ଲକ୍ଷ୍ମୀନାରାୟଣ ମନ୍ଦିର, ଦିଲ୍ଲୀ

Coordinates: 28°37′58″N 77°11′56″E / 28.6327°N 77.1989°E / 28.6327; 77.1989
ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀନାରାୟଣ ମନ୍ଦିର, ଦିଲ୍ଲୀ
ଲକ୍ଷ୍ମୀ ନାରାୟଣ ମନ୍ଦିର
Laxminarayan TempleMap
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଲକ୍ଷ୍ମୀ ନାରାୟଣ (Laxmi Narayan) ବିଷ୍ଣୁ (Vishnu ଓ ଲକ୍ଷ୍ମୀ (Lakshmi)
Festivalsଜନ୍ମାଷ୍ଟମୀ (Janmashtami), ଦିୱାଲି (Diwali)
Location
ସ୍ଥାନNew Delhi
Countryଭାରତ
ଲକ୍ଷ୍ମୀନାରାୟଣ ମନ୍ଦିର, ଦିଲ୍ଲୀ is located in Delhi
ଲକ୍ଷ୍ମୀନାରାୟଣ ମନ୍ଦିର, ଦିଲ୍ଲୀ
Location in Delhi
ଭୌଗଳିକ ଅବସ୍ଥିତି28°37′58″N 77°11′56″E / 28.6327°N 77.1989°E / 28.6327; 77.1989
Architecture
TypeNagara style of Hindu temple architecture
Baldeo Das Birla
Completed1939

ଲକ୍ଷ୍ମୀନାରାୟଣ ମନ୍ଦିର, ବିରଳା ମନ୍ଦିର ନାମରେ ମଧ୍ୟ ଜଣାଶୁଣା, ଭାରତର ଦିଲ୍ଲୀ ନଗରୀରେ ଥିବା ଏକ ହିନ୍ଦୁ ମନ୍ଦିର ଯାହା ଲକ୍ଷ୍ମୀନାରାୟଣଙ୍କୁ ସମର୍ପିତ ହୋଇଛି । ଲକ୍ଷ୍ମୀନାରାୟଣ କହିଲେ ବିଷ୍ଣୁଙ୍କୁ ବୁଝାଏ, ତ୍ରିମୂର୍ତ୍ତି ମଧ୍ୟରେ ପାଳନକର୍ତ୍ତା ଅଟନ୍ତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କ ସାଥିରେ ଥିଲେ ନାରାୟଣ ଭାବରେ ପରିଚିତ ହୁଅନ୍ତି । ଯୁଗଳ କିଶୋର ବିରଳା ତିଆରି କରିଥିବା ଏହି ମନ୍ଦିରକୁ ମହାତ୍ମା ଗାନ୍ଧୀ ଉନ୍ମୋଚନ କରିଥିଲେ ଯାହା ତିଆରି କରିବାକୁ ୧୯୩୩ରୁ ୧୯୩୯ ମସିହା ପର୍ଯ୍ୟନ୍ତ ସମୟ ଲାଗିଥିଲା ।[୧] ଏହି ମନ୍ଦିରରେ ଶିବ, କୃଷ୍ଣ ଓ ଗୌତମ ବୁଦ୍ଧଙ୍କର ପାର୍ଶ୍ୱ ମନ୍ଦିର ଅଛି ।

ଦିଲ୍ଲୀରେ ଗଠିତ ହୋଇଥିବା ବଡ଼ ମନ୍ଦିରମାନଙ୍କ ମଧ୍ୟରୁ ଏହା ପ୍ରଥମ ବଡ଼ ମନ୍ଦିର ଥିଲା । ଏହା ମଧ୍ୟରେ ଅନେକ ଛୋଟ ମନ୍ଦିର, ଜଳ ଫୁଆରା ଓ ଏକ ବଡ଼ ବଗିଚା ଅଛି ଯେଉଁଥିରେ ଅନେକ ହିନ୍ଦୁ ସ୍ଥାପତ୍ୟ ଅଛି । ଏହା ସହିତ ଏକ ଗୀତା ଭବନ ଅଛି ଯେଉଁଠାରେ ବିଭିନ୍ନ ବିଷୟରେ ଆଲୋଚନା ହୁଏ । ଏହା ଏକ ବିରାଟ ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ହୋଇଛି ଓ ଜନ୍ମାଷ୍ଟମୀ ତଥା ଦିୱାଲୀ ପର୍ବତମାନଙ୍କରେ ହଜାର ହଜାର ସଂଖ୍ୟାରେ ଭକ୍ତ ଆସନ୍ତି ।

