ଲିଖିତାଦେଶ

ଉଇକିପିଡ଼ିଆ ରୁ
Jump to navigation Jump to search
ଋଣସମ୍ପତ୍ତିର ଲିଖିତାଦେଶ

ଲୋକବିଧିରେ, ଏକ ଲିଖିତାଦେଶ ହେଉଛି ପ୍ରଶାସନିକ ବା ନ୍ୟାୟିକ ଅଧିକାରପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନ (ସାଧାରଣତଃ ଏକ ନ୍ୟାୟାଳୟ) ଦ୍ବାରା ପ୍ରକାଶିତ ଏକ ଆଧିକାରିକ ଲିଖିତ ଅଧ୍ୟାଦେଶ । ୱାରେଣ୍ଟ, ବିଶେଷାଧିକାର ଲିଖିତାଦେଶ, ଏବଂ ସାକ୍ଷ ଆହ୍ବାନ ଆଦି ସାଧାରଣ ପ୍ରକାରର ଲିଖିତାଦେଶ ରହିଛି ।

ବହୁପୂର୍ବରୁ, ଲିଖିତାଦେଶ (writ) ସାଧାରଣତଃ ଇଂରେଜ ରାଜତନ୍ତ୍ରୀଙ୍କ ଦ୍ବାରା ଏକ ନିର୍ଦ୍ଦିଷ୍ଟ ବ୍ଯକ୍ତିକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପୂରଣ କରିବା ପାଇଁ ପ୍ରକାଶିତ ଏକ ଲିଖିତ ଆଦେଶ; ଉଦାହରଣ ସ୍ବରୂପ, ସାମନ୍ତ କାଳରେ ରାଜାଙ୍କ ଦ୍ବାରା "ସୈନ୍ଯାହ୍ୱାନ ଲିଖିତାଦେଶ" କୌଣସି ଭଡାଟିଆ-ମୁଖ୍ୟଙ୍କୁ ନିଜ ଅଙ୍ଗରକ୍ଷୀମାନଙ୍କ ସହିତ ଯୁଦ୍ଧରେ ଉପସ୍ଥିତ ହେବାର ଆଦେଶ ।[୧] ସଂଯୁକ୍ତ ରାଜ୍ଯ, କାନାଡା ଏବଂ ଅଷ୍ଟ୍ରେଲିଆରେ ବ୍ରିଟିଶ ରାଜତନ୍ତ୍ରୀଙ୍କ ନାମରେ ସ୍ଥାନୀୟ ଅଧିକାରୀ ପଦ ପାଇଁ (କାନାଡାରେ ଗଭର୍ଣ୍ଣର ଜେନେରାଲଙ୍କଦ୍ୱାରା ଏବଂ ଅଷ୍ଟ୍ରେଲିଆରେ ଗଭର୍ଣ୍ଣର ଜେନେରାଲଙ୍କଦ୍ୱାରା ପ୍ରତିନିଧି ସଭା ନିମନ୍ତେ ନିର୍ବାଚନ ପାଇଁ କିମ୍ବା ରାଜ୍ଯ ରାଜ୍ୟପାଳଙ୍କ ଦ୍ବାରା ରାଜ୍ଯ ନିର୍ବାଚନ ପାଇଁ) ନିର୍ବଚନର ନିମନ୍ତେ ନିର୍ବାଚନର ଲିଖିତାଦେଶ ପ୍ରକାଶ ହୁଏ । ମଧ୍ଯଯୁଗୀୟ ଇଂରେଜ ରାଜାମାନଙ୍କ ଦ୍ବାରା କୌଣସି ବ୍ଯକ୍ତିକୁ ସଂସଦରେ ଉପସ୍ଥିତ ହେବାପାଇଁ ଲିଖିତାଦେଶ ବ୍ଯବହାର କରାଯାଉଥିଲା ।[୨] ସେତେବେଳେ ସଂସଦ କେବଳ ସ୍ୱାମୀମାନଙ୍କ ଗୃହରେ ତିଆରି ହୋଇଥିଲା । ସଂସଦରେ ଆହ୍ୱାନିତ ବ୍ଯକ୍ତିର ଉପଦେଶ ମହତ୍ତ୍ବପୂର୍ଣ୍ଣ ମନେକରି ତାଙ୍କୁ ବାରୋନ ପଦ ଦିଆଯାଉଥିଲା ।

ଇତିହାସ[ସମ୍ପାଦନା]

ଉତ୍ପତ୍ତି[ସମ୍ପାଦନା]

