Jump to content

ହାଇପିରିୟନ୍ (ଉପଗ୍ରହ)

ଉଇକିପିଡ଼ିଆ‌ରୁ
ହାଇପିରିୟନ୍
ଶନିର ଉପଗ୍ରହ ହାଇପିରିୟନ୍‍ର ଫଟୋ ଚିତ୍ର
Discovery
Discovered by
  • ୱିଲିୟମ୍ ବଣ୍ଡ୍
  • ଜର୍ଜ୍ ବଣ୍ଡ୍
  • ୱିଲିୟମ୍ ଲାସେଲ୍
Discovery date୧୬ ସେପ୍ଟେମ୍ବର, ୧୮୪୮
Designations
Alternative namesଶନି-୭
Adjectiveହାଇପିରିଓନ୍ୟାନ୍ (ଇଂରାଜୀ ଭାଷା)
Orbital characteristics
Semi-major axis୧୪ ଲକ୍ଷ ୮୧ ହଜାର ୯ କିଲୋମିଟର[a]
Eccentricity୦.୧୨୩୦୦୬୧[]
Orbital period୨୧.୨୭୬ ଦିନ
Inclination୦.୪୩° (ଶନିର ବିଷୁବରେଖା ସହିତ)[][]
Satellite ofଶନି
Physical characteristics
Dimensions୩୬୦.୨ × ୨୬୬ × ୨୦୫.୪ ଘନ କିଲୋମିଟର[]
Mass(୫.୬୧୯୯ ± ୦.୦୫) × ୧୦୧୮ କିଲୋଗ୍ରାମ[]
Mean density୦.୫୪୪ ± ୦.୦୫୦ ଗ୍ରାମ୍/ସେ.ମି.[]
Equatorial surface gravity୦.୦୧୭ରୁ ୦.୦୨୧ ମି. /ସେକେଣ୍ଡ (ଅବସ୍ଥିତି ଅନୁଯାୟୀ ପରିବର୍ତ୍ତନଶୀଳ)[]
Escape velocity୪୫ରୁ ୯୯ ମିଟର ପ୍ରତି ସେକେଣ୍ଡ (ଅବସ୍ଥିତି ଅନୁଯାୟୀ ପରିବର୍ତ୍ତନଶୀଳ)[]
Rotation period~୧୩ ଦିନ (ଅକ୍ରମ ତତ୍ତ୍ୱାନୁଯାୟୀ)[]
Axial tiltପରିବର୍ତ୍ତନଶୀଳ
Albedo୦.୩[]
Temperature୯୩ କେଲ୍‍ଭିନ୍ (-୧୮୦° ସେଲସିୟସ୍)[]
Apparent magnitude୧୪.୧[]

ହାଇପିରିୟନ୍ (ଇଂରାଜୀରେ Hyperion) ବା ଶନି ୭ (Saturn VII) ଶନି ଗ୍ରହର ଏକ ପ୍ରାକୃତିକ ଉପଗ୍ରହ । ୧୮୪୮ ମସିହାରେ ୱିଲିୟମ୍ ବଣ୍ଡ୍, ଜର୍ଜ୍ ବଣ୍ଡ୍ ଓ ୱିଲିୟମ୍ ଲାସେଲ୍ ଏହି ଉପଗ୍ରହର ଆବିଷ୍କାର କରିଥିଲେ । ଏକ ବିଚିତ୍ର ସ୍ପଞ୍ଜ ପରି ଦେଖାଯାଉଥିବା ହାଇପିରିୟନ୍‍ର ଅଖାଡ଼ୁଆ ଆକାର ଓ ଅକ୍ରମ ଆବର୍ତ୍ତନ ଏହାର ବୈଶିଷ୍ଟ୍ୟ । ଆବିଷ୍କୃତ ବିଭିନ୍ନ ଗ୍ରହଙ୍କ ଚନ୍ଦ୍ର ବା ଉପଗ୍ରହ ମଧ୍ୟରେ ହାଇପିରିୟନ୍ ହେଉଛି ପ୍ରଥମ ଅଗୋଲକାକାର ଉପଗ୍ରହ ।

