ଲାସା ଜ୍ୱର

ଉଇକିପିଡ଼ିଆ ରୁ
Jump to navigation Jump to search
ଲାସା ଜ୍ୱର
Lassa hemorrhagic fever (ଲାସା ରକ୍ତସ୍ରାବୀ ଜ୍ୱର)
LassaBoy.png
ବିଭାଗସଂକ୍ରାମକ ରୋଗ (infectious disease)
ଲକ୍ଷଣଜ୍ୱର, ମୁଣ୍ଡବଥା, ରକ୍ତସ୍ରାବ (bleeding)[୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୧–୩ ସପ୍ତାହ ପରେ ।[୧]
କାରଣଲାସା ଭୁତାଣୁ Lassa virus[୧]
ବିପଦ କାରକପଶ୍ଚିମ ଆଫ୍ରିକାରେ ମୁଷା rodents ସଂସ୍ପର୍ଶ ।[୧]
ସଠିକ ରୋଗ ନିର୍ଣ୍ଣୟଇବୋଲା ଜ୍ୱର, ମ୍ୟାଲେରିଆ, ଟାଇଫଏଡ, ପୀତ ଜ୍ୱର[୧]
ଚିକିତ୍ସାସାହାଯ୍ୟକାରୀ, ରିବାଭିରିନ ribavirin[୧]
ପୌନଃପୁନିକବାର୍ଷିକ ପ୍ରାୟ ୪୦୦,୦୦୦ କେଶ୍ । [୨]
ମୃତ୍ୟୁ ସାନ୍ଦ୍ରତାବାର୍ଷିକ ୫,୦୦୦ ମୃତ୍ୟୁ । [୨]

ଲାସା ଜ୍ୱର ଅନ୍ୟ ନାମ ଲାସା ରକ୍ତସ୍ରାବୀ ଜ୍ୱର (ଇଂରାଜୀ ଭାଷାରେ Lassa fever or Lassa hemorrhagic fever/LHF) ଏକ ପ୍ରକାର ଭୁତାଣୁ ରକ୍ତସ୍ରାବୀ ଜ୍ୱର (viral hemorrhagic fever) ଯାହା ଲାସା ଭୁତାଣୁ (Lassa virus) କରାଏ । ଏହି ଭୁତାଣୁ ସଂକ୍ରମିତ ହେଲେ ମଧ୍ୟ ଅନେକ ଲୋକଙ୍କର ଲକ୍ଷଣ ନ ଥାଏ । ଏହି ରୋଗର ଲକ୍ଷଣ: ଜ୍ୱର, ଦୁର୍ବଳତା, ମୁଣ୍ଡବଥା, ବାନ୍ତି (vomiting) ଓ ମାଂସପେଶୀ ଯନ୍ତ୍ରଣା (muscle pains) ହୁଏ । ଅଳ୍ପ କେତେକ କେଶ୍‌ରେ ଖାଦ୍ୟନଳୀ ବା ପାଟିରୁ ରକ୍ତସ୍ରାବ ହୁଏ । ଲକ୍ଷଣ ଆରମ୍ଭ ହେବାର ୨ ସପ୍ତାହ ମଧ୍ୟରେ ୧% ରୋଗୀ ମୃତ୍ୟୁ ବରଣ କରନ୍ତି । ବଞ୍ଚିଯାଇଥିବା ଲୋକଙ୍କ ମଧ୍ୟରୁ ୧/୪ ଅଂଶ ଲୋକ କାଲା (deafness) ହୋଇଯାଆନ୍ତି ଓ ତାଙ୍କ ମଧ୍ୟରୁ ଅଧା ଲୋକଙ୍କର ସମୟକ୍ରମେ ସେହି ଦୋଷରେ ଉନ୍ନତି ହୁଏ ।[୧]

