ରୋହିତ ବେମୁଲା

ଉଇକିପିଡ଼ିଆ‌ରୁ

ରୋହିତ ଚକ୍ରବର୍ତ୍ତୀ ବେମୁଲା (୩୦ ଜାନୁଆରୀ ୧୯୮୯–୧୭ ଜାନୁଆରୀ ୨୦୧୬) ଜଣେ ଭାରତୀୟ ଡକ୍ଟରେଟ ଶିକ୍ଷାର୍ଥୀ ଥିଲେ । ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ସମୟରେ ବିଶ୍ୱବିଦ୍ୟାଳୟ ତାଙ୍କ ନେତୃତ୍ୱରେ ଆମ୍ବେଦକରବାଦୀ ଛାତ୍ର ସଂଗଠନ ଆମ୍ବେଦକର ଛାତ୍ର ସଂଘ (ଏଏସଏ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଛାତ୍ରନେତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କର ମାସିକ ବେତନ ୨୦୧୫ ଜୁଲାଇରୁ ବନ୍ଦ କରିଦେଇଥିଲା । ସେହି ଆର୍ଥିକ ଚାପରେ ୨୦୧୬ ମସିହା ଜାନୁଆରୀ ୧୭ ତାରିଖରେ ଆତ୍ମହତ୍ୟା କରିଥିଲେ । ଦଳିତ ଓ ଅନ୍ୟାନ୍ୟ ବହୁଜନ ଛାତ୍ରମାନଙ୍କ ବିରୋଧରେ ଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଉଗ୍ର ଜାତିଭେଦକୁ ବିରୋଧ କରି ତାଙ୍କ ମୃତ୍ୟୁ ପରେ ହରତାଳ ଓ ଅନଶନ ଆରମ୍ଭ ହୋଇଥିଲା । ଭାରତୀୟ ଓ ଆନ୍ତର୍ଜାତୀୟ ମିଡ଼ିଆରେ ଶିକ୍ଷାନୁଷ୍ଠାନରେ ପ୍ରଚଳିତ ଜାତିଭେଦର ସମାଲୋଚନା କରାଯାଇଥିଲା । ତାଙ୍କ ମୃତ୍ୟୁ ପଛରେ ଆମ୍ବେଦକରବାଦୀ ଛାତ୍ର ସଂଗଠନମାନଙ୍କର ଅଭିଯୋଗ ଭିତ୍ତିରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ସାଂସଦ ବନ୍ଦରୁ ଦତ୍ତ୍ରାତ୍ତେୟ, ଭାଜପାର ବିଧାନ ପରିଷଦ ସଦସ୍ୟ ରାମଦନ୍ଦ୍ର ରାଓ ଓ ବିଶ୍ୱବିଦ୍ୟାଳୟର କୁଳାଧୀପତି ଆପ୍ପାରାଓ ପୋଡ଼ିଲେଙ୍କୁ ଦାୟୀ କରାଯାଇ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯ ଅନୁସାରେ ଏକ ପୋଲିସ କେସ ଋଜୁ ହୋଇଥିଲା ।

ଆଧାର[ସମ୍ପାଦନା]