ରୀତା ବିଶାଲ
ରୀତା ବିଶାଲ | |
---|---|
ଜନ୍ମ | ରୀତା ମିଶ୍ର |
ବୃତ୍ତି | ଓଡ଼ିଆ ଡବିଂ କଳାକାର |
ପିତାମାତା | ପ୍ରିୟ ମିଶ୍ର |
ରୀତା ବିଶାଲ ଜଣେ ଓଡ଼ିଆ ଡବିଂ କଳାକାର । ସେ ଦୂରଦର୍ଶନ, ଆକାଶବାଣୀ ଏବଂ ଚଳଚ୍ଚିତ୍ରଗୁଡ଼ିକରେ ଡବିଂ ଆର୍ଟିଷ୍ଟ୍ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ପଳାତକରେ ମହାଶ୍ୱେତା ରାୟଙ୍କ ପାଇଁ ଡବିଂ କରିଥିଲେ ।[୧]
ପିଲାଦିନ[ସମ୍ପାଦନା]
ରୀତା ଓଡ଼ିଆ ଥିଏଟର କଳାକାର ପ୍ରିୟ ମିଶ୍ରଙ୍କର ଝିଅ । କଟକର ସହରରେ ସେ ତାଙ୍କର ପିଲାଦିନ କାଟିଥିଲେ ଏବଂ ପିଲାଦିନୁ ସଙ୍ଗୀତ ତଥା ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଜଣେ କଣ୍ଠଶିଳ୍ପୀ ଏବଂ ଭଏସ୍ ଡବିଂ କଳାକାର ଭାବରେ କାର୍ଯ୍ୟ କରୁଥିଲେ ।
ବୃତ୍ତି[ସମ୍ପାଦନା]
ରୀତା ଆକାଶବାଣୀ କଟକ କେନ୍ଦ୍ରର ଜଣେ ଉପସ୍ଥାପିତକା ଭାବରେ କାର୍ଯ୍ୟ କରୁଥିଲେ ଏବଂ ଏହାପରେ ସେ ଚଳଚ୍ଚିତ୍ରରେ ଡବିଙ୍ଗ ଆର୍ଟିଷ୍ଟ ଭାବେ କାମ କରିଥିଲେ । ସେ ଡବିଂ କରିବା ସହିତ କିଛି ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ ।
ଆଧାର[ସମ୍ପାଦନା]
- ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". ସମ୍ବାଦ (in ଓଡ଼ିଆ). sambad.in. 1 February 2018. Archived from the original on 12 February 2021. Retrieved 12 February 2021.
{{cite news}}
: CS1 maint: unrecognized language (link)