ଟ୍ରେଟିନଏନ

ଉଇକିପିଡ଼ିଆ‌ରୁ
ଟ୍ରେଟିନଏନ
Clinical data
PronunciationSee pronunciation note
Trade namesVesanoid, Avita, Renova, Retin-a, others
AHFS/Drugs.commonograph
MedlinePlusa682437
data
Pregnancy
category
  • AU: X (High risk)
  • US: C (Risk not ruled out)
Routes of
administration
topical, by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Protein binding> 95%
Elimination half-life0.5-2 hours
Identifiers
  • (2E,4E,6E,8E)-3,7-Dimethyl-9-(2,6,6-trimethylcyclohexen-1-yl)nona-2,4,6,8-tetraenoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.573 Edit this at Wikidata
Chemical and physical data
FormulaC20H28O2
Molar mass300.4412 g/mol
3D model (JSmol)
Melting point180 °C (356 °F)
  • O=C(O)\C=C(\C=C\C=C(\C=C\C1=C(\CCCC1(C)C)C)C)C
  • InChI=1S/C20H28O2/c1-15(8-6-9-16(2)14-19(21)22)11-12-18-17(3)10-7-13-20(18,4)5/h6,8-9,11-12,14H,7,10,13H2,1-5H3,(H,21,22)/b9-6+,12-11+,15-8+,16-14+ checkY
  • Key:SHGAZHPCJJPHSC-YCNIQYBTSA-N checkY
  (verify)

ଟ୍ରେଟିନଏନ (ଇଂରାଜୀ ଭାଷାରେ Tretinoin, ଅନ୍ୟ ନାମ ଅଲ-ଟ୍ରାନ୍ସ ରେଟିନଇକ ଏସିଡ/all-trans retinoic acid ବା ATRA),ଏକ ଔଷଧ ଯାହା ବ୍ରଣ (acne) ଓ ଆକ୍ୟୁଟ ପ୍ରୋମାୟେଲୋସାଇଟିକ ଲିଉକେମିଆ (acute promyelocytic leukemia) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୧][୨][୩] ବ୍ରଣ ନିମନ୍ତେ ଏହା କ୍ରିମ ବା ମଲମ ଆକାରରେ ଚମରେ ଲଗାଯାଏ ।[୩] ଲିଉକେମିଆ ରୋଗରେ ୩ ମାସ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । [୧]

ଟ୍ରେଟିନଏନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସୀ (shortness of breath), ମୁଣ୍ଡବଥା, କାଲୁଆ ଅନୁଭବ, ଅବସାଦ, ଶୁଷ୍କ ଚର୍ମ, ଗଲୁ, କେଶହାନୀ, ବାନ୍ତି, ପେଶୀ ଯନ୍ତ୍ରଣା ଓ ଦୃଷ୍ଟି ପରିବର୍ତ୍ତନ । ପ୍ରତିକ୍ରିୟା ସାଂଘାତିକ ହେଲେ ଅଧିକ ଶ୍ୱେତ ରକ୍ତ କଣିକା (high white blood cell counts) ଓ ରକ୍ତ ଜମାଟ (blood clots) ହୋଇପାରେ ।[୧] କ୍ରିମ ଆକାରରେ ବ୍ୟବ‌ହାର କଲେ ଚମ ଲାଲ ହୋଇପାରେ, ଚମରୁ ଚୋପା ଛାଡ଼ିବା ଓ ସୂର୍ଯ୍ୟକିରଣ ସମ୍ବେଦନଶୀଳତା ଆଦି ଦେଖାଯାଏ ।[୩] ଗର୍ଭାବସ୍ଥାରେ ଶିଶୁର ହାନୀ ହେବା ଜଣାଯାଏ ।[୧] ଏହ ରେଟିନଏଡ (retinoid) ଶ୍ରେଣୀର ଏକ ଔଷଧ । [୨]

ସନ ୧୯୫୭ରେ ଟ୍ରେଟିନଏନ ପେଟେଣ୍ଟ ହେବା ପରେ ସନ ୧୯୬୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଟ୍ରେଟିନଏନ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୬] ଇଂଲଣ୍ଡରେ ଟ୍ରେଟିନଏନ ଓ ଏରିଥ୍ରୋମାଇସିନ ମିଶ୍ରଣ ୨୫ ମିଲିର ମୂଲ୍ୟ ପ୍ରାୟ ୭.୦୫ ପାଉଣ୍ଡ ଓ ୧୦ମି:ଗ୍ରା: ବଟିକାର ମୂଲ୍ୟ ୧.୬୧ ପାଉଣ୍ଡ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Tretinoin". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ Tivnan, Amanda (2016). Resistance to Targeted Therapies Against Adult Brain Cancers (in ଇଂରାଜୀ). Springer. p. 123. ISBN 9783319465050.
  3. ୩.୦ ୩.୧ ୩.୨ ୩.୩ British national formulary : BNF 69 (69 ed.). British Medical Association. 2015. pp. 627, 821–822. ISBN 9780857111562.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 476. ISBN 9783527607495.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Tretinoin topical". The American Society of Health-System Pharmacists. Retrieved 8 December 2016.