ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯

ଉଇକିପିଡ଼ିଆ‌ରୁ
Jump to navigation Jump to search
ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯ ଓ ଅଧିନିୟମ ୧୯୯୫
Emblem of India.svg
ଆଧାରSource
ନିୟମାକାରକParliament of India
Date enacted30 January 1990
Date commenced31 March 1995 (Rules notified)
ପରିଚାଳିକା ଇତିହାସ
Bill published on11 September 1989
Amendments
23 June 2014 (Rules amended, compensation enhanced) and 8 November 2013 (Sub-divisional vmcs and nominees)
Repealing legislation
4 March 2014 Ordinance (overhaul: new sections, chapters and schedules added)
Summary
Preventing atrocities against the members of the scheduled castes and scheduled tribes
Keywords
Caste, Dalit, POA, SC/ST Act, Atrocities Act
Status: In force

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯ (ଏହାର ସଠିକ ନାମ) ଭାରତୀୟ ସଂସଦର ଏକ ଅଧିନିୟମ ଏବଂ ଏହା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିରୋଧରେ ଭେଦଭାବ, ଅତ୍ୟାଚାର ଏବଂ ଘୃଣା ସମ୍ବନ୍ଧିତ ଅପରାଧ ନିବାରଣ ପାଇଁ ପ୍ରଣୟନ କରାଯାଇଛି । ଏହି ଅଧିନିୟମ ଏସସି/ଏସଟି ଆକ୍ଟ, ଅତ୍ୟାଚାର ନିବାରଣ ଆଇନ (ପିଓଏ), କିମ୍ବା କେବଳ ଅତ୍ୟାଚାର ନିବାରଣ ଅଧିନିୟମ ଭାବରେ ମଧ୍ୟ ଜଣାଶୁଣା । (ଏହି ଆଇନ ଅନୁଯାୟୀ ଅତ୍ୟାଚାର ନିବାରଣ ପାଇଁ ଏକ "ଜାତୀୟ ସହାୟତା ହେଲ୍ପଲାଇନ" ସ୍ଥାପନ କରାଯାଇଛି ଏବଂ ଏ ବାବଦରେ ବିବରଣୀ ଅନଲାଇନ ହେଲପଡେସ୍କରେ ରହିଛି) ।

ଆଗରୁ ଥିବା ବ୍ୟବସ୍ଥାଗୁଡ଼ିକ (ଯଥା ନାଗରିକ ଅଧିକାର ସୁରକ୍ଷା ଅଧିନିୟମ ୧୯୯୫ ଏବଂ ଭାରତୀୟ ଦଣ୍ଡ ସଂହିତା) ଏହି ଅପରାଧଗୁଡ଼ିକୁ ଯାଞ୍ଚ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡ଼ିବା ପରେ (ଏହି ଆଇନରେ "ଅତ୍ୟାଚାର" ଭାବରେ ଅଭିହିତ) ଏହି ଅଧିନିୟମ ପ୍ରଣୟନ କରାଯାଇଥିଲା ।[୧] ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୋଧରେ କ୍ରମାଗତ ଘୋର ଅସମ୍ମାନ ଏବଂ ଅପରାଧକୁ ସ୍ୱୀକାର କରି ସଂସଦ "ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯" ପାରିତ କରିଥିଲା ।

ଏହି ଆଇନର ପ୍ରସ୍ତାବନାରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଏହି ଆଇନ ହେଉଛି:

"to prevent the commission of offences of atrocities against the members of Scheduled Castes and Tribes, to provide for Special Courts for the trial of such offences and for the relief and rehabilitation of the victims of such offences and for matters connected therewith or incidental thereto". (ଓଡ଼ିଆ ଅନୁବାଦ: ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟମାନଙ୍କ ବିରୋଧରେ ଅତ୍ୟାଚାର ଅପରାଧର ପ୍ରସାରକୁ ରୋକିବା ପାଇଁ, ଏହିପରି ଅପରାଧର ବିଚାର ଏବଂ ଏପରି ଅପରାଧର ପୀଡ଼ିତଙ୍କୁ ରିଲିଫ ଏବଂ ଥଇଥାନ ସୁବିଧା ଯୋଗାଇବା ଏବଂ ଏହା ସହିତ ଜଡ଼ିତ କିମ୍ବା ଆନୁସଙ୍ଗିକ ବିଷୟଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରଦାନ କରିବା ।)

