ରୀତା ଗାଙ୍ଗୁଲି
ରୀତା ଗାଙ୍ଗୁଲି | |
---|---|
ଜନ୍ମ | |
ବୃତ୍ତି | କ୍ଲାସିକାଲ ସଙ୍ଗୀତଜ୍ଞ |
ପ୍ରସିଦ୍ଧି | ହିନ୍ଦୁସ୍ଥାନୀ ସଙ୍ଗୀତ (Hindustani music) |
ବୈବାହିକ-ସାଥୀ | କେଶବ କୋଠାରୀ |
ସନ୍ତାନ | ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ମେଘନା କୋଠାରୀ (Meghna Kothari) |
ପିତାମାତା(s) | କେ. ଏଲ. ଗାଙ୍ଗୁଲି ମୀନା |
ପୁରସ୍କାର | ପଦ୍ମଶ୍ରୀ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) ପ୍ରିୟଦର୍ଶୀ ପୁରସ୍କାର ରାଜୀବ ଗାନ୍ଧି ପୁରସ୍କାର ଭାରତୀୟ ସମାଲୋଚକ ପୁରସ୍କାର Broadcasters Association Lifetime Achievement Award |
ରୀତା ଗାଙ୍ଗୁଲି (ଇଂରାଜୀ ଭାଷାରେ Rita Ganguly) ଭାରତୀୟ କଳାର ଜଣେ ପ୍ରତିପାଦକ । ସେ ଜଣେ ପାରଙ୍ଗମ ନର୍ତ୍ତକୀ, ସଙ୍ଗୀତଜ୍ଞ ଓ ଗାୟିକା ଯାହାଙ୍କୁ ସନ ୨୦୦୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award),[୧] ଓ ସନ ୨୦୦୩ରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି ।[୨] ସେ ଅଭିନେତ୍ରୀ ମେଘନା କୋଠାରୀଙ୍କର (Meghna Kothari) ମାଆ ।
ଜୀବନୀ
[ସମ୍ପାଦନା]ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଏକ ବ୍ରାହ୍ମଣ ପରିବାରରେ ପିତା କେ ଏଲ ଗାଙ୍ଗୁଲି ଓ ମାତା ମୀନା ଗାଙ୍ଗୁଲିଙ୍କ ଔରଷରୁ ରୀତା ଗାଙ୍ଗୁଲି ଜନ୍ମ ଗ୍ରହଣ କରଥିଲେ । କେ ଏଲ ଗାଙ୍ଗୁଲି ଜଣେ ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ ଓ ଭାରତର ଜାତୀୟ କଂଗ୍ରେସ ପାର୍ଟିର (Congress party) ଜଣେ ସଭ୍ୟ ଥିଲେ । ସନ ୧୯୩୮ରେ ନେହରୁଙ୍କ ସ୍ଥାପିତ ନ୍ୟାସନାଲ ହେରାଲ୍ଡ (National Herald) ଖବର କାଗଜର ସେ ପ୍ରଥମ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ ।[୩] [୪]
ସମ୍ବାଦପତ୍ର ପରିବେଶରେ ରହି ଲକ୍ଷ୍ମୌରେ ସେ ବଢ଼ିଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ଗୋପେଶ୍ୱର ବାନେର୍ଜିଙ୍କଠାରୁ ରବୀନ୍ଦ୍ର ସଙ୍ଗୀତ ଶିକ୍ଷା ଲାଭ କରିଥଲେ ।[୩] ପରେ ସେ ତାଙ୍କର ବଡ଼ ଭଉଣୀ ଗୀତା ଘଟକଙ୍କ ସହିତ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଆକାରରେ କଥାକଲି (Kathakali) ଓ ମଣିପୁରୀ (Manipuri) ନୃତ୍ୟ ଶିକ୍ଷା କଲେ କିନ୍ତୁ କଳା ଉପରେ ବେଶୀ ଜୋର ଦେଇଥିଲେ ।[୪] କୁଞ୍ଚୁ କୁରୁପ ଓ ଚନ୍ଦୁ ପାନିକର ଭଳି ପ୍ରଖ୍ୟାତ ଗୁରୁଙ୍କଠାରୁ ସେ ଅଧିକ କଥାକଲି ନୃତ୍ୟ ଶିକ୍ଷା କରିଥିଲେ[୫] ଓ ନିଉ ୟୋର୍କର ମାର୍ଥା ଗ୍ରାହାମ ସ୍କୁଲରେ (Martha Graham School) ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ ।