ଚଳଚ୍ଚିତ୍ର ଡବ୍ଲ୍ୟୁ (W)ରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲଗୁ ଚଳଚ୍ଚିତ୍ର ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ପାଇଥିଲେ ।
ଅଭିନୀତ କଥାଚିତ୍ର[ସମ୍ପାଦନା]
ବର୍ଷ | ଚଳଚ୍ଚିତ୍ର | ଭାଷା |
---|---|---|
୨୦୧୪ | ଡବ୍ଲ୍ୟୁ (W) | ହିନ୍ଦୀ |
୨୦୧୪ | ଚୁସିନୋଡ଼ିକି ଚୁସିନ୍ତା | ତେଲୁଗୁ |
୨୦୧୬ | ଇଧୁ ବେଦାଲମ୍ ସୋଲ୍ଲୁମ୍ କାଧାଇ | ତାମିଲ |
ଆଧାର[ସମ୍ପାଦନା]
- ↑ Ashok Palit (31 January 2013). "Odisha: Leslie Tripathy to act in Hindi cinema". Bhubaneswar. Retrieved 13 April 2017.
- ↑ Ashok Palit (1 March 2014). "Odia actress Leslie Tripathy upcoming Hindi film scheduled to be released in March". Bhubaneswar. Retrieved 13 April 2017.
- ↑ "Leslie Tripathy and her rejected, dejected suitors". Merinews. 27 May 2008. Retrieved 13 April 2017.
- ↑ Ashok Palit (2 August 2014). "Leslie Tripathy in Telugu Movie". Indian Express. Retrieved 13 April 2017.
- ↑ D N Singh (21 April 2008). "Don dares the `Babus`". Zee News. Retrieved 13 April 2017.
- ↑ Rajaram Satapathy (15 April 2008). "Budhia coach murder: Actor adds twist to tale". Times of India. Retrieved 13 April 2017.
- ↑ Jigsaw Creations. "Poesie India International - All About Us!". oocities.org. Retrieved 13 April 2017.
- ↑ Tripathy, Leslie. "Biography". imdb.com. Arunab Das.
- ↑ "Biranchi case: officials summon Leslie Tripathy". The Hindu. Retrieved 13 April 2017.
- ↑ "Sky's the Limit for Lezlie Tripathy". Odisha News Insight. Odisha News Insight. Retrieved 13 April 2017.
- ↑ "Gaap saap Ep412_26Feb2017". ଓ ଟିଭି. 26 February 2017. Retrieved 13 April 2017.
- ↑ "Sidhakatha with Actress Leslie Tripathy(Full Episode) - Etv News Odia". ଇ ଟିଭି ନ୍ୟୁଜ୍ ଓଡ଼ିଆ. 24 February 2017. Retrieved 13 April 2017.
ଅଧିକ ତଥ୍ୟ[ସମ୍ପାଦନା]

- ଲେସ୍ଲି ତ୍ରିପାଠୀ (ଇଣ୍ଟରନେଟ ମୁଭି ଡାଟାବେସରେ)