ଲର୍ବିନେକ୍ଟେଡିନ
Clinical data | |
---|---|
Pronunciation | /ˌlɜːrbɪˈnɛktɪdin/ LUR-BI-NEK-TI-deen |
Trade names | Zepzelca |
Synonyms | PM-01183 |
AHFS/Drugs.com | monograph |
MedlinePlus | a620049 |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C41H44N4O10S |
Molar mass | ୭୮୪.୮୮ g·mol−1 |
3D model (JSmol) | |
| |
|
ଲର୍ବିନେକ୍ଟେଡିନ (ଇଂରାଜୀ ଭାଷାରେ Lurbinectedin), ଜେପଜେଲକା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଛୋଟ କୋଷ ଫୁସଫୁସ କର୍କଟ (SCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅନ୍ୟାନ୍ୟ ଚିକିତ୍ସା ସତ୍ତ୍ୱେ ଏହି ରୋଗ ବ୍ୟାପୁଥିଲେ ଏହା ବ୍ୟବହୃତ ହୁଏ | [୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।| [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ବୃକ୍କ ସମସ୍ୟା, କମ ରକ୍ତ ପ୍ଲାଟେଲେଟ୍, ଅଇ, ମାଂସପେଶୀ ଯନ୍ତ୍ରଣା, ଅଣନିଶ୍ୱାସ, ଯକୃତ ପ୍ରଦାହ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଆଲକିଲେଟିଂ ଏଜେଣ୍ଟ ।[୨] କୋଷ ବିଭାଜନ ପାଇଁ ଆବଶ୍ୟକ ଡିଏନଏ ପ୍ରତିରୂପ କରିବାରେ ହସ୍ତକ୍ଷେପ କରି ଏହା କାର୍ଯ୍ୟକ୍ଷମ ହୁଏ ।[୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଲର୍ବିନେକ୍ଟେଡିନ୍ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଷ୍ଟ୍ରରେ ଏହାର ୪ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭,୨୦୦ ଡଲାର ଥିଲା ।[୫] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ହୋଇନଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Zepzelca". Therapeutic Goods Administration (TGA). 22 September 2021. Archived from the original on 30 September 2021. Retrieved 30 September 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Zepzelca- lurbinectedin injection, powder, lyophilized, for solution". DailyMed. 15 June 2020. Archived from the original on 24 January 2021. Retrieved 24 September 2020.
- ↑ "Lurbinectedin". National Cancer Institute. Archived from the original on 16 May 2020. Retrieved 15 June 2020.
- ↑ "Lurbinectedin Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 24 November 2021.
- ↑ "Zepzelca Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.
- ↑ "Lurbinectedin". SPS - Specialist Pharmacy Service. 13 September 2016. Archived from the original on 8 December 2021. Retrieved 24 November 2021.