ଲକ୍ଷ୍ମୀକାନ୍ତ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀକାନ୍ତ ତ୍ରିପାଠୀ
ବାଲେଶ୍ୱରରେ ଲକ୍ଷ୍ମୀକାନ୍ତ ତ୍ରିପାଠୀ
ବାଲେଶ୍ୱରରେ ଲକ୍ଷ୍ମୀକାନ୍ତ ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ(1956-10-20)୨୦ ଅକ୍ଟୋବର ୧୯୫୬
ବିଷ୍ଣୁପୁର, ବାଲେଶ୍ୱର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାଡି. ଲିଟ, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନଶାନ୍ତିନିକେତନ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଫକୀର ମୋହନ ମହାବିଦ୍ୟାଳୟ

ଲକ୍ଷ୍ମୀକାନ୍ତ ତ୍ରିପାଠୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ପ୍ରବନ୍ଧ, ରମ୍ୟରଚନା, ହାସ୍ୟରଚନା, ଗଳ୍ପ, କବିତା ଓ ଅନୁବାଦ ଆଦି ରଚନା କରିଛନ୍ତି । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ "ଦାଣ୍ଡି ପେଟେଣ୍ଟ ମେଡିସିନ", "ମିତା ପାଇଁ କବିତା", "ପ୍ୟାରୋଡ଼ି ପଞ୍ଚବିଂଶତି", "ନେତୃଚରିତମ୍", "ଗୋଲି କବିତା ଶତାଧିକ", "ବୈଦ୍ୟଶାସ୍ତ୍ର", "ରାମାୟଣ ହରିବଂଶ", "ଭୂତକେଳି", "ଅବିବାହିତର ଜୀବନସଂଗିନୀ", "ମୁଁ ଦିନେ ଛାତ୍ର ଥିଲି", "ଆଖି", "ପତ୍ନୀ ସହ ୨୫ବର୍ଷ", "ପତ୍ନୀ ଚର୍ଚ୍ଚା", "ଘୋଡ଼ାନାଚ", "ଓଡ଼ିଆ ବ୍ୟଙ୍ଗଗଳ୍ପ" ଆଦି ପ୍ରଧାନ । ସେ ଅଧୁନା ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଅଛନ୍ତି ।[୧][୨][୩][୪]

ଜୀବନୀ[ସମ୍ପାଦନା]

ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବିଷ୍ଣୁପୁରଠାରେ ୧୯୫୬ ଅକ୍ଟୋବର ୨୦ ତାରିଖରେ ଜନ୍ମନେଇଥିଲେ ।

ଶିକ୍ଷା[ସମ୍ପାଦନା]

ସେ ଶାନ୍ତିନିକେତନରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । ତାହା ପରେ "ଫକୀରମୋହନଙ୍କ କଥା ସାହିତ୍ୟରେ ସାମସମୟିକ ସମାଜର ଚିତ୍ର" ଶୀର୍ଷକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ ଓ ପରେ "ଓଡ଼ିଆ ସାହିତ୍ୟରେ କୈବର୍ତ୍ତ ସଂସ୍କୃତି" ବିଷୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ ଡି ଲାଭକରିଥିଲେ । ଏହାପରେ ସେ "ଆଦିବାସୀ ସଂସ୍କୃତି ଓ ଓଡ଼ିଆ ସାହିତ୍ୟରେ ତାର ପ୍ରଭାବ" ବିଷୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ଉପାଧି ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଦାଣ୍ଡି ପେଟେଣ୍ଟ ମେଡିସିନ
  • ମିତା ପାଇଁ କବିତା
  • ପ୍ୟାରୋଡ଼ି ପଞ୍ଚବିଂଶତି
  • ନେତୃଚରିତମ୍
  • ଗୋଲି କବିତା ଶତାଧିକ
  • ବୈଦ୍ୟଶାସ୍ତ୍ର
  • ରାମାୟଣ ହରିବଂଶ
  • ଭୂତକେଳି
  • ଅବିବାହିତର ଜୀବନସଂଗିନୀ
  • ମୁଁ ଦିନେ ଛାତ୍ର ଥିଲି
  • ଆଖି [୫]
  • ପତ୍ନୀ ସହ ୨୫ବର୍ଷ
  • ପତ୍ନୀ ଚର୍ଚ୍ଚା
  • ଘୋଡ଼ାନାଚ
  • ଓଡ଼ିଆ ବ୍ୟଙ୍ଗଗଳ୍ପ ସଂକଳନ
  • ଓଡ଼ିଆ ବ୍ୟଙ୍ଗ ଗଳ୍ପ[୬]
  • କବିତାରେ କଥାବାର୍ତ୍ତା[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କାନ୍ତକବି ପୁରସ୍କାର ୨୦୧୦

ଆଧାର[ସମ୍ପାଦନା]

  1. Dharitri; Dharitri (2022-04-06). "ବୈଷୟିକ ଛାତ୍ରୀଛାତ୍ର ସଫଳ ଉଦ୍ୟୋଗୀ ହେବା ଉପରେ ଗୁରୁତ୍ୱ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2022-08-21.
  2. "ଶାନ୍ତିକାନନରେ ବ୍ୟାସକବିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ରାଜ୍ୟପାଳ". Sambad (in ଆମେରିକୀୟ ଇଂରାଜୀ). Archived from the original on 2022-08-21. Retrieved 2022-08-21.
  3. "ଫକୀରମୋହନଙ୍କ ସାହିତ୍ୟରେ ସମକାଳୀନ ଇତିହାସ" (PDF). Sahitya Akademi. Archived from the original (PDF) on 2022-08-21.
  4. Dhangadamajhi, Sunil Kumar (2022-04-10). "'ଫକୀରମୋହନଙ୍କ ଶିଶୁ ସାହିତ୍ୟ' ଶୀର୍ଷକ ଆଲୋଚନାଚକ୍ର". OdiaBarta.in (in ଆମେରିକୀୟ ଇଂରାଜୀ). Retrieved 2022-08-21.
  5. ତ୍ରିପାଠୀ, ଲକ୍ଷ୍ମୀକାନ୍ତ (୨୦୦୮). ଆଖି. ବାଲେଶ୍ୱର: ପ୍ରତୀଚି ପ୍ରକାଶନୀ. pp. ୫୯. Archived from the original on 2022-08-21.
  6. ତ୍ରିପାଠୀ, ଲକ୍ଷ୍ମୀକାନ୍ତ; ଚାଟାର୍ଜୀ, ମୃଣାଳ (୨୦୧୭). ଓଡ଼ିଆ ବ୍ୟଙ୍ଗ ଗଳ୍ପ (PDF). ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଏକାଡେମୀ. Archived from the original (PDF) on 2022-08-21.
  7. ପାଠ୍ୟଖସଡା : ୨୦୨୨ (PDF). ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟ. ୨୦୨୨. pp. ୫. Archived from the original (PDF) on 2022-03-19.

ବାହାର ଲିଙ୍କ[ସମ୍ପାଦନା]