ଲିଙ୍ଗରାଜ ରଥ
ଦେଖଣା
ଲିଙ୍ଗରାଜ ରଥ | |
---|---|
ଜନ୍ମ | ଜଗନ୍ନାଥପୁର ଶାସନ, କେନ୍ଦ୍ରାପଡ଼ା | ୨୦ ଅକ୍ଟୋବର ୧୯୫୬
ଜାତୀୟତା | ଭାରତୀୟ |
ପିତାମାତା | ଜଗନ୍ନାଥ ରଥ (ପିତା), ହାରାମଣି ଦେବୀ (ମାତା) |
ପୁରସ୍କାର | ରାଜଧାନୀ ପୁସ୍ତକମେଳା ପୁରସ୍କାର |
ଲିଙ୍ଗରାଜ ରଥ (ଜନ୍ମ: ୨୦ ଅକ୍ଟୋବର ୧୯୫୬) ଜଣେ ଓଡ଼ିଆ କବି, ଗୀତିକାର, ସମାଲୋଚକ ଓ ଶିଶୁ ସାହିତ୍ୟିକ । ସେ ନିଜର ଆଲୋଚନା ପୁସ୍ତକ 'ଅନୁଶୀଳନ' ପାଇଁ ୨୦୧୧ରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଲିଙ୍ଗରାଜ ୧୯୫୬ ମସିହା ଅକ୍ଟୋବର ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଜଗନ୍ନାଥପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ବୃତ୍ତିରେ ପ୍ରଶାସକ ହେଲେ ମଧ୍ୟ ପ୍ରବୃତ୍ତିରେ ସେ ଜଣେ କବି । ସେ ଗୀତିକବିତା ସହ ସାଧାରଣ କବିତା, ସମାଲୋଚନା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ରଚନା କରିଛନ୍ତି । ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଲିଙ୍ଗରାଜ କବି ରାଧାମୋହନ ଗଡ଼ନାୟକଙ୍କ କାବ୍ୟ ଜଗତ ସଂପର୍କରେ ଗବେଷଣାତ୍ମକ ସନ୍ଦର୍ଭ ରଚନା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ ।[୨] ୧୯୮୮ ମସିହାରେ ସେ ଆକାଶବାଣୀ ତରଫରୁ ଗୀତିକାର ଭାବେ ସ୍ୱୀକୃତି ପାଇଥିଲେ ।
ରଚନାବଳୀ
[ସମ୍ପାଦନା]ଗୀତି କବିତା
[ସମ୍ପାଦନା]- ଗୀତି ମହକ
- ଗୀତି ଅମୃତ
- ଗୀତି ପୁଲକ
- ଗୀତି ନୈବେଦ୍ୟ
- ହେ ମହାବାହୁ
- ସବୁରୀ ପ୍ରଭୁ ତ ଜଣେ !
କବିତା
[ସମ୍ପାଦନା]- ମୁଁ ଯେ କବିଟିଏ
- ଏ ଯେ ମୋ ମରମ ଗାଥା
- ଘାସ ଗଛଟିଏ ମୁଁ
- ହେ ଜୀବନ
- କବିତା ଏକଶତ
- ପ୍ରଣୟ ଗୀତିକା
ପ୍ରବନ୍ଧ/ଆଲୋଚନା
[ସମ୍ପାଦନା]- କବି ରାଧାମୋହନ ଗଡ଼ନାୟକଙ୍କ କୃତି ଓ କୃତିତ୍ୱ
- ଅନୁଶୀଳନ[୩]
- ଗଣତନ୍ତ୍ରର ଆତ୍ମା ଓ ଅନ୍ୟାନ୍ୟ ପ୍ରବନ୍ଧ
ଶିଶୁ ସାହିତ୍ୟ
[ସମ୍ପାଦନା]- ଗପ ପେଡ଼ି
- ଭାରତ ମୋର ଦେଶ
- ମନଛୁଆଁ ଗପ
- ଗଢ଼ିବା ନୂଆ ସକାଳ
- ତୁମେ ହିଁ ହସିଲେ ଜଗତ ହସିବ
- ଧୀର ପାଣି ପଥର କାଟେ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୦୦ରେ ଓଡ଼ିଶା ଶିଶୁ ଲେଖକ ଏକାଡ଼େମୀ ସମ୍ବର୍ଦ୍ଧନା
- ୨୦୧୧ରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଅନୁଶୀଳନ ପାଇଁ
- ୨୦୧୩ରେ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ସମିତି ଦ୍ୱାରା ସମ୍ୱର୍ଦ୍ଧିତ
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-12-02.
{{cite web}}
: Cite has empty unknown parameter:|1=
(help) - ↑ https://www.ameodia.com/odia-author/dr-lingaraj-rath/
- ↑ "Selected Books Under Raja Rammohan Ray Library Foundation - RRRLF Scheme for the Year 2020" (PDF). culture.odisha.gov.in.