ରିଆ (ଉପଗ୍ରହ)

ଉଇକିପିଡ଼ିଆ ରୁ
Jump to navigation Jump to search
ରିଆ
PIA07763 Rhea full globe5.jpg
ଶନି ଗ୍ରହର ଉପଗ୍ରହ ରିଆ
Discovery
Discovered byଜିଓଭାନି ଡୋମେନିକୋ କ୍ୟାସିନି[୧]
Discovery date୧୬୭୨ ମସିହା ଡିସେମ୍ବର ୨୩[୧]
Designations
Alternative namesଶନି ୫ (Saturn V)
Adjectiveରିଆନ୍
Orbital characteristics[୨]
Semi-major axis୫୨୭୧୦୮ କି.ମି.
Eccentricity୦.୦୦୧୨୫୮୩
Orbital period୪.୫୧୮୨୧୨ ଦିନ
Average orbital speed୮.୪୮ କି.ମି. ପ୍ରତି ସେକେଣ୍ଡ୍
Inclination୦.୩୪୫° (ଶନିର ବିଷୁବ ରେଖା ପ୍ରତି)
Satellite ofଶନି
Physical characteristics
Dimensions୧୫୩୨.୪ × ୧୫୨୫.୬ × ୧୫୨୪.୪ ଘନ କିଲୋମିଟର [୩]
Surface area୭୩୩୭୦୦୦ ବର୍ଗ କିଲୋମିଟର
Mass(୨.୩୦୬୫୧୮ ± ୦.୦୦୦୩୫୩) × ୧୦୨୧ କିଲୋଗ୍ରାମ[୪] (~ ପୃଥିବୀ ବସ୍ତୁତ୍ୱର ୩.୯ × ୧୦-୪ ଗୁଣ)
Mean density୧.୨୩୬ ± ୦.୦୦୫ ଗ୍ରାମ୍/ସେ.ମି.[୩]
Equatorial surface gravity୦.୨୬୪ ମି. /ସେକେଣ୍ଡ
Escape velocity୦.୬୩୫ କି.ମି. ପ୍ରତି ସେକେଣ୍ଡ୍
Rotation period୪.୫୧୮୨୧୨ ଦିନ
Axial tiltଶୂନ
Albedo୦.୯୪୯ ± ୦.୦୦୩ [୫]
Surface temp.
   କେଲ୍‍ଭିନ୍
min mean max
୫୩ କେଲ୍‍ଭିନ୍ ୯୯ କେଲ୍‍ଭିନ୍
Apparent magnitude୧୦ [୬]

ରିଆ (ଇଂରାଜୀରେ Rhea) ଶନି ଗ୍ରହର ଦ୍ୱିତୀୟ ବୃହତ୍ତମ ପ୍ରାକୃତିକ ଉପଗ୍ରହ ଏବଂ ବ୍ୟାସର ମାପ ଅନୁସାରେ ଆମ ସୌର ମଣ୍ଡଳର ନବମ ସର୍ବବୃହତ୍ ଚନ୍ଦ୍ର (ପ୍ରାକୃତିକ ଉପଗ୍ରହ) । ସୌର ମଣ୍ଡଳରେ ଯେଉଁ ସବୁ କ୍ଷୁଦ୍ର ଗ୍ରହ ଉପଗ୍ରହମାନଙ୍କ ମାପ ନିଆଯାଇପାରିଛି ଓ ସେମାନଙ୍କ ଆକାର ଗୋଲକ ପରି ବୋଲି ପ୍ରମାଣିତ ହୋଇଛି ସେମାନଙ୍କ ମଧ୍ୟରେ ରିଆ ଦ୍ୱିତୀୟ କ୍ଷୁଦ୍ରତମ (ବାମନ ଗ୍ରହ “ସିରିଜ୍ (Ceres)” ପ୍ରଥମ) ।[୭][୮] ୧୬୭୨ ମସିହାରେ ଜିଓଭାନି ଡୋମେନିକୋ କ୍ୟାସିନି ରିଆ ଉପଗ୍ରହର ଆବିଷ୍କାର କରିଥିଲେ ।

ଆବିଷ୍କାର[ସମ୍ପାଦନା]

ରିଆର ଆବିଷ୍କାରକ ଜିଓଭାନି ଡୋମେନିକୋ କ୍ୟାସିନି (୧୬୭୨)

