Jump to content

ରିଏଲଗାର/ ଇଣ୍ଡିଗୋ ପ୍ରାକୃତିକ

ଉଇକିପିଡ଼ିଆ‌ରୁ

ରିଏଲଗାର/ ଇଣ୍ଡିଗୋ ପ୍ରାକୃତିକ ( RIF ), ଅନ୍ୟ ନାମ କମ୍ପାଉଣ୍ଡ ହୁଆଙ୍ଗଡାଇ, ଏକ ଔଷଧ ଯାହା ତୀବ୍ର ପ୍ରୋମାୟେଲୋସାଇଟିକ ଲିଉକେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ ପରି ଫଳପ୍ରଦ ହେବା ଦେଖାଯାଏ | [] ଏହା ସାଧାରଣତଃ ଅଲ-ଟ୍ରାନ୍ସ-ରେଟିନୋକ୍ ଏସିଡ୍ (ATRA) ସହିତ ଏକତ୍ର ଦିଆଯାଏ ହୁଏ | [] ଏହା ପାଟିରେ ଦିଆଯାଏ | []

ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା ଏବଂ ରାସ ଅନ୍ତର୍ଭୁକ୍ତ ହୋଇପାରେ | [] ଏଥିରେ ରିଏଲଗାର (ଟେଟ୍ରା-ଆର୍ସେନିକ୍ ଟେଟ୍ରା-ସଲଫାଇଡ୍) ଓ ଇଣ୍ଡିଗୋ ପ୍ରାକୃତିକ ଯେଉଁଥିରେ ସାଲଭିଆ ମିଲଟିଆରିଜା ଏବଂ ସୁଡୋଷ୍ଟେଲାରିଆ ହେଟେରୋଫାଇଲା ଦୁଇଟିର ମୂଳ ଥାଏ ।[] ଏହା କର୍କଟ ପ୍ରୋଟିନ୍ ରେଟିନଏକ ଏସିଡ ରିସେପ୍ଟର ଆଲଫାକୁ ଭାଙ୍ଗି କାର୍ଯ୍ୟକ୍ଷମ ହୁଏ | []

ରିଏଲଗାର-ଇଣ୍ଡିଗୋ ପ୍ରାକୃତିକ ୧୯୮୦ ଦଶକରେ ବିକଶିତ ହୋଇଥିଲା ଏବଂ ୨୦୦୯ରେ ଚାଇନାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [][] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [] ଏହା ଚାଇନାରେ ନିର୍ମିତ ଏବଂ ମୂଳତଃ ଏହା ଏକ ଜଡ଼ିବୁଟି ସମ୍ବନ୍ଧୀୟ ଉପଚାର ଥିଲା | [] ଏହା ଅତ୍ୟନ୍ତ ମହଙ୍ଗା ନୁହେଁ | [] [] ୨୦୧୯ ସୁଦ୍ଧା ଆମେରିକା କିମ୍ବା ୟୁରୋପରେ ଏହା ଅନୁମୋଦିତ ହୋଇନାହିଁ ।

  1. 1 2 3 "Proposal for the inclusion of arsenic therapies in the WHO Model list of ESSENTIAL MEDICINES for the treatment of acute promyelocytic leukemia" (PDF). WHO. Retrieved 15 November 2019.
  2. 1 2 3 4 5 6 "Proposal for the inclusion of arsenic therapies in the WHO Model list of ESSENTIAL MEDICINES for the treatment of acute promyelocytic leukemia" (PDF). WHO. Retrieved 15 November 2019.
  3. 1 2 World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  4. "realgar-Indigo naturalis formulation". National Cancer Institute (in ଇଂରାଜୀ). 2 February 2011. Retrieved 15 November 2019.
  5. Ghosh, Dilip; Smarta, R. B. (2016). Pharmaceuticals to Nutraceuticals: A Shift in Disease Prevention. CRC Press. p. PT41. ISBN 9781315354934.