ଇତିହାସ[ସମ୍ପାଦନା]

୧୯୩୮ ମସିହାରେ ମହାତ୍ମା ଗାନ୍ଧୀ ଲକ୍ଷ୍ମୀନାରାୟଣ ମନ୍ଦିର ଉନ୍ମୋଚନ କରିବା ସମୟରେ ସାଥିରେ ବିରଳା ପରିବାରର ସଦସ୍ୟମାନେ ଅଛନ୍ତି

ଲକ୍ଷ୍ମୀନାରାୟଣଙ୍କୁ ସମର୍ପିତ ଏହି ମନ୍ଦିର ୧୯୩୩ ମସିହାରେ ବିରଳା ପରିବାରର ଉଦ୍ୟୋଗପତି ଓ ଦାତା ‘ବଳଦେଓ ଦାସ ବିରଳା’ ଓ ତାଙ୍କ ସୁପୁତ୍ର ‘ଯୁଗଳ କିଶୋର ବିରଳା’ ତିଆରି କରେଇଥିବାରୁ ମନ୍ଦିରକୁ ବିରଳା ମନ୍ଦିର ମଧ୍ୟ କୁହାଯାଏ । ଜାଠ ଉଦୟଭାନୁ ସିଂହ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପଣ୍ଡିତ ବିଶ୍ୱନାଥ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ମନ୍ଦିର ନିର୍ମିତ ହୋଇଥିଲା ।[୨] ସ୍ୱାମୀ କେଶବାନନ୍ଦଜୀ ଏହାର ଶେଷ କର୍ମ ଓ ଯଜ୍ଞ ବିଧି ସମାପ୍ତ କରିଥିଲେ ।[୩][୪][୫]

ଭାରତର ଅନେକ ସହରରେ ବିରଳା ତିଆରି କରିଥିବା ମନ୍ଦିରମାଳା ମଧ୍ୟରୁ ଦିଲ୍ଲୀର ଏହି ମନ୍ଦିର ପ୍ରଥମ ଥିଲା ।

ସ୍ଥାପତ୍ୟ[ସମ୍ପାଦନା]

Birla mandir, Delhi
ମନ୍ଦିରର ଶିଖର

ଆଧୁନିକ ଭାରତୀୟ ସ୍ଥାପତ୍ୟ ଆନ୍ଦୋଳନର ଅଗ୍ରଣୀ ‘ଶ୍ରୀସ ଚନ୍ଦ୍ର ଚାଟାର୍ଜି’ ଏହି ମନ୍ଦିରର ସ୍ଥପତି ଥିଲେ ।[୬] ବିଂଶ ଶତାବ୍ଦୀର ସ୍ୱଦେଶୀ ଆନ୍ଦୋଳନର ନୀତି ଏହି ମନ୍ଦିର ନିର୍ମାଣରେ ପ୍ରଭାବ ପକେଇଥିଲା । ମନ୍ଦିର ତିଆରିରେ ଅନେକ ଆଧୁନିକ ଯନ୍ତ୍ରପାତି ବ୍ୟବହୃତ ହୋଇଥିଲା। ହିନ୍ଦୁ ସ୍ଥାପତ୍ୟର ନାଗର ବିଦ୍ୟା ଅନୁସାରେ ଏହି ତିନି ମହଲା ବିଶିଷ୍ଟ ମନ୍ଦିର ତିଆରି ହୋଇଥିଲା । ସମୁଦାୟ ମନ୍ଦିରରେ ସ୍ୱର୍ଣ୍ଣିମ ଯୁଗର କାହାଣୀ ମନ୍ଦିର ଗାତ୍ରରେ ଖୋଦିତ ହୋଇଛି । ଆଚାର୍ଯ୍ୟ ବିଶ୍ୱନାଥ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବାରାଣସୀରୁ ଶତାଧିକ ଦକ୍ଷ ଓ କୁଶଳୀ କାରିଗର ଆସି ମନ୍ଦିରର ବିଗ୍ରହମାନଙ୍କୁ ତିଆରି କରିଥିଲେ । ସର୍ବୋଚ୍ଚ ଶିକ୍ଷାର ଉଚ୍ଚତା ୪୯ ମିଟର ବା ୧୬୦ ଫୁଟ ଥିଲା । ଉଚ୍ଚ ମୂଳଦୁଆ ଉପରେ ମନ୍ଦିରର ମୁଖ ପୂର୍ବ ଦିଗକୁ ଥିଲା । ଶାସ୍ତ୍ରୀଙ୍କ ଜୀବନ ଓ କର୍ମ ବିଷୟ ସେଠାରେ ରଙ୍ଗରେ ଅଙ୍କିତ ହୋଇଛି । ଜୟପୁରରୁ ଶଙ୍ଖ ମର୍ମର, ଆଗ୍ରା କୋଟାର ମକରନରୁ କୋଟା ପ୍ରସ୍ତର ଅଣାହୋଇ ଏହି ମନ୍ଦିରରେ ବ୍ୟବହୃତ ହୋଇଥିଲା । ମନ୍ଦିରର ଉତ୍ତର ଦିଗରେ ଥିବା ଗୀତା ଭବନ କୃଷ୍ଣଙ୍କୁ ସମର୍ପିତ ହୋଇଛି । କୃତ୍ରିମ ଦୃଶ୍ୟରାଜି ଓ ପତନମୁଖୀ ଝରଣା ଏହାର ସୌନ୍ଦର୍ଯ୍ୟ ବହୁଗୁଣର ବୃଦ୍ଧି କରୁଛି ।[୭]