ନାମକରଣ

[ସମ୍ପାଦନା]

ଗ୍ରୀକ୍ ପୌରାଣିକ କଥାରେ କ୍ରୋନସ୍‍ଙ୍କ (ଭାରତୀୟ ପୌରାଣିକ କଥାର ଶନି ଦେବଙ୍କ ସହ ତୁଳନୀୟ) ବଡ଼ ଭାଇ ହାଇପିରିୟନ୍‍ଙ୍କ (ସାବଧାନତା ଓ ନିରୀକ୍ଷଣର ଦେବତା) ନାମାନୁସାରେ ଏହି ଉପଗ୍ରହକୁ ନାମିତ କରାଯାଇଛି । ଇଂରାଜୀ ଭାଷାରେ ହାଇପିରିୟନ୍ ଶବ୍ଦରୁ “ହାଇପିରିଓନିଆନ୍ (Hyperionian)” ବିଶ୍ଳେଷଣ ଶବ୍ଦର ଉତ୍ପତ୍ତି ହୋଇଛି ।

୧୮୪୭ ମସିହାରେ ନିଜ ପ୍ରକାଶିତ କେପ୍ ଅଫ୍ ଗୁଡ୍ ହୋପରେ କରାଯାଇଥିବା ମହାକାଶ ବୈଜ୍ଞାନିକ ନିରୀକ୍ଷଣର ପରିଣାମ (Results of Astronomical Observations made at the Cape of Good Hope)ରେ ଜନ୍ ହର୍ଶେଲ୍‍ ସେ ସମୟ ପର୍ଯ୍ୟନ୍ତ ଜଣାଥିବା ଶନି ଗ୍ରହର ସମସ୍ତ ଉପଗ୍ରହମାନଙ୍କ ନାମ କଣ ରଖାଯିବ ତାହାର ପ୍ରସ୍ତାବ ରଖିଥିଲେ । ହାଇପିରିୟନ୍ ଉପଗ୍ରହ ଏହାର ଅଳ୍ପ କିଛି ଦିନ ପରେ ଆବିଷ୍କୃତ ହୋଇଥିଲା ।[୧୦] ୱିଲିୟମ୍ ବଣ୍ଡଙ୍କ ଦେଖିବାର ଦୁଇ ଦିନ ପରେ ହାଇପିରିୟନ୍‍କୁ ଦେଖିଥିବା ୱିଲିୟମ୍ ଲାସେଲ୍ ହର୍ଶେଲ୍‍ଙ୍କ ପୂର୍ବ ପ୍ରସ୍ତାବିତ ନାମାନୁସାରେ ଏହି ଉପଗ୍ରହଟିର ନାମ ହାଇପିରିୟନ୍ ରଖାଯାଉ ବୋଲି ମତ ଦେଇଥିଲେ ।[୧୧] ବଣ୍ଡ‍ଙ୍କ ପୂର୍ବରୁ ସେ ଏହି ଆବିଷ୍କୃତ ଉପଗ୍ରହର ନାମ ମୁଦ୍ରଣ ମଧ୍ୟ କରାଇ ସାରିଥିଲେ ।[୧୨]

ଭୌତିକ ପ୍ରକୃତି

[ସମ୍ପାଦନା]