୧୬୭୨ ମସିହା ଡିସେମ୍ବର ୨୩ ତାରିଖରେ ଜିଓଭାନି ଡୋମେନିକୋ କ୍ୟାସିନି ରିଆର ଆବିଷ୍କାର କରିଥିଲେ ।[୧] କ୍ୟାସିନି ଆବିଷ୍କାର କରିଥିବା ଶନିର ଉପଗ୍ରହମାନଙ୍କ ମଧ୍ୟରେ ରିଆ ଦ୍ୱିତୀୟ ଉପଗ୍ରହ ଥିଲା ଏବଂ ଏହାର ଆବିଷ୍କାର ପୂର୍ବରୁ ଶନିର ଆଉ ଦୁଇଟି ଉପଗ୍ରହ ଆବିଷ୍କୃତ ହୋଇ ସାରିଥିଲେ ।[୧]

ନାମକରଣ[ସମ୍ପାଦନା]

ଗ୍ରୀକ୍ ପୌରାଣିକ କଥାରେ ସମସ୍ତ ଦେବତାଙ୍କ ମାତା ରୂପେ ପ୍ରସିଦ୍ଧ ଦେବୀ ରିଆଙ୍କ ନାମାନୁସାରେ ଏହି ଉପଗ୍ରହର ନାମ ରଖାଯାଇଥିଲା । ଏହି ଉପଗ୍ରହକୁ ଶନି ୫ (ଇଂରାଜୀରେ Saturn V) ବୋଲି ମଧ୍ୟ କୁହାଯାଇଥାଏ । ଶନିର ପୃଷ୍ଠରୁ ଆକାଶକୁ ଗଲେ ପ୍ରଥମେ ମିମାସ୍, ଏନସେଲାଡସ୍, ଟିଥାୟସ୍ ଓ ଡାୟୋନ୍ ଉପଗ୍ରହଙ୍କୁ ଅତିକ୍ରମ କରିବା ପରେ ପଞ୍ଚମ ଉପଗ୍ରହ ହେଉଛି ରିଆ ।

ନିଜ ରାଜା ଲୁଇ (ଚତୁର୍ଦ୍ଦଶ)ଙ୍କ ସମ୍ମାନରେ କ୍ୟାସିନି ଆବିଷ୍କାର କରିଥିବା ଶନିର ଚାରିଟି ଉପଗ୍ରହଙ୍କୁ (ଟିଥାୟସ୍, ଡାୟୋନ୍, ରିଆ ଓ ୟାପିଟସ୍) ସେ ସିଡେରା ଲୋଡୋଇସ୍ୟା (Sidera Lodoicea) ବୋଲି ଡାକୁଥିଲେ ।[୧] ମହାକାଶ ବିଜ୍ଞାନୀମାନେ ଟାଇଟାନ୍‍କୁ ଶନି ୧ ଓ କ୍ରମରେ କ୍ୟାସିନିଙ୍କ ଚାରି ଉପଗ୍ରହକୁ ନାମିତ କରି ରିଆକୁ ଶନି ୫ ବୋଲି କହୁଥିଲେ ।[୧] ୧୭୮୯ ମସିହାରେ ମିମାସ୍ ଓ ଏନ୍ସେଲାଡସ୍ ଏବଂ ୧୮୪୮ରେ ହାଇପିରିୟନ୍ ଆବିଷ୍କୃତ ହେବା ପରେ ଉପଗ୍ରହଙ୍କ ନାମକରଣ ପ୍ରଥମେ ଶନି ୭ ଓ ପରେ ଶନି ୮ ପର୍ଯ୍ୟନ୍ତ ବଢ଼ାଗଲା ।

୧୮୪୭ ମସିହା ପର୍ଯ୍ୟନ୍ତ ରିଆର ନାମ ରଖାଯାଇନଥିଲା । ଏହି ସମୟରେ ୱିଲିୟମ୍ ହର୍ଶେଲ୍‍ଙ୍କ ପୁତ୍ର ଓ ୟୁରେନସ୍ ଗ୍ରହର ଆବିଷ୍କାରକ ଜନ୍ ହର୍ଶେଲ୍ ଶନିର ଦୁଇ ଉପଗ୍ରହ ମିମାସ୍ ଓ ଏନ୍ସେଲାଡସ୍‍ର ଆବିଷ୍କାର କରିଥିଲେ । ଜନ୍ କେପ୍ ଅଫ୍ ଗୁଡ୍ ହୋପରେ କରାଯାଇଥିବା ମହାକାଶ ବୈଜ୍ଞାନିକ ନିରୀକ୍ଷଣର ପରିଣାମ (Results of Astronomical Observations made at the Cape of Good Hope) ଲେଖାରେ ଗ୍ରୀକ୍ ଦେବ କ୍ରୋନୋସ୍‍ଙ୍କ ଟାଇଟାନ୍ ଭାଇଭଉଣୀମାନଙ୍କ ନାମାନୁସାରେ ଉପଗ୍ରହମାନଙ୍କୁ ନାମିତ କରିବାର ପ୍ରସ୍ତାବ ଦେଇଥିଲେ ।[୯][୧]

