ଲସପାଟେରସେପ୍ଟ

ଉଇକିପିଡ଼ିଆ‌ରୁ
ଲସପାଟେରସେପ୍ଟ
Clinical data
Trade namesReblozyl
SynonymsACE-536, luspatercept-aamt
AHFS/Drugs.commonograph
MedlinePlusa620043
data
Pregnancy
category
Routes of
administration
Subcutaneous injection
Legal status
Legal status
Chemical and physical data
FormulaC3350H5070N906O1044S38
Molar mass୭୫,୯୫୮.୯୯ g·mol−1

ଲସପାଟେରସେପ୍ଟ, ବେପାର ନାମ ରେସବ୍ଲୋଜାଇଲ, ଏକ ଔଷଧ ଯାହା ଥାଲାସେମିଆ ଏବଂ ମାଇଲୋଡିଇସପ୍ଲାଷ୍ଟିକ୍ ସିଣ୍ଡ୍ରୋମ (ଏମଡିଏସ/ MDS) ରୋଗଦ୍ୱୟରେ ହେଉଥିବା ସ୍ୱଳ୍ପ ଲାଲ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏମଡିଏସରେ ଏହା ବ୍ୟବହୃତ ହୁଏ ଯେଉଁଠାରେ ରକ୍ତ କର୍କଟ ହେବାର ଆଶଙ୍କା ମଧ୍ୟମରୁ ଅଧିକ ନୁହେଁ ଏବଂ ଏରିଥ୍ରୋପଏଏଟିନ୍ କାମ କରେ ନାହିଁ । [୪] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ବାନ୍ତି, କାଶ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ଏରିଥ୍ରଏଡ ପରିପକ୍ୱ‌କାରୀ ଏଜେଣ୍ଟ ଯାହା ଏସଏମଡି୨ ଏବଂ ଏସଏମଡି୩ (SMAD2 ଏବଂ SMAD3) ପଥକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩] [୪]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଲସପାଟେରସେପ୍ଟ ଅନୁମୋଦନ କରାଯାଇଥିଲା ।[୫] [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୭୫ ମିଗ୍ରା ପାଇଁ ପ୍ରାୟ ୧୧୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[୬] କାନାଡ଼ାରେ ଏହା ଅନୁମୋଦିତ ହୋଇଥିବାବେଳେ ଏହା ୨୦୨୧ ସୁଦ୍ଧା ଏହା ଉପଲବ୍ଧ ହୋଇନାହିଁ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Reblozyl". Therapeutic Goods Administration (TGA). 7 September 2021. Archived from the original on 18 September 2021. Retrieved 17 September 2021.
  2. "Reblozyl EPAR". European Medicines Agency (EMA). 28 April 2020. Archived from the original on 9 January 2021. Retrieved 26 September 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Reblozyl- luspatercept injection, powder, lyophilized, for solution". DailyMed. Archived from the original on 18 September 2021. Retrieved 17 September 2021.
  4. ୪.୦ ୪.୧ ୪.୨ "Reblozyl". Archived from the original on 9 January 2021. Retrieved 24 November 2021.
  5. "Luspatercept-aamt Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2020. Retrieved 24 November 2021.
  6. "Reblozyl Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 October 2021. Retrieved 24 November 2021.
  7. "Luspatercept". SPS - Specialist Pharmacy Service. 4 January 2016. Archived from the original on 11 December 2021. Retrieved 24 November 2021.