ପ୍ରାରମ୍ଭରେ ସଂକ୍ରମିତ ମଲ୍ଟିମାମେଟ ମୂଷାଙ୍କର (multimammate rat) ପରିସ୍ରା ବା ମଳ ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ । ତା ପରେ ମଣିଷରୁ ମଣିଷ ସଂସ୍ପର୍ଶରେ ବ୍ୟାପେ । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୁଏ । ପରୀକ୍ଷାରେ ଭୁତାଣୁ ଆରଏନଏ (viruses RNA) ଚିହ୍ନଟ, ଭୁତାଣୁର ଆଣ୍ଟିବଡି (antibodies) ଓ ସେଲ କଲଚରରେ (cell culture) ଭୁତାଣୁ ପାଇଲେ ରୋଗ ନିଶ୍ଚିତ ଥିବା ଜଣାଯାଏ । ଏକାଭଳି ଲକ୍ଷଣ ମିଳୁଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ: ଇବୋଲା ଜ୍ୱର, ମ୍ୟାଲେରିଆ, ଟାଇଫଏଡ, ପୀତ ଜ୍ୱର ଇତ୍ୟାଦି । ଆରେନାଭିରିଡି (Arenaviridae) ଭୁତାଣୁ ପରିବାରର ଲାସା ଏକ ସଭ୍ୟ ।[୧]

ଏହା ନିମନ୍ତେ କୌଣସି ଟିକା (vaccine) ଏ ପର୍ଯ୍ୟନ୍ତ ବାହାରିନାହିଁ ।[୩] ସଂକ୍ରମିତ ବ୍ୟକ୍ତିଙ୍କୁ ଅଲଗା ରଖି ଅନ୍ୟମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ଓ ମୂଷାଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଏ । ଖାଦ୍ୟ ପଦାର୍ଥକୁ ଘୋଡ଼ଣି ଦେଇ ରଖିବାକୁ ହୁଏ ଓ ବିଲେଇ ରଖି ମୂଷାଙ୍କୁ ଘଉଡ଼େଇବାକୁ ବା ମାରିବାକୁ ଆବଶ୍ୟକ ହୁଏ । ନିର୍ଜଳନ ଓ ଅନ୍ୟାନ୍ୟ ଲକ୍ଷଣରେ ଉନ୍ନତି ଆଣିବାକୁ ଆବଶ୍ୟକ ମୁତାବକ ଚିକିତ୍ସା କରାଯାଏ । ପ୍ରାରମ୍ଭରୁ ଭୁତାଣୁରୋଧୀ ଔଷଧ (antiviral medication) ରିବାଭିରିନ (ribavirin) ଦେଲେ ଉପକାରରେ ଆସେ । ଏହି ଚିକିତ୍ସର ଫଳାଫଳ ଭଲ ହୁଏ । [୧]

ସନ ୧୯୫୦ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ହୋଇଥିଲା । ନାଇଜେରିଆର ଲାସା ଟାଉନରେ ଥିବା ଗୋଟିଏ ରୋଗୀଠାରେ ପ୍ରଥମେ ସନ ୧୯୬୯ରେ ଏହି ରୋଗ ଭୁତାଣୁ ଥିବା ବର୍ଣ୍ଣନା କରାଯାଇଥିଲା । [୧][୪] ଦକ୍ଷିଣ ଆଫ୍ରକୀୟ ଦେଶ ଯଥା:- ନାଇଜେରିଆ, ଲାଇବେରିଆ, ସିଏରା ଲିଓନଗିନି ଇତ୍ୟାଦି ଦେଶମାନଙ୍କରେ ଲାସା ଜ୍ୱର ସାଧାରଣତଃ ଦେଖାଯାଏ ।[୧][୨] ପ୍ରାୟ ୩୦୦,୦୦୦ରୁ ୫୦୦,୦୦୦ ରୋଗୀ ଅଛନ୍ତି ଓ ବାର୍ଷିକ ପ୍ରାୟ ୫,୦୦୦ ମୃତ୍ୟୁ ହୁଏ । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Lassa fever". WHO. March 2016. Retrieved 2 November 2016.
  2. ୨.୦ ୨.୧ ୨.୨ ୨.୩ Ogbu O, Ajuluchukwu E, Uneke CJ (2007). "Lassa fever in West African sub-region: an overview". Journal of vector borne diseases. 44 (1): 1–11. PMID 17378212. Lassa fever is endemic in West Africa
  3. Yun, N. E.; Walker, D. H. (2012). "Pathogenesis of Lassa Fever". Viruses. 4 (12): 2031–2048. doi:10.3390/v4102031. PMC 3497040. PMID 23202452.
  4. Frame JD, Baldwin JM, Gocke DJ, Troup JM (1 July 1970). "Lassa fever, a new virus disease of man from West Africa. I. Clinical description and pathological findings". Am. J. Trop. Med. Hyg. 19 (4): 670–6. PMID 4246571.