ଆମ ସୌର ମଣ୍ଡଳରେ ଅଦ୍ୟାବଧି ଜଣାଥିବା ବିଭିନ୍ନ ବୃହତ୍ ଅଖାଡ଼ୁଆ ଆକାରର (ଅଗୋଲକାକାର ବା ଅସମ ଗୋଲାକାର) ଜାଗତିକ ବସ୍ତୁମାନଙ୍କ ମଧ୍ୟରେ ହାଇପିରିୟନ୍ ଅନ୍ୟତମ ।[b] ଏପରି ଅସମ ଆକାରର ଅନ୍ୟ ଏକ ବୃହତ୍ତର ଉପଗ୍ରହ ହେଉଛି ନେପ୍‍ଚ୍ୟୁନ୍‍ ଗ୍ରହର ଉପଗ୍ରହ ପ୍ରୋଟିୟସ୍ । ହାଇପିରିୟନ୍‍ର ବସ୍ତୁତ୍ୱ ମିମାସ୍ ନାମକ ଉପଗ୍ରହର ବସ୍ତୁତ୍ୱର ୧୫% । ହାଇପିରିୟନ୍‍ର ପୃଷ୍ଠରେ ରହିଥିବା ବୃହତ୍ତମ ଗହ୍ୱର (crater)ର ବ୍ୟାସ ପ୍ରାୟ ୧୨୧.୫୭ କିଲୋମିଟର ଓ ଗଭୀରତା ପ୍ରାୟ ୧୦.୨ କିଲୋମିଟର । ଏହାର ଏପରି ଅସମ ଆକାରର ଏକ ସମ୍ଭାବ୍ୟ କାରଣ ହେଲା ସୁଦୂର ଅତୀତରେ ହୋଇଥିବା କୌଣସି ଏକ ଧକ୍କା ଯୋଗୁଁ ବୃହଦାକାର ଜାଗତିକ ବସ୍ତୁରୁ ଏକ ଅସମ ଖଣ୍ଡ ବାହାରି ପଡ଼ି ହାଇପିରିୟନ୍ ସୃଷ୍ଟି ହୋଇଛି ।[୧୩] ସେହି ପ୍ରୋଟୋ-ହାଇପିରିୟନ୍‍ର ବ୍ୟାସ ଆନୁମାନିକ ୩୫୦-୧୦୦୦ କିଲୋମିଟର ହୋଇଥିବ ।[୧୪] ପ୍ରାୟ ଏକ ସହସ୍ରାଧିକ ବର୍ଷ ପୂର୍ବେ ପ୍ରାକ୍-ହାଇପିରିୟନ୍ ଓ ଟାଇଟାନ୍ ମଧ୍ୟରେ ଏକ ଧକ୍କା ହୋଇଟାଇଟାନ୍‍ର ବାୟୁମଣ୍ଡଳ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ ।[୧୪]

କ୍ୟାସିନି ମହାକାଶଯାନ ଉଠାଇଥିବା ହାଇପିରିୟନ୍‍ର ଏକ ଫଟୋ ଚିତ୍ର
୩୭୦୦୦ କି.ମି. ଦୂରରୁ ହାଇପିରିୟନ୍ (୩୧-୦୫-୨୦୧୫)
୩୮୦୦୦ କି.ମି. ଦୂରରୁ ହାଇପିରିୟନ୍ (୩୧-୦୫-୨୦୧୫)

ଶନିର ଅନ୍ୟ ଉପଗ୍ରହମାନଙ୍କ ପରି ହାଇପିରିୟନ୍‍ର ଘନତା ନିମ୍ନ । ହାଇପିରିୟନ୍ ଅଧିକାଂଶରେ ବରଫ-ପାଣି ଓ ଅଳ୍ପ ମାତ୍ରାରେ ପଥରକୁ ନେଇ ଗଠିତ । ଭୌତିକ ଗଠନ ଦୃଷ୍ଟିରୁ ଅଳ୍ପ ଘନତାରେ ପଥର ଗୋଡ଼ି ଆଦି ଜମା ହୋଇ ହାଇପିରିୟନ୍ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । କିନ୍ତୁ ଶନିର ଅନ୍ୟ ଉପଗ୍ରହମାନଙ୍କ ତୁଳନାରେ ହାଇପିରିୟନ୍‍ର ପ୍ରକାଶାନୁପାତ (albedo) ଖୁବ୍ କମ୍ (୦.୨-୦.୩) । ଏଥିରୁ ଜଣାପଡ଼େ ଯେ ହାଇପିରିୟନ୍‍ ଉପରେ ଅଜଣା କୌଣସି କୃଷ୍ଣ ବସ୍ତୁର ଏକ ପତଳା ଆସ୍ତରଣ ରହିଛି । ଏହି ବସ୍ତୁ ଫିବି ବା ୟାପିଟସ୍ ଉପଗ୍ରହର କୃଷ୍ଣ ବସ୍ତୁ ପରି ହୋଇପାରେ । କୃଷ୍ଣତର ଫିବି ତୁଳନାରେ ହାଇପିରିୟନ୍ ଲୋହିତ ବର୍ଣ୍ଣର ଏବଂ ୟାପିଟସ୍‍ର କୃଷ୍ଣ ବସ୍ତୁର ବର୍ଣ୍ଣର ନିକଟତର ।