ଭୌତିକ ପ୍ରକୃତି[ସମ୍ପାଦନା]

ଆକାର, ବସ୍ତୁତ୍ୱ ଓ ଆଭ୍ୟନ୍ତରୀଣ ଗଠନ[ସମ୍ପାଦନା]

ପୃଥିବୀ (ଡାହାଣ), ଚନ୍ଦ୍ର (ବାମ ଉପର) ଓ ରିଆ (ବାମ ତଳ) ପ୍ରଭୃତିଙ୍କ ଆକାରର ତୁଳନା
ରିଆ ଉପଗ୍ରହର ଭୂମିପୃଷ୍ଠ
ନିକଟରୁ ରିଆର ପୃଷ୍ଠ
ପରିକ୍ରମଣ ବେଳେ ଆଗୁଆ ଗୋଲାର୍ଦ୍ଧ ଡାହାଣ ପଟକୁ ରହିଛି
ରିଆର ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧର ଫଟୋ ଚିତ୍ର
ପରିକ୍ରମଣ ସମୟରେ ଆଗୁଆ ଓ ପଛୁଆ ଗୋଲାର୍ଦ୍ଧର ଚିତ୍ର

ବରଫମୟ ଉପଗ୍ରହ ରିଆର ଘନତା ୧.୨୩୬ ଗ୍ରାମ୍/(ସେ.ମି.) । ରିଆର ପ୍ରାୟ ୨୫% ଭାଗ ୩.୨୫ ଗ୍ରାମ୍/(ସେ.ମି.) ଘନତାବିଶିଷ୍ଟ ଶିଳା ଏବଂ ପ୍ରାୟ ୭୫% ଭାଗ ୦.୯୩ ଗ୍ରାମ୍/(ସେ.ମି.) ଘନତାବିଶିଷ୍ଟ ବରଫ-ପାଣିଦ୍ୱାରା ଗଠିତ । ଆମ ସୌର ମଣ୍ଡଳରେ ରିଆ ଆକାର ଦୃଷ୍ଟିରୁ ନବମ ବୃହତ୍ତମ ଓ ବସ୍ତୁତ୍ୱ ଦୃଷ୍ଟିରୁ ଦଶମ ବୃହତ୍ତମ ଉପଗ୍ରହ ।[a]

କ୍ୟାସିନି-ହାଇଜେନ୍ସ ଅଭିଯାନ ପୂର୍ବରୁ ରିଆର ଅଭ୍ୟନ୍ତର ଶିଳାରେ ଗଠିତ ବୋଲି ଅନୁମାନ କରାଯାଉଥିଲା ।[୧୦] କିନ୍ତୁ ୨୦୦୫ ମସିହାରେ କ୍ୟାସିନି ଅର୍ବିଟର୍ ରିଆକୁ ନିକଟରୁ ଅତିକ୍ରମ କରିବା ସମୟରେ ଏହି ପୂର୍ବ ଅନୁମାନ ଭୁଲ ବୋଲି ପ୍ରତୀତ ହେଲା । ୨୦୦୭ ମସିହାରେ ପ୍ରକାଶିତ ଏକ ଲେଖାରେ ରିଆ ଆକ୍ଷିକ ଜଡ଼ତ୍ୱାବର୍ତ୍ତତାର (moment of inertia coefficient) ମାନ ୦.୪ ବୋଲି କୁହାଯାଇଥିଲା ।[b][୧୧] ଏଥିରୁ ରିଆର କୋର୍ ବା କେନ୍ଦ୍ରରେ ବରଫ ଚାପରେ ରହିଥିବା ଜଣାପଡ଼ିଲା । ରିଆର ଆଭ୍ୟନ୍ତରୀଣ କେନ୍ଦ୍ରରେ ଶିଳା ଥିଲେ ଏହାର ମାନ ୦.୩୪ ହୋଇଥାନ୍ତା ।[୧୦] ସେହି ବର୍ଷ ପ୍ରକାଶିତ ଅନ୍ୟ ଏକ ଲେଖରେ ଏହି ମାନ ୦.୩୭ ବୋଲି କୁହାଯାଇଥିଲା ।[c] ବର୍ଷେ ପରେ ରିଆର ହାଇଡ୍ରୋଷ୍ଟାଟିକ୍ ସନ୍ତୁଳନ ନଥିବା ଓ କେବଳ ମାଧ୍ୟାକର୍ଷଣ ଭିତ୍ତିକ ତଥ୍ୟକୁ ଆଧାର କରି ଏହାର ଜଡ଼ତ୍ୱାବର୍ତ୍ତ ନିର୍ଦ୍ଧାରଣ କରିବା ଠିକ୍ ନୁହଁ ବୋଲି ଆଉ ଏକ ଲେଖା ଦାବୀ କରିଥିଲା ।[୧୩] ରିଆର ଅତି ନିକଟରୁ କ୍ୟାସିନିଦ୍ୱାରା ସଂଗୃହୀତ ତଥ୍ୟକୁ ଭିତ୍ତି କରି ୨୦୦୮ରେ ପୁଣି ବିଶ୍ଳେଷଣ କରାଯାଇଥିଲା ଏବଂ ଏହାର ହାଇଡ୍ରୋଷ୍ଟାଟିକ୍ ସନ୍ତୁଳନ ଥିବା ତଥା ଜଡ଼ତ୍ୱାବର୍ତ୍ତତାର ମାନ ୦.୪ ଥିବା ଜଣେ ବୈଜ୍ଞାନିକ ପ୍ରକାଶ କଲେ ।[୧୪]