ଏହି ଭଳି ଭାବେ ଏହି ଆଇନର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଗୁରୁତ୍ୱ ଆରୋପ କରିଥିଲା ଯେ ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟମାନେ ସମ୍ମାନ ଏବଂ ଆତ୍ମସମ୍ମାନ ସହିତ ସମାଜରେ ରହିବାକୁ ସକ୍ଷମ କରିବା ଏବଂ ପ୍ରାଧାନ୍ୟ ଜାତିରୁ ଭୟ କିମ୍ବା ହିଂସା କିମ୍ବା ଦମନ ବିନା ସମାଜରେ ରହିବାକୁ ସକ୍ଷମ କରିବା ପାଇଁ ସକ୍ରିୟ ପ୍ରୟାସ ମାଧ୍ୟମରେ ଏହି ସମ୍ପ୍ରଦାୟକୁ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ଉଦ୍ଦେଶ୍ୟ । ଉଭୟ ଖୋଲା ଏବଂ ଗୁପ୍ତ ରୂପରେ ଅସ୍ପୃଶ୍ୟତା ପ୍ରଥାକୁ ଏକ ସ୍ପଷ୍ଟ ଏବଂ ଅଣ-ଯୌଗିକ ଅପରାଧ ଭାବେ ଗଣାଯାଇଥିଲା ଏବଂ ଏହିପରି କୌଣସି ଅପରାଧ ପାଇଁ କଠୋର ଦଣ୍ଡ ପ୍ରଦାନ କରାଯାଏ ।

ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯, ୧୯୮୯ ସେପ୍ଟେମ୍ବର ୧୧ରେ ଭାରତର ସଂସଦରେ ପାରିତ ହୋଇଥିଲା ଏବଂ ୧୯୯୦ ଜାନୁଆରୀ ୩୦ରୁ ପ୍ରଣୟନ କରାଯାଇଥିଲା । ୨୦୧୫ରେ ଏହାକୁ ବ୍ୟାପକ ଭାବରେ ସଂଶୋଧନ କରାଯାଇଥିଲା ଏବଂ ୨୦୧୬ ଜାନୁଆରୀ ୨୬ରେ ସୂଚିତ କରାଯାଇଥିଲା । ୨୦୧୮ରେ ଆଉ ଏକ ସଂଶୋଧନ ହୋଇଥିଲା ଯେଉଁଥିରେ ଧାରା ୧୮ଏ (୨୦ ଅଗଷ୍ଟ ୨୦୧୮ରୁ) ଯୋଡ଼ାଯାଇଥିଲା । ଏହି ଆଇନ ପାଇଁ ନିୟମ ୧୯୯୫ ମାର୍ଚ୍ଚ ୩୧ରେ ସୂଚିତ କରାଯାଇଥିଲା ଏବଂ ସଂଶୋଧିତ ନିୟମଗୁଡିକ ୨୦୧୬ ଅପ୍ରେଲ ୧୬ରେ ସୂଚିତ କରାଯାଇଥିଲା ।

ଏହି ଆଇନର ୨୩(୧) ତମ ଧାରା କେନ୍ଦ୍ର ସରକାରଙ୍କୁ ଏହି ଆଇନର ଉଦ୍ଦେଶ୍ୟସବୁକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ପ୍ରସ୍ତୁତ କରିବାର ଅଧିକାର ଦେଇଛି । ଏହି ଧାରା ଆଧାରରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ନିୟମ ୧୯୯୫ ପ୍ରସ୍ତୁତ କରାଯାଇଥିଲା ।[୨]