ଏକ ମୋହରଦ୍ୱାରା ପ୍ରମାଣିତ ଲିଖିତାଦେଶ ବା ରିଟ୍ ଆଙ୍ଗ୍ଲୋ-ସାକ୍ସୋନ ରାଜତନ୍ତ୍ରର ଏକ ବିଶେଷ ଅଙ୍ଗ ଏବଂ ସବିଶେଷ ଆଦେଶର ମାଧ୍ଯମ ଥିଲା ।[୩] ସ୍ଥାନୀୟ ପ୍ରଚଳିତ ଭାଷାରେ ଲିଖିତ, ଲିଖିତାଦେଶଗୁଡ଼ିକ ଭୂମି ପ୍ରଦାନ କିମ୍ବା ଏକ ସ୍ଥାନୀୟ ଦରବାରକୁ ବିଶେଷ ନିର୍ଦ୍ଦେଶ ଦେବାପାଇଁ ଉଦ୍ଦିଷ୍ଟ ଥିଲା । ପ୍ରାରମ୍ଭରେ, ରାଜାଙ୍କଠାରେ ଅନ୍ୟାୟର ଅଭିଯୋଗ କରିଥିବା ସାମନ୍ତର ଜମିମାଲିକ ବିରୁଦ୍ଧରେ ରାଜାଙ୍କ କୁଳପତିଙ୍କ ଦ୍ବାରା ପ୍ରକାଶିତ ନଥିପତ୍ରକୁ ଲିଖିତାଦେଶ କୁହାଯାଉଥିଲା ।[୩] ବିଜେତା ୱିଲିୟମ ଏହି କାର୍ଯ୍ୟକ୍ରମରେ ଟିକେ ପରିବର୍ତ୍ତନ ଆଣିଲେ: ପ୍ରଥମତଃ, ଲିଖିତାଦେଶଗୁଡ଼ିକୁ ଆଙ୍ଗ୍ଲୋ-ସାକ୍ସୋନ ପରିବର୍ତ୍ତେ ଲାତିନ ଭାଷାରେ ଲେଖାଗଲା, ଦ୍ବିତୀୟତଃ, ସେଥିରେ ଅଧିକରୁ ଅଧିକ ରାଜକୀୟ ଆଦେଶ ଓ ନିର୍ଦ୍ଦେଶ ପ୍ରତିବିମ୍ବିତ ହେବାକୁ ଲାଗିଲା ।[୪] ତାଙ୍କର ନିକଟ ଉତ୍ତରାଧିକାରୀମାନେ ଏହି ପ୍ରଥାକୁ ଅନୁସରଣ କଲେ, କିନ୍ତୁ ହେନେରୀ ଦ୍ୱିତୀୟଙ୍କ ରାଜତ୍ବ କାଳରେ ଲିଖିତାଦେଶଗୁଡ଼ିକ ନ୍ୟାୟ ଦାବି କରୁଥିବା ଜନସାଧାରଣଙ୍କ ପାଇଁ ଉପଲବ୍ଧ କରିଦିଆଗଲା ।[୫]

ଲିଖିତାଦେଶଗୁଡ଼ିକ ଦୁଇଟି ମୁଖ୍ଯ ରୂପ ନେଇପାରିବେ, ସମସ୍ତଙ୍କ ପଠନ ପାଇଁ ମୁକ୍ତ ଏବଂ ଏକ ବା ଏକାଧିକ ବିଶେଷ ବ୍ଯକ୍ତିଙ୍କ ବନ୍ଦ ।[୬]

ଭାରତୀୟ ବିଧି[ସମ୍ପାଦନା]