ହାଇପିରିୟନ୍‍ର ରନ୍ଧ୍ରାକାଶର ମାନ ପ୍ରାୟ ୦.୪୬ ।[]

ଉପଗ୍ରହ ପୃଷ୍ଠ

[ସମ୍ପାଦନା]
କ୍ୟାସିନିରୁ ହାଇପିରିୟନ୍‍ର ଆଉ ଏକ ଚିତ୍ର

ଭୋୟେଜର୍-୨ ମହାକାଶଯାନ ଶନି ଗ୍ରହର ସୌର ବ୍ୟବସ୍ଥା ଦେଇ ଗତି କରିଥିଲା କିନ୍ତୁ ଏହା ବହୁ ଦୂରରୁ ହାଇପିରିୟନ୍‍ର ଚିତ୍ର ଉତ୍ତୋଳନ କରିବାରେ ସମର୍ଥ ହୋଇଥିଲା । ଉପଗ୍ରହ ପୃଷ୍ଠର ଗହ୍ୱର ଓ ପର୍ବତ ଚିହ୍ନିବାରେ ସଫଳ ହୋଇଥିଲେ ହେଁ ନିକଟରୁ ଏହାର ପୃଷ୍ଠ ଦେଖିବାକୁ କିପରି ତାହା ଜଣା ପଡ଼ିନଥିଲା । କ୍ୟାସିନି ଅର୍ବିଟର୍ ପ୍ରଥମେ ହାଇପିରିୟନ୍‍ର ଅସମ ଆକୃତି ବିଷୟରେ ସୂଚନା ଦେଇଥିଲା । ୨୦୦୫ ମସିହା ସେପ୍ଟେମ୍ବର ୨୫ ତାରିଖରେ କ୍ୟାସିନି ହାଇପିରିୟନ୍ ନିକଟରୁ ଉଡ଼ିଯିବା ସମୟରେ ଏହାର ପ୍ରକୃତ ରୂପ ବିଷୟରେ ଅଧିକ ତଥ୍ୟ ଯୋଗାଇ ପାରିଥିଲା ।

ହାଇପିରିୟନ୍ ପୃଷ୍ଠରେ ଅନେକ ଗଭୀର ଗହ୍ୱର ରହିଛି ଓ ଏମାନଙ୍କ ଯୋଗୁଁ ଉପଗ୍ରହଟି ଏକ ବିରାଟ ସ୍ପଞ୍ଜ ପରି ଦେଖାଯାଏ । ପ୍ରତି ଗହ୍ୱରର ନିମ୍ନ ଭାଗ କୃଷ୍ଣ ବସ୍ତୁରେ ପୂର୍ଣ୍ଣ । ଶନିର ଅନ୍ୟ ଉପଗ୍ରହ (ବିଶେଷ କରି ଆୟାପିଟସ୍) ପରି ଏହି ଗହ୍ୱରମାନଙ୍କରେ ଥିବା କାର୍ବନ ଓ ଉଦଜାନର ଲମ୍ବା ଶୃଙ୍ଖଳବିଶିଷ୍ଟ ଯୌଗିକ ପଦାର୍ଥ ଏହାର ଲୋହିତ ବର୍ଣ୍ଣର କାରଣ । ହାଇପିରିୟନ୍‍ ଏକ ବିଶାଳ ଉପଗ୍ରହ ହୋଇଥିବା ସତ୍ତ୍ୱେ ଏହାପ ବିଷମ ଆକାର ଓ ସ୍ପଞ୍ଜ ପରି ଗଠନ ଏହାର ନିମ୍ନ ଘନତାର କାରଣ ବୋଲି ବୈଜ୍ଞାନିକମାନେ କୁହନ୍ତି । ନିମ୍ନ ଘନତା ଯୋଗୁଁ ହାଇପିରିୟନ୍‍ର ରନ୍ଧ୍ରତା ଅଧିକ ଓ ଏହାର ପୃଷ୍ଠର ମାଧ୍ୟାକର୍ଷଣ ଅପେକ୍ଷାକୃତ ଦୁର୍ବଳ । ଏହି କାରଣରୁ ହାଇପିରିୟନ୍ ସହ ଅନ୍ୟ ବାହ୍ୟ ବସ୍ତୁ ଧକ୍କା ଖାଇଲେ ଏଥିରେ ଅଧିକ ଗହ୍ୱର ନ ହୋଇ ପୃଷ୍ଠରୁ କିଛି ଅଂଶ ବାହାରି ଆକାଶକୁ ଚାଲିଯାଇଥାଏ ।[୧୫]