ରିଆର ହାଇଡ୍ରୋଷ୍ଟାଟିକ୍ ସନ୍ତୁଳନ ଏହାର ଆକାରର କାରଣ ।[୧୫] ରିଆର କିଛି ମଡେଲ୍ ଏହାର ଅଭ୍ୟନ୍ତରରେ ଏକ ସାଗର ରହିଥିବାର ସୂଚନା ଦିଅନ୍ତି ଯାହା ରେଡ଼ିଓଆକ୍ଟିଭ୍ ଅବକ୍ଷୟରୁ ଉତ୍ପନ୍ନ ତାପ ବଳରେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ ।[୧୬]

ଉପଗ୍ରହର ପୃଷ୍ଠ[ସମ୍ପାଦନା]

ରିଆର ପୃଷ୍ଠ, ଆବର୍ତ୍ତନ ବେଳର ଆଗୁଆ-ପଛୁଆ ଗୋଲାର୍ଦ୍ଧ ପ୍ରଭୃତିର ଡାୟୋନ୍ ଉପଗ୍ରହ ସହିତ ସାମଞ୍ଜସ୍ୟ ରହିଛି । ଉଭୟ ଉପଗ୍ରହର ଗଠନ ଓ ଇତିହାସ ମଧ୍ୟ ଏକା ପ୍ରକାରର ବୋଲି ଅନୁମାନ କରାଯାଏ । ସୂର୍ଯ୍ୟାଲୋକ ପଡ଼ୁଥିବା ବେଳେ ରିଆର ତାପମାତ୍ରା ୯୯ କେଲ୍‍ଭିନ୍ (−୧୭୪° ସେଲ୍‍ସିୟସ୍) ଓ ଅନ୍ଧାର ସମୟରେ ରିଆର ତାପମାତ୍ରା ୭୩ କେଲ୍‍ଭିନ୍ (−୨୦୦° ସେଲ୍‍ସିୟସ୍)ରୁ ୫୩ କେଲ୍‍ଭିନ୍ (−୨୨୦° ସେଲ୍‍ସିୟସ୍) ହୋଇଥାଏ ।

ରିଆର ଭୂମିପୃଷ୍ଠ ଗହ୍ୱରପୂର୍ଣ୍ଣ[୧୭] ଏବଂ ସ୍ଥାନେ ସ୍ଥାନେ ଡାୟୋନ୍ ଉପଗ୍ରହ ପରି ବଡ଼ କିୟାସ୍ମାଟା ବା ଉଚ୍ଚ ବରଫ ଶିଖର ସବୁ ରହିଛି ।[୧୮] ରିଆର ବିଷୁବ ରେଖା ଉପରେ କିଛି ପଦାର୍ଥ ଜମା ହୋଇଥିବା ଦେଖାଯାଏ ଯାହା ଏହାର ଘୂର୍ଣ୍ଣାୟମାନ ବଳୟରୁ ଜମା ହୋଇଥିବ ।[୧୯]

ସୃଷ୍ଟି[ସମ୍ପାଦନା]

