ରେବତୀ କାମତ

ଉଇକିପିଡ଼ିଆ‌ରୁ
ରେବଥୀ କାମାଥ୍
Born୧୯୫୫
Nationalityଭାରତୀୟ
OccupationArchitect
Practiceକାମାଥ୍ ଡିଜାଇନ୍ ଷ୍ଟୁଡ଼ିଓ

ରେବଥୀ ଏସ୍ କାମତ (ଜନ୍ମ ୧୯୫୫) ଜଣେ ଭାରତୀୟ ସ୍ଥପତିଦିଲ୍ଲୀରେ ବାସ କରୁଥିବା ଜଣେ ଯୋଜନାକାର । ସେ ଭାରତର କାଦୁଅ ସ୍ଥାପତ୍ୟର ଜଣେ ଅଗ୍ରଣୀ ସ୍ଥପତି । ଅନ୍ୟ ପକ୍ଷରେ ସେ ଭାରତରେ ସବୁଠାରୁ ଉଚ୍ଚ କଳଙ୍କିହୀନ ଇସ୍ପାତ କୋଠା ତିଆରି କରିଥିଲେ ।[୧][୨]

ଆଦ୍ୟ ଜୀବନ[ସମ୍ପାଦନା]

ରେବଥୀ କାମତ ଓଡ଼ିଶାର ଭୁବନେଶ୍ୱରରେ ଏକ ତାମିଲ୍ ପରିବାରରେ ଜନ୍ମ ହୋଇଥିଲେ । ସେ ତାଙ୍କର ଆଦ୍ୟ ଜୀବନ ବାଙ୍ଗାଲୋର ଓ ମହାନଦୀ କୂଳର ଆଦିବାସୀ ଅଞ୍ଚଳରେ ବିତାଇଥିଲେ, ଯେଉଁଠାରେ ତାଙ୍କ ବାପା ହୀରାକୁଦ ବନ୍ଧରେ ଯନ୍ତ୍ରୀ ଭାବେ କାମ କରୁଥିଲେ । ଏହି ଆରମ୍ଭ ସମୟ ତାଙ୍କ ମନରେ ପ୍ରକୃତି, ଲୋକ ଓ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା ।[୩]

ଶିକ୍ଷା ଓ ଆଦ୍ୟ ବୃତ୍ତି[ସମ୍ପାଦନା]

ସେ ଦିଲ୍ଲୀସ୍ଥିତ ସ୍କୁଲ୍ ଅଫ୍ ପ୍ଲାନିଂ ଏଣ୍ଡ୍ ଆର୍କିଟେକ୍ଚର୍ରୁ ସ୍ଥାପନାରେ ତାଙ୍କର ସ୍ନାତ୍ତକ ୧୯୭୭ରେ ପାଇଥିଲେ ଓ ସ‌ହର ତ୍ଥା ଆଞ୍ଚଳିକ କୌଶଳରେ ୧୯୮୧ରେ ସ୍ନାତ୍ତକୋତର ପାଇଥିଲେ ।[୪] ସ୍ନାତ୍ତକ ପରେ ସେ ଷ୍ଟେଇନ୍, ଦୋଶୀ ଓ ଭଲ୍ଲାଙ୍କ ସ‌ହ ଏକ ବର୍ଷ ଓ ପରେ ରଶିକ୍ ଇଣ୍ଟର୍‌ନ୍ୟାସ୍‌ନାଲ୍, ଆର୍କିଟେକ୍ଚର୍ ଏଣ୍ଡ ଫର୍ଣ୍ଣିଚର୍ ଡିଜାଇନର୍‌ସ, ନୂଆଦିଲ୍ଲୀରେ କାମ କରିଥିଲେ । ୧୯୭୯ରେ ସେ, ବସନ୍ତ କାମଥ, ରୋମି ଖୋସ୍‌ଲା ଓ ନରେନ୍ଦ୍ର ଡେଙ୍ଗଲେଙ୍କ ସ‌ହଭାଗୀତାରେ କରାଯାଇଥିବା ଦି ଗ୍ରୁପ୍ (The GRUP (Group for Rural & Urban Planning))ରେ କାମ କରିଥିଲେ । ସେ ମଧ୍ୟ ୧୯୮୧ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍ ଆଫେୟାର୍‌ସ ପାଇଁ କାର୍ଯ୍ୟ କରିଥିଲେ । ସ୍କୁଲ୍ ଅଫ୍ ପ୍ଲାନିଂ ଏଣ୍ଡ୍ ଆର୍କିଟେକ୍‌ଚର୍, ନୂଆଦିଲ୍ଲୀରେ ୧୯୮୪-୮୭ରେ ସେ ପରିଦର୍ଶକ ଅଧ୍ୟାପକ ଓ ୧୯୮୭-୯୧ରେ ସ‌ହ ଅଧ୍ୟାପକ ଥିଲେ ।