୨୦୦୫ ଓ ୨୦୦୬ ମସିହାରେ ହାଇପିରିୟନ୍‍ର ନିକଟରୁ ଉଡ଼ିବା ବେଳେ କ୍ୟାସିନି ଅର୍ବିଟର୍ ବହୁ ତଥ୍ୟ ସଂଗ୍ରହ କରିଥିଲା । ଏହି ସମୟରେ ଜଣା ପଡ଼ିଥିଲା ଯେ ଏହି ଉପଗ୍ରହର ଭୂଗଠନର ୪୦% ଅଂଶ ଶୂନ୍ୟ । ୨୦୦୭ ଜୁଲାଇ ମାସରେ ମତ ପ୍ରକାଶ ପାଇଲା ଯେ ନିଜର ରନ୍ଧ୍ରତା ଯୋଗୁଁ ଯୁଗ ଯୁଗ ଧରି ହାଇପିରିୟନ୍‍ର ଗହ୍ୱରମାନ ଅପରିବର୍ତ୍ତିତ ରହିଛନ୍ତି । ନୂତନ ବିଶ୍ଳେଷଣରୁ ହାଇପିରିୟନ୍‍ର ଅଧିକାଂଶ ଭାଗ ବରଫ ଓ କମ୍ ଅଂଶ ଶିଳା ଥିବା ପ୍ରମାଣିତ ହୋଇଛି ।[୧୬]

ସ୍ୱତନ୍ତ୍ର ପରିକ୍ରମଣ ପଥ

[ସମ୍ପାଦନା]
ହାଇପିରିୟନ୍ ପରିକ୍ରମଣ ପଥର ଆନିମେସନ୍ ଚିତ୍ର ।
  ଶନି ·   ହାଇପିରିୟନ୍ ·   ଟାଇଟାନ୍

ଭୋୟେଜର୍-୨ ମହାକାଶ ଯାନରୁ ମିଳିଥିବା ଚିତ୍ର ଓ ଉପଗ୍ରହ ପୃଷ୍ଠର ଫୋଟୋମେଟ୍ରିରୁ ହାଇପିରିୟନ୍‍ର ପରିକ୍ରମଣ ଏକ ଅସାମାନ୍ୟ ଓ ଅସମ କ୍ରମବିଶିଷ୍ଟ ବୋଲି ଜଣାପଡ଼ିଛି । ଏହାର ଅକ୍ଷ ନିରନ୍ତର ପରିବର୍ତ୍ତିତ ହେଉଥାଏ ଓ ଅକ୍ଷ ଢଳି ରହି ସୃଷ୍ଟି କରୁଥିବା କୋଣ ମଧ୍ୟ ବଦଳୁଥାଏ । ହାଇପିରିୟନ୍‍ର ଲ୍ୟାପୁନୋଭ୍ ସମୟର ମାନ ହେଲା ୩୦ ଦିନ ।[୧୭][୧୮][୧୯] ସୌର ମଣ୍ଡଳରେ ଅସମ କ୍ରମରେ ଘୁରୁଥିବା ଉପଗ୍ରହଙ୍କ ମଧ୍ୟରେ ପ୍ଲୁଟୋ ଗ୍ରହର ନିକ୍ସ ଓ ହାଇଡ୍ରା ନାମକ ଦୁଇ ଉପଗ୍ରହ[୨୦][୨୧] ଏବଂ ହାଇପିରିୟନ୍ ଅନ୍ୟତମ । ବାଇନାରି ଆଷ୍ଟ୍ରଏଡ୍ ମଧ୍ୟ ଏପରି ପରିକ୍ରମଣ ପଥ ଅନୁସରଣ କରନ୍ତି ।[୨୨]