ଭାରତୀୟ ନ୍ୟାୟ ବ୍ଯବସ୍ଥାରେ, 'ବିଶେଷାଧିକାର ଲିଖିତାଦେଶ ପ୍ରକାଶ କରିବାର ଅଧିକାର କେବଳ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ରାଜ୍ଯ ଉଚ୍ଚନ୍ୟାୟାଳୟ ପାଖରେ ରହିଛି । ଲିଖିତାଦେଶ ବିଷୟରେ ସମ୍ବିଧାନରେ ଲେଖାହୋଇଛି । ସମ୍ବିଧାନ ଧାରା ୩୨ ଅନୁସାରେ ମୌଳିକ ଅଧିକାରର ସୁରକ୍ଷା ନିମନ୍ତେ ସର୍ବୋଚ୍ଚ ନ୍ଯାୟାଳୟ ଲିଖିତାଦେଶ ଜାରିକରି ପାରିବ । ଧାରା ୧୩୯ ଅଧିନରେ ମୌଳିକ ଅଧିକାର ଭିନ୍ନ ଅନ୍ୟ ଅଧିକାର ପାଇଁ ମଧ୍ଯ ସର୍ବୋଚ୍ଚ ନ୍ଯାୟାଳୟ ଲିଖିତାଦେଶ ଜାରିକରି ପାରିବ । ରାଜ୍ଯମାନଙ୍କରେ ରାଜ୍ଯ ଉଚ୍ଚ ନ୍ୟାୟାଳୟ ସମ୍ବିଧାନ ଧାରା ୨୨୬ ଅନୁସାରେ ଲିଖିତାଦେଶ ଜାରିକରି ପାରିବେ । ଭାରତୀୟ ସମ୍ବିଧାନ ପାଞ୍ଚ ପ୍ରକାରର "ବିଶେଷାଧିକାର ଲିଖିତାଦେଶ" ବିଷୟରେ ବର୍ଣ୍ଣନା କରିଛି: ବନ୍ଦୀ ପ୍ରତ୍ୟକ୍ଷୀକରଣ, ଉତ୍ପ୍ରେଷଣ, ପରମାଜ୍ଞା, ''ଅଧିକାର ପୃଚ୍ଛା ଏବଂ ନିଷେଧାଜ୍ଞା:

  • ନିଷେଧର ଲିଖିତାଦେଶ - କୌଣସି ନିମ୍ନ ନ୍ୟାୟାଳୟକୁ ଏକ ମାମଲାର ବିଚାର କରିବାରୁ ବଞ୍ଚିତ କରିବାର ଲିଖିତାଦେଶ କାରଣ ଉକ୍ତ ମାମଲାଟି ସମ୍ପୃକ୍ତ ନ୍ୟାୟାଳୟର କ୍ଷମତା ପରିସର ବାହାରେ । ତେଣୁକରି ଏକ ଉପର ନ୍ୟାୟାଳୟ ଉକ୍ତ ମାମଲାଟିକୁ ନିଜେ ବିଚାର କରେ ।
  • ବନ୍ଦୀ ପ୍ରତ୍ୟକ୍ଷୀକରଣର ଲିଖିତାଦେଶ - ଏହା ଏକ ନ୍ୟାୟାଳୟ ଦ୍ବାରା କୌଣସି ଅଟକ କର୍ତ୍ତୃପକ୍ଷଙ୍କୁ ଅଟକ ରଖାଯାଇଥିବା ବନ୍ଦୀକୁ ନ୍ୟାୟାଳୟ ସମ୍ମୁଖରେ ଅଟକର କାରଣ ସହ ଉପସ୍ଥିତ କରାଇବା ପାଇଁ ଲିଖିତାଦେଶ । ଯଦି ଅଟକ ବିଧିସମ୍ମତ ନ ହୁଏ ତେବେ ତକ୍ଷଣ ବନ୍ଦୀକୁ ମୁକ୍ତ କରିବାକୁ ନ୍ୟାୟାଳୟ ଆଦେଶ ଦିଏ ।
  • ଉତ୍ପ୍ରେଷଣର ଲିଖିତାଦେଶ - ଏକ ଉପର ନ୍ୟାୟାଳୟ ଦ୍ବାରା ନିମ୍ନ ନ୍ୟାୟାଳୟ ପାଇଁ ପ୍ରକାଶିତ ଆଦେଶ ଯେଉଁଥିରେ ଏକ ବନ୍ଦ କରାଯାଇଥିବା ମାମଲାର ସମ୍ପୂର୍ଣ୍ଣ ବିବରଣୀ ସହ ସମ୍ପୃକ୍ତ ପ୍ରମାଣ, ନଥିପତ୍ର ଇତ୍ୟାଦି ଉପର ନ୍ୟାୟାଳୟ ସମ୍ମୁଖରେ ପ୍ରକାଶ କରାଯିବ । ଏହି ପ୍ରକ୍ରିୟା ଦ୍ବାରା ସାଧାରଣତଃ ନାଗରିକମାନଙ୍କ ମୌଳିକ ଅଧିକାରର ରକ୍ଷା କରାଯାଏ ।
  • ପରମାଜ୍ଞାର ଲିଖିତାଦେଶ - ଏକ ଉପର ନ୍ୟାୟାଳୟ ଦ୍ବାରା ନିମ୍ନ ନ୍ୟାୟାଳୟ, କୌଣସି ପ୍ରଶାସନିକ ଅଧିକାର, କୌଣସି ସଂଗଠନ ତଥା ଅନ୍ୟାନ୍ୟ ଅନୁଷ୍ଠାନାଦିକୁ ସେଗୁଡ଼ିକର କର୍ତ୍ତବ୍ଯ ଅଧିନସ୍ଥ ଏକ କାର୍ଯ୍ୟ କରିବାପାଇଁ ଆଦେଶ ଦେବାକୁ ପରମାଜ୍ଞାର ଲିଖିତାଦେଶ କୁହାଯାଏ ।
  • ଅଧିକାର ପୃଚ୍ଛାର ଲିଖିତାଦେଶ (କାହାର ଅଧିକାର ଅଧିନରେ);