ସ୍ଥାପତ୍ୟ ଅଭ୍ୟାସ[ସମ୍ପାଦନା]

୧୯୮୧ରେ ସେ ବସନ୍ତ କାମାଥ୍‌ଙ୍କ ସ‌ହ ମିଶି ରେବଥୀ ଏଣ୍ଡ୍ ବସନ୍ତ କାମାଥ୍ ନାମରେ ଏକ ଫାର୍ମ୍ ଖୋଲିଥିଲେ, ଯାହା ୨୦୦୫ରେ କାମାଥ୍ ଡିଜାଇନ୍ ଷ୍ଟୁଡ଼ିଓ- ଆର୍କିଟେକ୍ଚର୍, ପ୍ଲାନିଂ ଏଣ୍ଡ୍ ଏନ୍‌ଭର୍‌ମେଣ୍ଟ୍ ନାମରେ ପରିଚିତ ହେଲା । ଏହି ଷ୍ଟୁଡ଼ିଓ ସାମାଜିକ, ଅର୍ଥନୈତିକ ଓ ଭୌଗୋଳିକ ଚିନ୍ତାଧାରା ଉପରେ କାମ କରିଛି । ୧୯୮୩ର ଦିଲ୍ଲୀର ଶାଦୀପୁର ଡିପୋଟ୍ ନିକଟବର୍ତ୍ତୀ ଆନନ୍ଦଗ୍ରାମ ବସ୍ତି ସଂରକ୍ଷଣ ପ୍ରୋଯେକ୍ଟ ଅନ୍ୟତମ । ରେବଥୀ କାମାଥ୍ ତାଙ୍କ ବିବର୍ତ୍ତନ ଗୃହ ତ‌ଥ୍ଯ ପାଇଁ ପ୍ରସିଦ୍ଧ । ସେ ବ୍ୟକ୍ତିଗତ ଚାହିଦା ଜାଣିବା ପାଇଁ ୩୫୦ ପରିବାରକୁ ଦେଖା କରିଥିଲେ ଓ ସେମାନଙ୍କୁ ପ୍ରଥମ ଗୃହ ଦେଇଥିଲେ ।[୫]

ତାଙ୍କର ତିନୋଟି ପ୍ରକଳ୍ପ ଆଗା ଖାନ୍ ସମ୍ମାନ ପାଇଁ ମନୋନୀତ ହୋଇଥିଲା ।ସେଗୁଡ଼ିକ ହେଲେ, ଦିଲ୍ଲୀର ଅକ୍ଷୟ ପ୍ରତିଷ୍ଠାନ, ମହେଶ୍ୱରଠାରେ ଗୋଷ୍ଠୀ କେନ୍ଦ୍ର, ଓ ହଜ୍ ଖାସ୍‌, ଦିଲ୍ଲୀର ନାଲିନ୍ ତୋମାର୍ ।[୬]

ରେବଥୀ ୧୯୮୬ରେ ପ୍ୟାରିସ୍‌ରେ ଭାରତର ଉତ୍ସବ ପାଇଁ ଭାରତରେ ପାରମ୍ପରିକ ସ୍ଥାପତ୍ଯ ପ୍ରଦର୍ଶନୀ ପାଇଁ ଅବଦାନ କରିଥିଲେ ।[୭] ସେ ମଧ୍ଯ ଏଟର୍‌ନାଲ୍ ଗାନ୍ଧୀ ମଲ୍ଟିମିଡ଼ିଆ ମ୍ୟୁଜିୟମ୍‌ ପାଇଁ ଡିଜାଇନ୍ ଦଳ ଅବଦେନ କରିଥିଲେ । ସେ ମଧ୍ୟ ୨୦୦୩ରେ VHAI (Voluntary Health Association of India) ପାଇଁ କ୍ରାଫ୍ଟ୍: ଏ ଟୁଲ୍ ଫର୍ ସୋସିଆଲ୍ ଚେଞ୍ଜ୍ ପ୍ରଦର୍ଶନୀ ପାଇଁ କୋ-କ୍ୟୁରେଟର୍ ଓ ଡିଜାଇନର୍ ଥିଲେ ।[୮] ସେ ବର୍ତ୍ତମାନ ଭୋପାଳର ଆଦିବାସୀ ଐତିହ୍ୟ ପାଇଁ ସଂଗ୍ରହାଳୟ, ଦିଲ୍ଲୀର ସନ୍ଧାନ କେନ୍ଦ୍ର ଗ୍ନୋଷ୍ଟିକ୍ କେନ୍ଦ୍ର, ଓ ଯୌଗିକ ବିଜ୍ଞାନ ପାଇଁ ଜୀବା ୱେଲ୍‌ନେସ୍ ସେଣ୍ଟର୍ ଓ ଜୀବା ବିଶ୍ୱବିଦ୍ୟାଳୟ ।