ଆମ ସୌର ମଣ୍ଡଳର ଗ୍ରହଙ୍କ ପରି ପରି ଶନିର ଉପଗ୍ରହଗୁଡ଼ିକ ଏକ ଅଭିବୃଦ୍ଧି ବଳୟରୁ (Accretion disc) ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ । ବୃହଦାକାର ଗ୍ରହମାନଙ୍କ ଯୁବାବସ୍ଥାରେ ସେମାନଙ୍କ ଚାରିପଟେ ରହିଥିବା ବଳୟର ବସ୍ତୁମାନ ସଂଗଠିତ ହୋଇ ସେମାନଙ୍କ ଚନ୍ଦ୍ର ବା ଉପଗ୍ରହମାନଙ୍କ ସୃଷ୍ଟି ହୋଇଛି । ଟାଇଟାନ୍‍ର ସୃଷ୍ଟି ସମ୍ପର୍କରେ ପ୍ରକାଶିତ ମଡେଲ୍‍ରୁ ରିଆ ଓ ୟାପିଟସ୍ ପରି ଉପଗ୍ରହଙ୍କ ସୃଷ୍ଟି ବିଷୟରେ ଏକ ନୂତନ ଅନୁମାନ କରାଯାଇଛି । ଏହି ମଡେଲ୍ ଅନୁସାରେ ପୂର୍ବରୁ ରହିଥିବା ଶନିର ଉପଗ୍ରହମାନଙ୍କ ଧକ୍କା ଯୋଗୁଁ ଟାଇଟାନ୍ ସୃଷ୍ଟ ହୋଇଛି ଏବଂ ଏହି ଧକ୍କାରେ ଅନ୍ୟ ଅବଶେଷଗୁଡ଼ିକ ହେଲେ ରିଆ ଓ ୟାପିଟସ୍ ପରି ଉପଗ୍ରହ ।[୨୦]

ବାହ୍ୟମଣ୍ଡଳ[ସମ୍ପାଦନା]

୨୦୧୦ ମସିହା ନଭେମ୍ବର ୨୭ ତାରିଖରେ ନାସା (NASA) ରିଆ ଚାରିପଟେ ଏକ ବାୟୁମଣ୍ଡଳ ବା ବାହ୍ୟମଣ୍ଡଳ ଆବିଷ୍କୃତ ହେବା ବିଷୟର ଘୋଷଣା କରିଥିଲା । ଏଥିରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ ପ୍ରାୟ ୫:୨ ଅନୁପାତରେ ରହିଛି । ସ୍ଥାନୀୟ ତାପମାତ୍ରା ଅନୁସାରେ ବାହ୍ୟମଣ୍ଡଳର ପୃଷ୍ଠରେ ପ୍ରତି ଘନ ସେଣ୍ଟିମିଟରରେ ୧୦ରୁ ନେଇ ୧୦ଟି ଅଣୁ ରହିଥିବା ଜଣା ପଡ଼ିଥିଲା । ଶନିର ଚୁମ୍ବକୀୟ ଗୋଲକରୁ ଆସୁଥିବା ଆୟନ୍‍ମାନେ ରିଆ ପୃଷ୍ଠର ବରଫ-ପାଣିରେ ରେଡ଼ିଓଲିସିସ୍ ପ୍ରକ୍ରିୟା ସଂଘଟିତ କରାଉଥିବାରୁ ରିଆର ବାହ୍ୟ ମଣ୍ଡଳର ଅମ୍ଳଜାନ ସୃଷ୍ଟି ହୋଇଛି । ଅଙ୍ଗାରକାମ୍ଳ ସୃଷ୍ଟି ହେବାର କାରଣ ଅସ୍ପଷ୍ଟ, ତଥାପି ବରଫରେ ଥିବା ଜୈବ ପଦାର୍ଥର ଅକ୍ସିଡେସନ୍ ପ୍ରକ୍ରିୟାରୁ କିମ୍ବା ରିଆର ଆଭ୍ୟନ୍ତରୀଣ ଗ୍ୟାସ ନିଷ୍କାସିତ ହୋଇ ଏହା ସୃଷ୍ଟି ହୋଇଥାଇପାରେ ।[୨୧][୨୨]

ସମ୍ଭାବ୍ୟ ବଳୟ ବ୍ୟବସ୍ଥା[ସମ୍ପାଦନା]