[୩][୪] ଋଷିଆର ବୋଲଷୋଇ ଥିଏଟର (Bolshoi Theatre) ଭଳି ଖ୍ୟାତନାମା ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଅନୁଷ୍ଠାନରେ (National School of Drama (NSD)) ଫ୍ୟାକଲ୍ଟି ମେମ୍ବର ଭାବରେ ଯୋଗଦାନ କଲେ । ସେଠାରେ ସେ 'ମୁଭମେଣ୍ଟ ଆଣ୍ଡ ମାଇମ' (Movement and Mime) ନାମରେ ଏକ ଏକ ନୂତନ କୋର୍ଷ ପ୍ରଚଳନ କରିଥିଲେ ।[୩][୪][୬] ସେ ତିରିଶ ବର୍ଷ ଧରି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଅନୁଷ୍ଠାନରେ ଶିକ୍ଷା ପ୍ରଦାନ କରିଥିଲେ । [୬] ସେଠାରେ ସେ ପ୍ରଯୋଜନା ଓ ପୋଷାକ ଡିଜାଇନକୁ ନୂତନତ୍ୱ ପ୍ରଦାନ କରିଥିଲେ । [୩] ବିକ୍ରିଶ୍ଟ ମଧ୍ୟମ ଅଡିଟୋରିଅମର ଗଠନ ଓ କ୍ଲାସିକାଲ ଥିଏଟରର ପୁନର୍ନିମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରଥିଲେ । [୩] ଏନଏସଡି ତତ୍ତ୍ୱାବଧାନରେ ସେ ଅଷ୍ଟ୍ରେଲିଆ , ଇଂଲଣ୍ଡ, ଶ୍ରୀଲଙ୍କା ଓ ଇସ୍ରାଏଲ ଭଳି ଦେଶମାନଙ୍କରେ ସେ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଭାରତୀୟ କ୍ଲାସିକାଲ ଥିଏଟର କର୍ମଶାଳା କାମ କରିଥିଲେ ।[୩]
ପଚାଶ ଦଶକରେ ଏକ ସଂଯୋଗ ବଶତଃ ସେ ଗାଇବାକୁ ସୁଯୋଗ ପାଇଥିଲେ ଯାହା ତାଙ୍କ ଜୀବନର ମୋଡ଼ ବଦଳେଇ ଦେଇଥିଲା ଓ ଗାଇବା ଉପରେ ଅଧିକ ଧ୍ୟାନ କେନ୍ଦ୍ରିଭୂତ କରିଥିଲେ ।[୪] ବିଖ୍ୟାତ କଥକ ଗୁରୁ ଶମ୍ଭୁ ମହାରାଜଙ୍କର (Shambhu Maharaj) ପ୍ରେରଣା ପାଇ ସେ ଭାରତର ଅନେକ ସ୍ଥାନରେ ସେ ଶାସ୍ତ୍ରୀୟ ଗାୟକ ସିଦ୍ଧେଶ୍ୱରୀ ଦେବୀଙ୍କ (Siddheshwari Devi) ସାଥିରେ ମିଶି ପ୍ରଦର୍ଶନ କରିଥିଲେ ।[୩][୪]ଏହିଭଳି ଏକ ପ୍ରଦର୍ଶନ ସମୟରେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଗାୟିକା (Hindustani) ବେଗମ ଅଖତର (Begum Akhtar) ତାଙ୍କୁ ଭେଟି ଶିଷ୍ୟ ରୂପେ ଗ୍ରହଣ କରିଥିଲେ । [୩][୪] ସନ ୧୯୭୪ରେ ଅଖତରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେହି ଦୁଇଜଣଙ୍କର ସମ୍ପର୍କ ଅବ୍ୟାହତ ରହିଥିଲା । [୩]
ଆଧାର
[ସମ୍ପାଦନା]- ↑ "SNA Award". Sangeet Natak Akademi. 2015. Archived from the original on 25 July 2010. Retrieved 10 February 2015.
- ↑ "Padma Awards" (PDF). Padma Awards. 2015. Archived from the original (PDF) on 15 October 2015. Retrieved 6 February 2015.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "ITC Sangeet Research Academy". ITC Sangeet Research Academy. 2015. Retrieved 9 February 2015.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Telegraph India". Telegraph India. 6 October 2013. Retrieved 10 February 2015.
- ↑ "Chandu Panikkar". The Hindu. 27 June 2014. Retrieved 10 February 2015.
- ↑ ୬.୦ ୬.୧ "Portrait of the artist". The Hindu. 9 February 2015. Retrieved 9 February 2015.