ପ୍ରମୁଖ କାର୍ଯ୍ୟ[ସମ୍ପାଦନା]

  • ରାଜସ୍ଥାନର ମାଣ୍ଡ‌ୱାରେ ଡେଜର୍ଟ୍ ରିସର୍ଟ୍
  • ଦିଲ୍ଲୀର ନନ୍ଦିତା ଓ ଅମିତ୍ ଜ‌ଜ୍‌ଙ୍କ ପାଇଁ ମଡ୍ ହାଉସ୍
  • ଦିଲ୍ଲୀର ହଜ୍ ଖାସ୍ ଗାଁରେ ହାଉସ୍ ଫର୍ ନାଲିନ୍[୯]
  • ଦିଲ୍ଲୀର ଜୀବାଶ୍ରମ ପଶୁ ଆଶ୍ରୟସ୍ଥଳ
  • ଦିଲ୍ଲୀର ଅକ୍ଷୟ ପ୍ରତିଷ୍ଠାନ[୧୦]
  • ମଧ୍ୟପ୍ରଦେଶର ମହେଶ୍ୱରରଠାରେ ଗୋଷ୍ଠୀ କେନ୍ଦ୍ର[୧୧]
  • ମଧ୍ୟପ୍ରଦେଶର ମହେଶ୍ୱରଠାରେ ବୁଣାକାରଙ୍କ ଗୃହ ପ୍ରକଳ୍ପ
  • School for weavers’ children at Maheshwar, Madhya Pradesh
  • Kamath house, Anangpur (in collaboration with Vasant Kamath)
  • Gateway for Jindal Power Plant at Tamnar, Chhattisgarh(in collaboration with Ayodh Kamath)
  • VIP Guest House for Jindal Power Limited at Raigarh, Chhattisgarh (in collaboration with Vasant Kamath)
  • Auditorium at Raigarh, Chhattisgarh
  • Tal Chhapar Sanctuary for Government of Rajasthan, Churu, Rajasthan
  • Museum for Tribal Heritage, Bhopal, Madhya Pradesh (ongoing project)
  • Gnostic Centre, Delhi (ongoing project)[୧୨]

ଆଧାର[ସମ୍ପାଦନା]

  1. "School of Mobile Crèches". Dome.mit.edu. Retrieved 2013-03-03.
  2. http://www.stainlessindia.org/UploadPdf/June-2006.pdf
  3. [Indian Architect and builder, November 1996, ISSN 0971-5509]
  4. Architecture in India. ISBN 2-86653-031-4
  5. "Artistically Informal". aecworldxp. Archived from the original on 2012-03-21. Retrieved 2013-03-03.
  6. "Revathi & Vasant Kamath, Vasanth and Revathi Kamath Architects, New Delhi". aecworldxp. Archived from the original on 2012-03-21. Retrieved 2013-03-03.
  7. [Architecture in India. ISBN 2-86653-031-4]
  8. "Eternal Gandhi MMM". Eternalgandhi.org. Retrieved 2013-03-03.
  9. "Nalin Tomar House". Archnet.org. Archived from the original on 2012-11-01. Retrieved 2013-03-03.
  10. "Akshay Pratisthan School". Archnet.org. Archived from the original on 2014-11-23. Retrieved 2013-03-03.
  11. "Community Center". Archnet.org. Archived from the original on 2012-10-03. Retrieved 2013-03-03.
  12. http://www.gnosticcentre.com/link_files/Journal_Earth_Matters.pdf[permanent dead link]