ଅସମ ଆକୃତି ଓ ଘୂର୍ଣ୍ଣନ ବିଶିଷ୍ଟ ହାଇପିରିୟନ୍ ନିଜେ ଏକ ବୃହଦାକାର ଉପଗ୍ରହ ଓ ଏହା ଆଉ ଏକ ବିଶାଳ ଉପଗ୍ରହ ଟାଇଟାନ୍ ନିକଟରେ ଅବସ୍ଥିତ । ଏହାର ଘୂର୍ଣ୍ଣନ ଶୈଳୀ ପ୍ରାୟତଃ ସ୍ଥାୟୀ । ଟାଇଟାନ୍ ଓ ହାଇପିରିୟନ୍ ମଧ୍ୟରେ ଥିବା ଅର୍ବିଟାଲ୍ ରେଜୋନାନ୍ସ ଅନୁପାତ ହେଉଛି ୩:୪ । ଶନିର ଅନ୍ୟ ଉପଗ୍ରହ ପ୍ରାୟ ନିର୍ଦ୍ଧାରିତ ପରିକ୍ରମଣ ପଥରେ ଘୁରୁଥିବା ବେଳେ ହାଇପିରିୟନ୍ ଏହି କେଓଟିକ୍ ବା ଅସମ କ୍ରମ ପଥରେ ଘୁରୁଥାଏ । ହାଇପିରିୟନ୍ ପୃଷ୍ଠ ଅପରିବର୍ତ୍ତିତ ରହିବା ମଧ୍ୟ ଏପରି ଅସମ କ୍ରମର କାରଣ ହୋଇପାରେ ।[୨୩]

