ରୀତା ଗାଙ୍ଗୁଲି

ଉଇକିପିଡ଼ିଆ‌ରୁ
ରୀତା ଗାଙ୍ଗୁଲି
Born
ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭାରତ
Occupationକ୍ଲାସିକାଲ ସଙ୍ଗୀତଜ୍ଞ
Known forହିନ୍ଦୁସ୍ଥାନୀ ସଙ୍ଗୀତ (Hindustani music)
Spouseକେଶବ କୋଠାରୀ
Childrenଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ମେଘନା କୋଠାରୀ (Meghna Kothari)
Parent(s)କେ. ଏଲ. ଗାଙ୍ଗୁଲି
ମୀନା
Awardsପଦ୍ମଶ୍ରୀ
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award)
ପ୍ରିୟଦର୍ଶୀ ପୁରସ୍କାର
ରାଜୀବ ଗାନ୍ଧି ପୁରସ୍କାର
ଭାରତୀୟ ସମାଲୋଚକ ପୁରସ୍କାର
Broadcasters Association Lifetime Achievement Award

ରୀତା ଗାଙ୍ଗୁଲି (ଇଂରାଜୀ ଭାଷାରେ Rita Ganguly) ଭାରତୀୟ କଳାର ଜଣେ ପ୍ରତିପାଦକ । ସେ ଜଣେ ପାରଙ୍ଗମ ନର୍ତ୍ତକୀ, ସଙ୍ଗୀତଜ୍ଞ ଓ ଗାୟିକା ଯାହାଙ୍କୁ ସନ ୨୦୦୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award),[୧] ଓ ସନ ୨୦୦୩ରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି ।[୨] ସେ ଅଭିନେତ୍ରୀ ମେଘନା କୋଠାରୀଙ୍କର (Meghna Kothari) ମାଆ ।

ଜୀବନୀ[ସମ୍ପାଦନା]

ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ‌ହରରେ ଏକ ବ୍ରାହ୍ମଣ ପରିବାରରେ ପିତା କେ ଏଲ ଗାଙ୍ଗୁଲି ଓ ମାତା ମୀନା ଗାଙ୍ଗୁଲିଙ୍କ ଔରଷରୁ ରୀତା ଗାଙ୍ଗୁଲି ଜନ୍ମ ଗ୍ରହଣ କରଥିଲେ । କେ ଏଲ ଗାଙ୍ଗୁଲି ଜଣେ ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ ଓ ଭାରତର ଜାତୀୟ କଂଗ୍ରେସ ପାର୍ଟିର (Congress party) ଜଣେ ସଭ୍ୟ ଥିଲେ । ସନ ୧୯୩୮ରେ ନେହରୁଙ୍କ ସ୍ଥାପିତ ନ୍ୟାସନାଲ ହେରାଲ୍ଡ (National Herald) ଖବର କାଗଜର ସେ ପ୍ରଥମ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ ।[୩] [୪]