ମନ୍ଦିର[ସମ୍ପାଦନା]

୨୦୧୩ ମସିହାରେ ଲକ୍ଷ୍ମୀନାରାୟଣ ମନ୍ଦିର

ମୂଖ୍ୟ ମନ୍ଦିରରେ ନାରାୟଣ ଓ ଲକ୍ଷ୍ମୀଙ୍କର ବିଗ୍ରହ ଅଛି । ଅନ୍ୟାନ୍ୟ ଛୋଟ ମନ୍ଦିରରେ ଶିବ, ଗଣେଶ ଓ ହନୁମାନଙ୍କର ବିଗ୍ରହ ଅଛି । ବୁଦ୍ଧଙ୍କର ଏକ ବିଗ୍ରହ ମଧ୍ୟ ଅଛି । ବାମ ପାଖ ଶିଖରରେ ଶକ୍ତିର ଦେବୀ ଦୂର୍ଗାଙ୍କର ପ୍ରତିମୂର୍ତ୍ତି ଅଛି । ସମ୍ପୂର୍ଣ୍ଣ ମନ୍ଦିରଟି ୭.୫ ଏକର ସ୍ଥାନରେ ଥିବା ବେଳେ ତିଆରି ହୋଇଥିବା ସ୍ଥାନ ୦.୫୨ ଏକର ପରିମିତ ଜାଗାରେ ଅଛି ।

ସ୍ଥାନ[ସମ୍ପାଦନା]

ନୂଆ ଦିଲ୍ଲୀରେ ଥିବା କୋନୋଟ ପ୍ଲେସର ପଶ୍ଚିମ ପାଖର ମନ୍ଦିର ମାର୍ଗରେ ଏହି ମନ୍ଦିର ଅବସ୍ଥିତ । ମନ୍ଦିରକୁ ବହୁତ ଖୁସିରେ ସ୍ଥାନୀୟ ବସ, ଟାକ୍ସି ଓ ଅଟୋରିକସାରେ ଯାଇହୁଏ । ପାଖରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ ମାତ୍ର ୨ କିମି ଦୂରରେ ଅଛି ।

ବିରଳା ମନ୍ଦିରର ମନୋରମ ଦୃଶ୍ୟ

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Corporation, Delhi Tourism and Transportation Development. ":: Delhi Tourism - Birla Mandir ::". www.delhitourism.gov.in (in ଇଂରାଜୀ). Retrieved 2018-11-20.
  2. Bulletin, Expert. "Birla Mandir – Lakshmi Narayan Temple Delhi - Expert Bulletin". Archived from the original on 1 October 2016. Retrieved 16 October 2016.
  3. "Archived copy". Archived from the original on 2014-07-03. Retrieved 2014-09-19.{{cite web}}: CS1 maint: archived copy as title (link)
  4. "Making history with brick and mortar". Hindustan Times. 15 September 2011. Archived from the original on 5 December 2012.
  5. "Birla Temple Delhi- Birla Mandir in Delhi, Laxmi Narayan Mandir Delhi, Laxminarayan Temple New Delhi India". Retrieved 16 October 2016.
  6. A Concise History of Modern Architecture in India, Jon T. Lang, Orient Blackswan, 2002, p. 27
  7. "Birla Mandir:About the Temple". Archived from the original on 13 April 2012. Retrieved 16 October 2016.

ବାହ୍ୟ ଲିଙ୍କ[ସମ୍ପାଦନା]