ରିଆ ଉପଗ୍ରହର ଚତୁଃପାର୍ଶ୍ୱରେ ଏକ ବଳୟ ରହିଥିବାର ସମ୍ଭାବନା ବିଷୟରେ ୨୦୦୮ ମସିହା ମାର୍ଚ୍ଚ ୬ ତାରିଖରେ ନାସା (NASA) ଘୋଷଣା କରିଥିଲା । ବଳୟ ବ୍ୟବସ୍ଥା ରହିଥିବାର ଏହା ପ୍ରଥମ ଉପଗ୍ରହ ହୋଇପାରେ । କ୍ୟାସିନି ରିଆ ନିକଟରୁ ଯାଉଥିବା ସମୟରେ ଶନିର ଚୁମ୍ବକୀୟ କ୍ଷେତ୍ରରେ ଥିବା ଇଲେକ୍‍ଟ୍ରନର ପ୍ରବାହରେ ପରିବର୍ତ୍ତନ ହେବା ଲକ୍ଷ୍ୟ କରିଥିଲା ଓ ଏଥିରୁ ଅନୁମାନ କରାଯାଉଛି ଯେ ଏହା ରିଆ ଚାରିପଟେ ଥିବା ବଳୟ ଯୋଗୁଁ ହୋଇଥାଇପାରେ ।[୨୩][୨୪][୨୫] ଧୂଳି ଓ ଅନ୍ୟ କଣିକା ରିଆର ହିଲ୍ ବଳୟ (Hill sphere) ପର୍ଯ୍ୟନ୍ତ ବିକ୍ଷିପ୍ତ ରହିଥିବାର ଉପଗ୍ରହ ନିକଟରେ ଅଧିକ ଘନତା ବିଶିଷ୍ଟ ୩ଟି ପତଳା ବଳୟ ରହିଥିବାର ଅନୁମାନ କରାଯାଏ । ରିଆର ବିଷୁବ ରେଖା ଉପରେ ଅତିବାଇଗଣୀ ରଶ୍ମୀର ଉଜ୍ଜ୍ୱଳ ବିନ୍ଦୁ ଦେଖାଯିବା ବଳୟରେ ବୁଲୁଥିବା ବସ୍ତୁମାନଙ୍କ ଧକ୍କାରୁ ସୃଷ୍ଟ ବୋଲି ଏହି ଧାରଣା ଦୃଢ଼ୀଭୂତ ହୋଇଥିଲା ।[୨୬] କିନ୍ତୁ ବିଭିନ୍ନ କୋଣରୁ ରିଆକୁ ଦେଖିଥିବା କ୍ୟାସିନି ଅର୍ବିଟର୍ ରିଆ ଚାରିପଟେ କୌଣସି ବଳୟ ବା ବଳୟ ବସ୍ତୁର ଧକ୍କା ପ୍ରଭୃତିର ପ୍ରମାଣ ପାଇନଥିଲା । ତେଣୁ ଏହି ଅତିବାଇଗଣୀ ଉଜ୍ଜ୍ୱଳ ବିନ୍ଦୁର ଅନ୍ୟ କୌଣସି କାରଣ ରହିଥାଇପାରେ ।[୨୭][୨୮]

ତଥ୍ୟ ଅନୁସନ୍ଧାନ ଓ ଗବେଷଣା[ସମ୍ପାଦନା]

୧୯୮୦ ଏବଂ ୧୯୮୧ ମସିହାରେ ଭୋୟେଜର୍ ୧ ଓ ୨ ଅଭିଯାନ ସମୟରେ ରିଆ ଉପଗ୍ରହର ପ୍ରଥମ ଚିତ୍ରମାନ ସଂଗ୍ରହ କରାଯାଇଥିଲା ।

ପରେ କ୍ୟାସିନି ଅର୍ବିଟର୍ ପାଞ୍ଚ ଥର ରିଆ ନିକଟ ଦେଇ ଗତି କରିଥିଲା । ୨୦୦୫ ମସିହା ନଭେମ୍ବର ୨୬ ତାରିଖରେ ୫୦୦ କିଲୋମିଟର, ୨୦୦୭ ମସିହା ଅଗଷ୍ଟ ୩୦ ତାରିଖରେ ୫୭୫୦ କିଲୋମିଟର, ୨୦୧୦ ମସିହା ମାର୍ଚ୍ଚ ୨ ତାରିଖରେ ୧୦୦ କିଲୋମିଟର, ୨୦୧୧ ମସିହା ଜାନୁଆରୀ ୧୧ ତାରିଖରେ ୬୯ କିଲୋମିଟର[୨୯] ଏବଂ ୨୦୧୩ ମସିହା ମାର୍ଚ୍ଚ ୯ ତାରିଖରେ ୯୯୨ କିଲୋମିଟର ଦୂରରୁ ଶେଷ ଥର କ୍ୟାସିନି ଅର୍ବିଟର୍ ରିଆକୁ ନିକଟରୁ ଅତିକ୍ରମ କରିଥିଲା ।[୩୦] ଏହି ସମୟରେ କ୍ୟାସିନି ରିଆର ଅନେକ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଥିଲା ।