ସମ୍ବାଦପତ୍ର ପରିବେଶରେ ରହି ଲକ୍ଷ୍ମୌରେ ସେ ବଢ଼ିଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ଗୋପେଶ୍ୱର ବାନେର୍ଜିଙ୍କଠାରୁ ରବୀନ୍ଦ୍ର ସଙ୍ଗୀତ ଶିକ୍ଷା ଲାଭ କରିଥଲେ ।[୩] ପରେ ସେ ତାଙ୍କର ବଡ଼ ଭଉଣୀ ଗୀତା ଘଟକଙ୍କ ସ‌ହିତ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଆକାରରେ କଥାକଲି (Kathakali) ଓ ମଣିପୁରୀ (Manipuri) ନୃତ୍ୟ ଶିକ୍ଷା କଲେ କିନ୍ତୁ କଳା ଉପରେ ବେଶୀ ଜୋର ଦେଇଥିଲେ ।[୪] କୁଞ୍ଚୁ କୁରୁପ ଓ ଚନ୍ଦୁ ପାନିକର ଭଳି ପ୍ରଖ୍ୟାତ ଗୁରୁଙ୍କଠାରୁ ସେ ଅଧିକ କଥାକଲି ନୃତ୍ୟ ଶିକ୍ଷା କରିଥିଲେ[୫] ଓ ନିଉ ୟୋର୍କର ମାର୍ଥା ଗ୍ରାହାମ ସ୍କୁଲରେ (Martha Graham School) ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ ।[୩][୪] ଋଷିଆର ବୋଲଷୋଇ ଥିଏଟର (Bolshoi Theatre) ଭଳି ଖ୍ୟାତନାମା ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଅନୁଷ୍ଠାନରେ (National School of Drama (NSD)) ଫ୍ୟାକଲ୍ଟି ମେମ୍ବର ଭାବରେ ଯୋଗଦାନ କଲେ । ସେଠାରେ ସେ 'ମୁଭମେଣ୍ଟ ଆଣ୍ଡ ମାଇମ' (Movement and Mime) ନାମରେ ଏକ ଏକ ନୂତନ କୋର୍ଷ ପ୍ରଚଳନ କରିଥିଲେ ।[୩][୪][୬] ସେ ତିରିଶ ବର୍ଷ ଧରି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଅନୁଷ୍ଠାନରେ ଶିକ୍ଷା ପ୍ରଦାନ କରିଥିଲେ । [୬] ସେଠାରେ ସେ ପ୍ର‌ଯୋଜନା ଓ ପୋଷାକ ଡିଜାଇନ‌କୁ ନୂତନତ୍ୱ ପ୍ରଦାନ କରିଥିଲେ । [୩] ବିକ୍ରିଶ୍ଟ ମଧ୍ୟମ ଅଡିଟୋରିଅମର ଗଠନ ଓ କ୍ଲାସିକାଲ ଥିଏଟରର ପୁନର୍ନିମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରଥିଲେ । [୩] ଏନଏସଡି ତ‌ତ୍ତ୍ୱାବଧାନରେ ସେ ଅଷ୍ଟ୍ରେଲିଆ , ଇଂଲଣ୍ଡ, ଶ୍ରୀଲଙ୍କା ଓ ଇସ୍ରାଏଲ ଭଳି ଦେଶମାନଙ୍କରେ ସେ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଭାରତୀୟ କ୍ଲାସିକାଲ ଥିଏଟର କର୍ମଶାଳା କାମ କରିଥିଲେ ।[୩]

ପଚାଶ ଦଶକରେ ଏକ ସଂଯୋଗ ବଶତଃ ସେ ଗାଇବାକୁ ସୁଯୋଗ ପାଇଥିଲେ ଯାହା ତାଙ୍କ ଜୀବନର ମୋଡ଼ ବଦଳେଇ ଦେଇଥିଲା ଓ ଗାଇବା ଉପରେ ଅଧିକ ଧ୍ୟାନ କେନ୍ଦ୍ରିଭୂତ କରିଥିଲେ ।[୪] ବିଖ୍ୟାତ କଥକ ଗୁରୁ ଶମ୍ଭୁ ମହାରାଜଙ୍କର (Shambhu Maharaj) ପ୍ରେରଣା ପାଇ ସେ ଭାରତର ଅନେକ ସ୍ଥାନରେ ସେ ଶାସ୍ତ୍ରୀୟ ଗାୟକ ସିଦ୍ଧେଶ୍ୱରୀ ଦେବୀଙ୍କ (Siddheshwari Devi) ସାଥିରେ ମିଶି ପ୍ରଦର୍ଶନ କରିଥିଲେ ।[୩][୪]ଏହିଭଳି ଏକ ପ୍ରଦର୍ଶନ ସମୟରେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଗାୟିକା (Hindustani) ବେଗମ ଅଖତର (Begum Akhtar) ତାଙ୍କୁ ଭେଟି ଶିଷ୍ୟ ରୂପେ ଗ୍ରହଣ କରିଥିଲେ । [୩][୪] ସନ ୧୯୭୪ରେ ଅଖତରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେହି ଦୁଇଜଣଙ୍କର ସମ୍ପର୍କ ଅବ୍ୟାହତ ରହିଥିଲା । [୩]


ଆଧାର[ସମ୍ପାଦନା]

  1. "SNA Award". Sangeet Natak Akademi. 2015. Archived from the original on 25 July 2010. Retrieved 10 February 2015.
  2. "Padma Awards" (PDF). Padma Awards. 2015. Archived from the original (PDF) on 15 October 2015. Retrieved 6 February 2015.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "ITC Sangeet Research Academy". ITC Sangeet Research Academy. 2015. Retrieved 9 February 2015.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Telegraph India". Telegraph India. 6 October 2013. Retrieved 10 February 2015.
  5. "Chandu Panikkar". The Hindu. 27 June 2014. Retrieved 10 February 2015.
  6. ୬.୦ ୬.୧ "Portrait of the artist". The Hindu. 9 February 2015. Retrieved 9 February 2015.