ଦଳିତମାନଙ୍କୁ ଭାରତୀୟ ସମାଜରେ ସାମାଜିକ ଅନ୍ତର୍ଭୁକ୍ତ କରିବାରେ ସାହାଯ୍ୟ କରିବା ଏହି ଆଇନର ଉଦ୍ଦେଶ୍ୟ ଥିଲା । କିନ୍ତୁ ଏହା ଉକ୍ତ ଆଶା ପୂରଣ କରିବାରେ ବିଫଳ ହୋଇଛି (ନିମ୍ନରେ ଉଦ୍ଧୃତ) ବୋଲି ୨୦୧୦ ଅଗଷ୍ଟ ୩୦ରେ ସଂସଦରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ସ୍ୱୀକାର କରିଥିଲେ ।[୩]

ଦେଶର ବିଭିନ୍ନ ସ୍ଥାନରେ ଏହି ଆଇନର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଥିବା ୨୦୧୮ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା । ଏହି ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିରୀହମାନଙ୍କୁ ମନମୁଖୀ ଗିରଫରୁ ରକ୍ଷା କରିବା ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଅପମାନିତ କିମ୍ବା ଆହତ କରିଥିବା ଅଭିଯୋଗରେ ତୁରନ୍ତ ଗିରଫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

୨୦୧୮ ଅଗଷ୍ଟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅଣଦେଖା କରିବା ପାଇଁ ଭାରତୀୟ ସଂସଦ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ସଂଶୋଧନ ବିଲ, ୨୦୧୮ ପାରିତ କରି ଏହି ଆଇନ ଅନୁଯାୟୀ ଗିରଫ ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ କରିଥିଲା । ଏହି ବିଲ ୧୯୮୯ ଅଧିନିୟମରେ ଧାରା ୧୮ଏ (୧) (କ) ଅନ୍ତର୍ଭୁକ୍ତ କରେ ଓ ସେଥିରେ ଉଲ୍ଲେଖ ହୋଇଛି, "କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଫ. ଆଇ. ଆର. ପଞ୍ଜିକରଣ ପାଇଁ ପ୍ରାଥମିକ ଅନୁସନ୍ଧାନ ଆବଶ୍ୟକ ହେବ ନାହିଁ" । ଏହି ବିଲ୍ ଧାରା ୧୮ଏ (୧) (ବି) ଅନୁସାରେ, "କୌଣସି ବ୍ୟକ୍ତିଙ୍କ ବିରୋଧରେ ଏହି ଅଧିନିୟମ ଅନୁଯାୟୀ ଅପରାଧ କରିଥିବା ଅଭିଯୋଗ କରାଯାଇଥିଲେ ତାଙ୍କ ଗିରଫ ପାଇଁ ଅନୁସନ୍ଧାନକାରୀ ଅଫିସର କୌଣସି ଅନୁମୋଦନ ଆବଶ୍ୟକ କରିବେ ନାହିଁ । ଏହି ଅଧିନିୟମ କିମ୍ବା କୋଡ୍ ଅଧୀନରେ ପ୍ରଦାନ କରାଯାଇଥିବା ପ୍ରକ୍ରିୟା ବ୍ୟତୀତ ଅନ୍ୟ କୌଣସି ପ୍ରକ୍ରିୟା ପ୍ରଯୁଜ୍ୟ ହେବ ନାହିଁ" । ଏହି ସଂଶୋଧନରେ ଅନୁସୂଚିତ ଜାତି/ଜନଜାତିଙ୍କ ବିରୋଧରେ ଅତ୍ୟାଚାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କ ପାଇଁ କୌଣସି ଅଦାଲତଙ୍କ ଆଦେଶ ଥିଲେ ମଧ୍ୟ ଆଗୁଆ ଜାମିନ ପାଇଁ କୌଣସି ବ୍ୟବସ୍ଥାକୁ ଅଗ୍ରାହ୍ୟ କରିଦିଆଯାଇଛି ।

ଆଧାର[ସମ୍ପାଦନା]

  1. The Statement of the object and reasons for SC/ST(PoA)ACT 1989
  2. "Archived copy". Archived from the original on 19 September 2018. Retrieved 21 April 2019.CS1 maint: archived copy as title (link)
  3. "Home Minister P Chidambaram in Lok Sabha (Lower House of Indian Parliament) on 30 August 2010". 164.100.47.132. Archived from the original on 8 November 2013. Retrieved 12 December 2011.