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ପୃଥିବୀର ଚନ୍ଦ୍ର, ଚାରୋଟି ଗାଲିଲୀୟ ଉପଗ୍ରହ, ଟାଇଟାନ୍, ଟ୍ରାଇଟନ୍, ଟାଇଟାନିଆ ଏବଂ ଓବେରୋନ୍ ଆଦି ଉପଗ୍ରହଙ୍କ ବସ୍ତୁତ୍ୱ ରିଆର ବସ୍ତୁତ୍ୱଠାରୁ ଅଧିକ । ୟୁରେନସ ଗ୍ରହର ଦ୍ୱିତୀୟ ବୃହତ୍ତମ ଉପଗ୍ରହ ଓବେରୋନ୍‍ର ବ୍ୟାସାର୍ଦ୍ଧ ରିଆର ବ୍ୟାସାର୍ଦ୍ଧଠାରୁ ~୦.୪% କ୍ଷୁଦ୍ରତର ହୋଇଥିବା ବେଳେ ଏହାର ସାନ୍ଦ୍ରତା ରିଆର ସାନ୍ଦ୍ରତାଠାରୁ ~୨୬% ଅଧିକ । JPLSSD. ଦେଖନ୍ତୁ
  2. More precisely, 0.3911 ± 0.0045 kg·m².[୧୧]
  3. More precisely, 0.3721 ± 0.0036 kg·m².[୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Rhea: Saturn's dirty snowball moon
  2. Natural Satellites Ephemeris Service Minor Planet Center
  3. ୩.୦ ୩.୧ Roatsch, T.; Jaumann, R.; Stephan, K.; Thomas, P. C. (2009). "Cartographic Mapping of the Icy Satellites Using ISS and VIMS Data". Saturn from Cassini-Huygens. pp. 763–781. doi:10.1007/978-1-4020-9217-6_24. ISBN 978-1-4020-9216-9.
  4. Jacobson, R. A.; Antreasian, P. G.; Bordi, J. J.; Criddle, K. E.; Ionasescu, R.; Jones, J. B.; Mackenzie, R. A.; Meek, M. C.; Parcher, D.; Pelletier, F. J.; Owen Jr., W. M.; Roth, D. C.; Roundhill, I. M.; Stauch, J. R. (December 2006). "The Gravity Field of the Saturnian System from Satellite Observations and Spacecraft Tracking Data". The Astronomical Journal. 132 (6): 2520–2526. Bibcode:2006AJ....132.2520J. doi:10.1086/508812.
  5. Verbiscer, A.; French, R.; Showalter, M.; Helfenstein, P. (9 February 2007). "Enceladus: Cosmic Graffiti Artist Caught in the Act". Science. 315 (5813): 815. Bibcode:2007Sci...315..815V. doi:10.1126/science.1134681. PMID 17289992. (supporting online material, table S1)
  6. Observatorio ARVAL (April 15, 2007). "Classic Satellites of the Solar System". Observatorio ARVAL. Retrieved 2011-12-17.
  7. [୧]
  8. Emily Lakdawalla (12 November 2015). "DPS 2015: First reconnaissance of Ceres by Dawn". The Planetary Society. Retrieved 21 February 2018.
  9. As reported by William Lassell, Monthly Notices of the Royal Astronomical Society, Vol. 8, No. 3, pp. 42–43 (January 14, 1848)
  10. ୧୦.୦ ୧୦.୧ Anderson, J. D.; Rappaport, N. J.; Giampieri, G.; et al. (2003). "Gravity field and interior structure of Rhea". Physics of the Earth and Planetary Interiors. 136 (3–4): 201–213. Bibcode:2003PEPI..136..201A. CiteSeerX 10.1.1.7.5250. doi:10.1016/S0031-9201(03)00035-9.
  11. ୧୧.୦ ୧୧.୧ Anderson, J. D.; Schubert, J. (2007). "Saturn's satellite Rhea is a homogeneous mix of rock and ice". Geophysical Research Letters. 34 (2): L02202. Bibcode:2007GeoRL..3402202A. doi:10.1029/2006GL028100.
  12. Iess, L.; Rappaport, N.; Tortora, P.; Lunine, J.; Armstrong, J.; Asmar, S.; Somenzi, L.; Zingoni, F. (2007). "Gravity field and interior of Rhea from Cassini data analysis". Icarus. 190 (2): 585. Bibcode:2007Icar..190..585I. doi:10.1016/j.icarus.2007.03.027.
  13. MacKenzie, R. A.; Iess, L.; Tortora, P.; Rappaport, N. J. (2008). "A non-hydrostatic Rhea". Geophysical Research Letters. 35 (5): L05204. Bibcode:2008GeoRL..3505204M. doi:10.1029/2007GL032898.
  14. Anderson, John D. (July 2008). "Rhea's Gravitational Field and Internal Structure". 37th COSPAR Scientific Assembly. Held 13–20 July 2008, in Montréal, Canada. p. 89. Bibcode2008cosp...37...89A. 