ଯୁକ୍ତରାଷ୍ଟ୍ରୀୟ ବିଧି[ସମ୍ପାଦନା]

ପେନସିଲଭାନିଆ ପ୍ରାନ୍ତର ମୁଖ୍ଯ ବିଚାରପତି ଜନ୍ ଗେଷ୍ଟଙ୍କ ଦ୍ବାରା ରାଣୀ ଆନ୍ନେଙ୍କ ନାମରେ ସ୍ୱାକ୍ଷରିତ ଋଣସମ୍ପତ୍ତିର ଲିଖିତାଦେଶ, ୧୭୦୨
ଉପରୋକ୍ତ ଲିଖିତାଦେଶର ଉତ୍ତର, ଫିଲାଡେଲଫିଆର ସେରିଫ ଏହାର ପ୍ରଶଂସା କରିବା ସହ ଉତ୍ତର ଦେଲେ, ଯେ ସେ ଏପର୍ଯ୍ୟନ୍ତ ଉକ୍ତ ଋଣସମ୍ପତ୍ତିର ଅଧିକାରରେ ଅଛନ୍ତି ଏବଂ ଏକ ଗ୍ରାହକର ସନ୍ଧାନରେ ଅଛନ୍ତି ।

ଯୁକ୍ତରାଷ୍ଟ୍ରର ବିଧି, ପ୍ରଥମେ ପାରମ୍ପରିକ ଇଂରେଜ ଲିଖିତାଦେଶ ବ୍ୟବସ୍ଥା ଗ୍ରହଣ କରିଥିଲା । ସର୍ବ ଲିଖିତାଦେଶ ଅଧିନିୟମ[୭] ଯୁକ୍ତରାଷ୍ଟ୍ରର ସଙ୍ଘୀୟ ନ୍ୟାୟାଳୟମାନଙ୍କୁ "ଆବଶ୍ୟକତାନୁଯାୟୀ ନିଜର ଅଧିକାରକ୍ଷେତ୍ର ଅଧିନରେ ବିଧିର ସିଦ୍ଧାନ୍ତ ଅନୁସରଣ କରି ସମସ୍ତ ଲିଖିତାଦେଶର ପ୍ରୟୋଗ କରିବା ପାଇଁ" ଅଧିକାର ଦେଲା । କିନ୍ତୁ, ଯୁକ୍ତରାଷ୍ଟ୍ରୀୟ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ ଲୋକପ୍ରକ୍ରିୟାର ନିୟନ୍ତ୍ରଣ ପାଇଁ ୧୯୩୮ରେ ଗୃହୀତ ଲୋକପ୍ରକ୍ରିୟା ପାଇଁ ସଙ୍ଘୀୟ ନିୟମ ଅନୁସାରେ, ଲୋକ ମାମଲାରେ କେବଳ ଏକ ପ୍ରକାରର କାର୍ଯ୍ୟ ଗ୍ରହଣ କରାଯାଇ ପାରିବ ଏବଂ ଏତଦ୍ବାରା କେତେକ ଲିଖିତାଦେଶଗୁଡ଼ିକୁ ବଶେଷ ଭାବରେ ପ୍ରତ୍ୟାହାର କରାଗଲା । କେତେକ ଲିଖିତାଦେଶ ଯାହା ଏବେ ମଧ୍ଯ ଯୁକ୍ତରାଷ୍ଟ୍ରରେ ପ୍ରଚଳିତ:

ଆଧାର[ସମ୍ପାଦନା]

  1. Francis Palgrave (1788-1861), Parliamentary Writs and Writs of Military Summons (2 volumes, 1827 and 1834)
  2. R. Wickson, the Community of the Realm in 13th C England (London 1970) p.66
  3. ୩.୦ ୩.୧ G. O. Sayles, The Medieval Foundations of England (London 1966) p. 174
  4. D. Douglas, William the Conqueror (London 1966) p. 293
  5. G. O. Sayles, The Medieval Foundations of England (London 1966) p. 305 and p. 332-3
  6. R. Wickson, the Community of the Realm in 13th C England (London 1970) p. 24
  7. 28 U.S.C. § 1651