Jump to content

ରେଢାଖୋଲ ରାଜ୍ୟ

ଉଇକିପିଡ଼ିଆ‌ରୁ

ରେଢାଖୋଲ ରାଜ୍ୟ
ରେଢ଼ାଖୋଲ
Princely State of British India
12th century–1948
Location of Rairakhol
Location of Rairakhol
Rairakhol State in the Imperial Gazetteer of India
History
 •  Established 12th century
 •  Accession to the Union of India 1948
Area
 •  1901 ୨,୧୫୭ km2 (୮୩୩ sq mi)
Population
 •  1901 ୨୬,୮୮୮ 
Density ୧୨.୫ /km2  (୩୨.୩ /sq mi)
Rajput Provinces of India - Rairakhol (Princely State)

ରେଢାଖୋଲ ରାଜ୍ୟ  (ଓଡ଼ିଆ: ରେଢ଼ାଖୋଲ; ହିନ୍ଦୀ : रायखोल), ଏକ ବ୍ରିଟିଶ ସମୟର ରାଜ୍ୟ ଥିଲା । ଏହା ଛୋଟ ନାଗପୁର ରାଜ୍ୟ ସମୂହ ଭିତରେ ଥିଲା । ଏହାର ରାଜଧାନୀ ରେଢାଖୋଲ ସହରରେ ଥିଲା । ବର୍ତ୍ତମାନ ରେଢାଖୋଲ ସମ୍ବଲପୁର ଜିଲ୍ଲାରେ ଅନ୍ତରଭୁକ୍ତ । ଏହାର ପରିବ୍ୟାପ୍ତି 2.157 ବର୍ଗ କିଲୋମିଟର ଓ 1901ରେ ଜନସଂଖ୍ୟା 26,888 ଥିଲା । 

ଏହି ରାଜ୍ୟର ଅଧିକାଂଶ ଅଞ୍ଚଳ ଘୋର ଜଙ୍ଗଲରେ ପୂର୍ଣ ଥିଲା । ଏହି ଜଙ୍ଗଲରେ ହାତୀ , ବାଘ ପରି ଜନ୍ତୁ ବିଚରଣ କରୁଥିଲେ ।ଏଠାରେ କୋଳ ଜନଜାତିର ଲୋକ ବହୁ ସଂଖ୍ୟାରେ ରହନ୍ତି । ଏମାନେ ମୁଣ୍ଡା ଓ ଓରାଓଁ ଭାଷା ବ୍ୟବହାର କରନ୍ତି । ଚଷା ଜାତୀୟ ଲୋକ ମଧ୍ୟ ବହୁ ସଂଖ୍ୟାରେ ଏଠାରେ ରହନ୍ତି । .[୧]

ଇତିହାସ 

[ସମ୍ପାଦନା]

 18 ଶ ଶତାବ୍ଦୀ ଯାଏ ରେଢାଖୋଲ ବାମରା ରାଜ୍ୟର ଅଧିନସ୍ଥ ରାଜ୍ୟ ରହିଥିଲା । ଏହାକୁ ପାଟଣାର ଗଡଜାତ ରାଜା ସ୍ୱାଧୀନତା ଦେଇଥିଲେ ।ଠାରେ ଯୁଦ୍ଧରେ ରେଢାଖୋଲ ରାଜପରିବାରର ଏକ ବାଳକ ଛଡାସମସ୍ତେ  ବାମର ରାଜ୍ୟ ସହ ଯୁଦ୍ଧରେ ନିହତ ହେଇଥିଲେ । ସେହି ବାଳକକୁ ବୁଟକା ସୁଧ ନାମକ ଜାତିର ଜଣେ ମହିଳା ନେଇଯାଇ ରଖିଥିଲେ । ସେ ବଡ ହେଲା ପରେ ପୁନର୍ବାର ରେଢାଖୋଲର ଗାଦୀ ଅକ୍ତିଆର କରିଥିଲେ । ତେଣୁ ବୁଟକା ସୁଧ ଜାତିକୁ ରାଜପରିବାର ସ୍ୱତନ୍ତ୍ର ଭାବେ ଦେଖନ୍ତି । ରେଢାଖୋଲର ରାଜାମାନେ ରାଥୋରେ ରାଜପୁତ ଓ ସେମାନେ ସେରିକେଲ , ବଣାଇ ଓ ଖରସୁଆ ରାଜା ପରିବାର ସହ ସମ୍ପର୍କିତ । 

ରାଜ୍ୟ 1905 ମସିହା ଯାଏ ଛତିଶଗଦ ଡିଭିଜନ ଅନ୍ତର୍ଗତ କମିଶନରଙ୍କ ଅଧୀନରେ ରହି ତାହା ପରେ ବେଙ୍ଗଲ ପ୍ରେସିଡେନ୍ସିରେ ରହିଥିଲା । ରେଢାଖୋଲର ସେଶ ରାଜା ଗିରୀଶ ଦେଓ ଜାନୁଆରୀ 1948ରେ ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘକୁ ସମର୍ପଣ କରିଥିଲେ । [୨]

ଶାସକ 

[ସମ୍ପାଦନା]

ରେଢାଖୋଲର ଶାସକମାନେ ନିଜକୁ "ରାଜା " ବୋଲାଉଥିଲେ । [୩] [୪]

ରାଜା 

[ସମ୍ପାଦନା]
  • 1825 - 1900 ବିଷାନ ଚନ୍ଦ୍ର ଜେନାମଣି 
  • 1900 - ଗୌର ଚନ୍ଦ୍ର ଦେଓ 
  • 3 Jul 1906 - 193. ବିରଚନ୍ଦ୍ର ଯଦୁମଣି ଦେଓ 
  • 193. - 15 Aug 1947 ଗିରୀଶ ଚନ୍ଦ୍ର ଦେଓ 

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Eastern States Agency
  • Orissa Province
  • Orissa Tributary States

ଆଧାର 

[ସମ୍ପାଦନା]