Jump to content

ଲସପାଟେରସେପ୍ଟ

ଉଇକିପିଡ଼ିଆ‌ରୁ
ଲସପାଟେରସେପ୍ଟ
Clinical data
Trade namesReblozyl
SynonymsACE-536, luspatercept-aamt
AHFS/Drugs.commonograph
MedlinePlusa620043
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    Chemical and physical data
    FormulaC3350H5070N906O1044S38
    Molar mass୭୫,୯୫୮.୯୯ g·mol−1

    ଲସପାଟେରସେପ୍ଟ, ବେପାର ନାମ ରେସବ୍ଲୋଜାଇଲ, ଏକ ଔଷଧ ଯାହା ଥାଲାସେମିଆ ଏବଂ ମାଇଲୋଡିଇସପ୍ଲାଷ୍ଟିକ୍ ସିଣ୍ଡ୍ରୋମ (ଏମଡିଏସ/ MDS) ରୋଗଦ୍ୱୟରେ ହେଉଥିବା ସ୍ୱଳ୍ପ ଲାଲ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏମଡିଏସରେ ଏହା ବ୍ୟବହୃତ ହୁଏ ଯେଉଁଠାରେ ରକ୍ତ କର୍କଟ ହେବାର ଆଶଙ୍କା ମଧ୍ୟମରୁ ଅଧିକ ନୁହେଁ ଏବଂ ଏରିଥ୍ରୋପଏଏଟିନ୍ କାମ କରେ ନାହିଁ । [] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ବାନ୍ତି, କାଶ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଏରିଥ୍ରଏଡ ପରିପକ୍ୱ‌କାରୀ ଏଜେଣ୍ଟ ଯାହା ଏସଏମଡି୨ ଏବଂ ଏସଏମଡି୩ (SMAD2 ଏବଂ SMAD3) ପଥକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[] []

    ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଲସପାଟେରସେପ୍ଟ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୭୫ ମିଗ୍ରା ପାଇଁ ପ୍ରାୟ ୧୧୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[] କାନାଡ଼ାରେ ଏହା ଅନୁମୋଦିତ ହୋଇଥିବାବେଳେ ଏହା ୨୦୨୧ ସୁଦ୍ଧା ଏହା ଉପଲବ୍ଧ ହୋଇନାହିଁ ।[]

    1. 1 2 "Reblozyl". Therapeutic Goods Administration (TGA). 7 September 2021. Archived from the original on 18 September 2021. Retrieved 17 September 2021.
    2. 1 2 3 4 5 6 7 "Reblozyl- luspatercept injection, powder, lyophilized, for solution". DailyMed. Archived from the original on 18 September 2021. Retrieved 17 September 2021.
    3. "Reblozyl EPAR". European Medicines Agency (EMA). 28 April 2020. Archived from the original on 9 January 2021. Retrieved 26 September 2020.
    4. 1 2 3 "Reblozyl". Archived from the original on 9 January 2021. Retrieved 24 November 2021.
    5. "Luspatercept-aamt Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2020. Retrieved 24 November 2021.
    6. "Reblozyl Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 October 2021. Retrieved 24 November 2021.
    7. "Luspatercept". SPS - Specialist Pharmacy Service. 4 January 2016. Archived from the original on 11 December 2021. Retrieved 24 November 2021.