  15. Thomas, P. C.; Burns, J. A.; Helfenstein, P.; Squyres, S.; Veverka, J.; Porco, C.; Turtle, E. P.; McEwen, A.; Denk, T.; Giesef, B.; Roatschf, T.; Johnsong, T. V.; Jacobsong, R. A. (October 2007). "Shapes of the saturnian icy satellites and their significance" (PDF). Icarus. 190 (2): 573–584. Bibcode:2007Icar..190..573T. doi:10.1016/j.icarus.2007.03.012. Retrieved 15 December 2011.
  16. Hussmann, Hauke; Sohl, Frank; Spohn, Tilman (November 2006). "Subsurface oceans and deep interiors of medium-sized outer planet satellites and large trans-neptunian objects". Icarus. 185 (1): 258–273. Bibcode:2006Icar..185..258H. doi:10.1016/j.icarus.2006.06.005.
  17. Moore, Jeffrey M.; Schenk, Paul M.; Bruesch, Lindsey S.; Asphaug, Erik; McKinnon, William B. (October 2004). "Large impact features on middle-sized icy satellites" (PDF). Icarus. 171 (2): 421–443. Bibcode:2004Icar..171..421M. doi:10.1016/j.icarus.2004.05.009.
  18. Wagner, R.J.; Neukum, G.; et al. (2008). "Geology of Saturn's Satellite Rhea on the Basis of the High-Resolution Images from the Targeted Flyby 049 on Aug. 30, 2007". Lunar and Planetary Science. XXXIX (1391): 1930. Bibcode:2008LPI....39.1930W.
  19. Schenk, Paul M.; McKinnon, W. B. (2009). "Global Color Variations on Saturn's Icy Satellites, and New Evidence for Rhea's Ring". American Astronomical Society. 41: 3.03. Bibcode:2009DPS....41.0303S.
  20. "Giant impact scenario may explain the unusual moons of Saturn". Space Daily. 2012. Retrieved 2012-10-19.
  21. "Cassini Finds Ethereal Atmosphere at Rhea". NASA. Retrieved November 27, 2010.
  22. Teolis, B. D.; Jones, G. H.; Miles, P. F.; Tokar, R. L.; Magee, B. A.; Waite, J. H.; Roussos, E.; Young, D. T.; Crary, F. J.; Coates, A. J.; Johnson, R. E.; Tseng, W. - L.; Baragiola, R. A. (2010). "Cassini Finds an Oxygen-Carbon Dioxide Atmosphere at Saturn's Icy Moon Rhea". Science. 330 (6012): 1813–1815. Bibcode:2010Sci...330.1813T. doi:10.1126/science.1198366. PMID 21109635.
  23. Saturn's Moon Rhea Also May Have Rings, NASA, June 3, 2006
  24. Jones, G. H.; et al. (2008-03-07). "The Dust Halo of Saturn's Largest Icy Moon, Rhea". Science. 319 (5868): 1380–1384. Bibcode:2008Sci...319.1380J. doi:10.1126/science.1151524. PMID 18323452.
  25. Lakdawalla, E. (2008-03-06). "A Ringed Moon of Saturn? Cassini Discovers Possible Rings at Rhea". The Planetary Society web site. Planetary Society. Archived from the original on 2008-03-10. Retrieved 2008-03-09. External link in |work= (help)
  26. Lakdawalla, E. (5 October 2009). "Another possible piece of evidence for a Rhea ring". The Planetary Society Blog. Planetary Society. Retrieved 2009-10-06. External link in |work= (help)
  27. Matthew S. Tiscareno; Joseph A. Burns; Jeffrey N. Cuzzi; Matthew M. Hedman (2010). "Cassini imaging search rules out rings around Rhea". Geophysical Research Letters. 37 (14): L14205. arXiv:1008.1764. Bibcode:2010GeoRL..3714205T. doi:10.1029/2010GL043663.
  28. Kerr, Richard A. (2010-06-25). "The Moon Rings That Never Were". ScienceNow. Archived from the original on 2010-07-01. Retrieved 2010-08-05.
  29. Cook, Jia-Rui C. (13 January 2011). "Cassini Solstice Mission: Cassini Rocks Rhea Rendezvous". saturn.jpl.nasa.gov. NASA/JPL. Retrieved 11 December 2011.
  30. "NASA craft snaps last close-up photos of icy Saturn moon". saturn.jpl.nasa.gov. NASA/JPL. Retrieved 17 March 2013.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]