ରେଶମୀ ଘୋଷ

ଉଇକିପିଡ଼ିଆ‌ରୁ
ରେଶମୀ ଘୋଷ
ବେର୍କୋଉଇଟ୍ ଲଞ୍ଚ୍ କାର୍ଯ୍ୟକ୍ରମରେ ରେଶମୀ ଘୋଷ
ଜନ୍ମ
ରେଶମୀ ଘୋଷ

ଶିକ୍ଷାଯୋଗମାୟା ଦେବୀ କଲେଜ (କଳାରେ ସ୍ନାତକ)
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ
ବୈବାହିକ-ସାଥୀସିଦ୍ଧାର୍ଥ ବାସୁଦେବ (୨୦୧୩-ଏବେଯାଏଁ)

ରେଶମୀ ଘୋଷ ଜଣେ ଭାରତୀୟ ମଡେଲ ତଥା ଅଭିନେତ୍ରୀ । ସେ ୨୦୦୨ ମସିହାରେ ମିସ୍ ଇଣ୍ଡିଆ ଆର୍ଥର ବିଜୟିନୀ ହେବା ପରେ ହିନ୍ଦୀ କଥାଚିତ୍ର ଓ ଧାରାବାହିକ ଆଦିରେ ଅଭିନୟ କରିଛନ୍ତି ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ କଲିକତାରେ କଟିଥିଲା । ୧୯୯୫ ମସିହାରେ କାର୍ମେଲ କନଭେଣ୍ଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ଏବଂ ୨୦୦୦ ମସିହାରେ ଦକ୍ଷିଣ କଲିକତାର ଯୋଗମାୟା ଦେବୀ କଲେଜରୁ କଳାର ସ୍ନାତକ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କ ଅଭିନୀତ ଧାରାବାହିକ ଶୋଭା ସୋମନାଥକି ଧାରାବାହିକରେ ତାଙ୍କ ସହ କଳାକାର ସିଦ୍ଧାର୍ଥ ବାସୁଦେବଙ୍କୁ ସେ ୨୦୧୩ ମସିହାର ଫେବୃଆରୀ ୧ ତାରିଖରେ କଲିକତାରେ ବିବାହ କରିଥିଲେ ।[୨][୩]

ପେଷା[ସମ୍ପାଦନା]

୨୦୦୨ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଏବଂ ମିସ୍ ଇଣ୍ଡିଆ ଆର୍ଥର ବିଜୟୀ ହୋଇଥିଲେ ।[୪] ଏହାପରେ ସେ ଅନେକ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୫] ଏହା ବ୍ୟତୀତ କିଛି ବିଜ୍ଞାପନରେ ମଧ୍ୟ ଅଭିନୟ କରିଥିଲେ ।[୬] ସେ ପର୍ବିନ ଦବାସଙ୍କ ସହ ତୁମ୍‌ସେ ମିଲ୍‌କର ହିନ୍ଦୀ କଥାଚିତ୍ରରେ ଅଭିନୟ କରିହତିଲେ ।[୭]

ଆଧାର[ସମ୍ପାଦନା]

  1. Singh, Manmohan (12 October 2012). "I don't want Bigg Boss kind of fame: Reshmi Ghosh". The Times of India. Archived from the original on 15 October 2012. Retrieved 30 April 2015.
  2. "TV star Resshmi Ghosh's wedding". Retrieved 3 January 2017.
  3. Ganguly, Ruman (2 January 2013). "Resshmi Ghosh is set to marry Siddharth Vasudev". Times of India. Archived from the original on 2 February 2014. Retrieved 9 May 2021.
  4. Reshmi takes on the Earth!-Delhi Times-Cities-The Times of India
  5. "Untitled Document". Archived from the original on 24 October 2007. Retrieved 20 January 2008.
  6. Reshmi Ghosh Filmography – Yahoo! India Movies
  7. "Tumse Milkar (2010)". IMDb. Retrieved 21 February 2019.

ବାହାର ଲିଙ୍କ୍[ସମ୍ପାଦନା]