Jump to content

ଲକ୍ଷ୍ମୀଧର ମହାନ୍ତି

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀଧର ମହାନ୍ତି (ମାଳାକାର)
ଜନ୍ମ ଓ ଜନ୍ମସ୍ଥାନ (1957-02-02) ୨ ଫେବୃଆରୀ ୧୯୫୭ (ବୟସ ୬୭)
ସୁରୁଣା, ସିମୁଳିଆ, ବାଲେଶ୍ୱର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିମାଣିକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୬)

ଲକ୍ଷ୍ମୀଧର ମହାନ୍ତି (ଜନ୍ମ: ୨ ଫେବୃଆରୀ ୧୯୫୭) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ ଉପନ୍ୟାସ ମାଣିକ ନିମନ୍ତେ ୨୦୦୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଲକ୍ଷ୍ମୀଧର ମହାନ୍ତି ଓରଫ ମାଳାକାର ୧୯୫୭ ମସିହା ଫେବୃଆରୀ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ସୁରୁଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଓ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା । ତାଙ୍କର ମାଣିକ ଶିଶୁ ଉପନ୍ୟାସଟି ଇଂରାଜୀ, ହିନ୍ଦୀ ଓ ସାନ୍ତାଳୀ ଭାଷାରେ ଅନୂଦିତ ।[]

ରଚନାବଳୀ

[ସମ୍ପାଦନା]
  • ଅଲଗା ପୃଥିବୀ (ଗଳ୍ପ, ୧୯୯୯)
  • ବାପା ଆସୁଛନ୍ତି (ନାଟକ, ୨୦୦୮)
  • ତଳ ବରଡ଼ା, ନାଟକ (୨୦୧୨)

ଶିଶୁ ସାହିତ୍ୟ

[ସମ୍ପାଦନା]
  • କଥା କୁହୁକ (ଗପ. ୨୦୦୧)
  • ଗପ ପସରା (୨୦୦୧)
  • ଧାଇଁ ଗୁଡ଼ୁଗୁଡ଼ୁ (କବିତା, ୨୦୦୨)
  • ଗପ ଚାଙ୍ଗୁଡ଼ି (୨୦୦୩)
  • ଜେଜେ ମା (୨୦୦୩, ଉପନ୍ୟାସ)
  • ଗପ ପେଟରା (୨୦୨୧)
  • ମାଣିକ (ଉପନ୍ୟାସ)
  • ବାହାଘର (ନାଟକ)
  • ଭାଇଭଉଣୀ (ନାଟକ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬ରେ ମାଣିକ ପାଇଁ
  1. "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-02. {{cite web}}: Cite has empty unknown parameter: |1= (help)
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୩୫, ୮୧୬, ୮୩୨. ISBN 81-7400-331-2.