Jump to content

ରେସଲିଜୁମାବ

ଉଇକିପିଡ଼ିଆ‌ରୁ
ରେସଲିଜୁମାବ
Monoclonal antibody
TypeWhole antibody
SourceHumanized (from rat)
TargetIL-5
Clinical data
Trade namesCinqair, Cinqaero, others
AHFS/Drugs.commonograph
data
Routes of
administration
Intravenous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
MetabolismProteolysis
Elimination half-life~24 days
  (verify)

ରେସଲିଜୁମାବ (ଇଂରାଜୀ ଭାଷାରେ Reslizumab), ଅନ୍ୟମାନଙ୍କ ମଧ୍ୟରେ ସିନକେୟାର ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅନିୟନ୍ତ୍ରିତ ଇଓସିନୋଫିଲିକ ଆଜମା ପାଇଁ ବ୍ୟବହୃତ ହୋଇଥାଏ । [] [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[] ସ୍କଟଲ୍ୟାଣ୍ଡରେ ଖର୍ଚ୍ଚ ଅନୁପାତରେ ଲାଭର ଅଭାବ ହେତୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜିକ ନାକ ପ୍ରଦାହ, ଅଣନିଶ୍ୱାସ ଏବଂ ମାଂସପେଶୀ ନଷ୍ଟ ହୋଇପାରେ ।[] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ଏବଂ ଆନାଫାଇଲକସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୫ (ଆଇଏଲ୍ -୫) ସ‌ହିତ ସଂଲଗ୍ନ ହୋଇ ତାକୁ ଅବରୋଧ କରେ ।[]

୨୦୧୬ରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେସଲିଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୧୦୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୧୦୫୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ ।[]

  1. 1 2 3 "DailyMed - CINQAIR- reslizumab injection, solution, concentrate". dailymed.nlm.nih.gov. Archived from the original on 25 March 2021. Retrieved 16 October 2021.
  2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 284. ISBN 978-0-85711-369-6.{{cite book}}: CS1 maint: date format (link)
  3. 1 2 "Reslizumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 16 October 2021.
  4. 1 2 3 "Cinqaero". Archived from the original on 4 March 2021. Retrieved 16 October 2021.
  5. "Cinqair Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 September 2020. Retrieved 16 October 2021.