ତଥ୍ୟ ସନ୍ଧାନ ଓ ଗବେଷଣା

[ସମ୍ପାଦନା]
ଶନିର ପ୍ରମୁଖ ଉପଗ୍ରହଗଣ
ଶନିର ପ୍ରମୁଖ ଉପଗ୍ରହଗଣ

କ୍ୟାସିନି ଅର୍ବିଟର୍ ହାଇପିରିୟନ୍‍ ନିକଟରୁ ଏହି ଉପଗ୍ରହର ଅନେକ ଫଟୋ ଚିତ୍ର ଉଠାଇବାରେ ସଫଳ ହୋଇଛି । ୨୦୦୫ ମସିହା ସେପ୍ଟେମ୍ବର ୨୬ ତାରିଖ ଦିନ କ୍ୟାସିନି ହାଇପିରିୟନ୍‍ଠାରୁ ୫୦୦ କିଲୋମିଟର ଉର୍ଦ୍ଧ୍ୱରେ ଉଡ଼ି ଏହାର ଫଟୋ ସଂଗ୍ରହ କରିଥିଲା ।[୧୫] ଏହି ଅର୍ବିଟର୍ ୨୦୧୧ ମସିହା ଅଗଷ୍ଟ ୨୫ ତାରିଖରେ ୨୫୦୦୦ କିଲୋମିଟର ଦୂରତାରୁ ଓ ୨୦୧୧ ମସିହା ସେପ୍ଟେମ୍ବର ୧୬ ତାରିଖରେ ୫୮୦୦୦ କିଲୋମିଟର ଦୂରତାରୁ ହାଇପିରିୟନ୍‍ର ଅଧ୍ୟୟନ କରିଥିଲା ।[୨୪] ୨୦୧୫ ମସିହା ମଇ ୩୧ ତାରିଖରେ କ୍ୟାସିନି ଶେଷ ଥର ପାଇଁ ହାଇପିରିୟନ୍‍ର ନିକଟ ଦେଇ (ପ୍ରାୟ ୩୪୦୦୦ କିଲୋମିଟର ଦୂରରୁ) ଉଡ଼ିଥିଲା ।[୧୫]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Computed from period, using the IAU-MPC NSES µ value.
  2. There are about ten asteroids and an unknown number of irregular Trans-Neptunian Objects larger than Hyperion.
  1. Pluto Project pseudo-MPEC for Saturn VII Archived 2006-05-29 at the Wayback Machine.
  2. NASA's Solar System Exploration: Saturn: Moons: Hyperion: Facts & Figures Archived 2004-11-03 at the Wayback Machine.
  3. MIRA's Field Trips to the Stars Internet Education Program: Saturn
  4. ୪.୦ ୪.୧ ୪.୨ ୪.୩ Thomas, P. C. (July 2010). "Sizes, shapes, and derived properties of the saturnian satellites after the Cassini nominal mission" (PDF). Icarus. 208 (1): 395–401. Bibcode:2010Icar..208..395T. doi:10.1016/j.icarus.2010.01.025. Archived from the original (PDF) on 2018-12-23. Retrieved 2020-01-04. {{cite journal}}: Invalid |ref=harv (help)
  5. ୫.୦ ୫.୧ Thomas, P.C.; Armstrong, J. W.; Asmar, S. W.; Burns, J. A.; Denk, T.; Giese, B.; Helfenstein, P.; Iess, L.; Johnson, T. V. (2007). "Hyperion's Sponge-like Appearance". Nature. 448 (7149): 50–56. Bibcode:2007Natur.448...50T. doi:10.1038/nature05779. PMID 17611535. {{cite journal}}: Unknown parameter |displayauthors= ignored (|display-authors= suggested) (help)
  6. "Hyperion In Depth". NASA. Retrieved 2019-02-05.
  7. D.R. Williams (18 September 2006). "Saturnian Satellite Fact Sheet". NASA. Retrieved 2007-11-04.
  8. "About Saturn & Its Moons: Moons – Hyperion". Cassini @ JPL/NASA. Archived from the original on 2016-04-10. Retrieved 2011-01-30.
  9. Observatorio ARVAL (April 15, 2007). "Classic Satellites of the Solar System". Observatorio ARVAL. Archived from the original on 2013-10-22. Retrieved 2011-12-17.
  10. Lassell, W. (14 January 1848). "Observations of satellites of Saturn". Monthly Notices of the Royal Astronomical Society. 8 (3): 42–43. Bibcode:1848MNRAS...8...42L. doi:10.1093/mnras/8.3.42. Retrieved 2011-12-18. {{cite journal}}: Invalid |ref=harv (help)
  11. W. Lassell (1848). "Discovery of a New Satellite of Saturn" (PDF). Monthly Notices of the Royal Astronomical Society. 8 (9): 195–197. Bibcode:1848MNRAS...8..195L. doi:10.1093/mnras/8.9.195a.
  12. Bond, W.C. (1848). "Discovery of a new satellite of Saturn". Monthly Notices of the Royal Astronomical Society. 9 (1): 1–2. Bibcode:1848MNRAS...9....1B. doi:10.1093/mnras/9.1.1.
  13. R.A.J. Matthews (1992). "The Darkening of Iapetus and the Origin of Hyperion". Quarterly Journal of the Royal Astronomical Society. 33: 253–258. Bibcode:1992QJRAS..33..253M.
  14. ୧୪.୦ ୧୪.୧ Farinella, P.; Marzari, F.; Matteoli, S. (1997). "The Disruption of Hyperion and the Origin of Titan's Atmosphere". Astronomical Journal. 113 (2): 2312–2316. Bibcode:1997AJ....113.2312F. doi:10.1086/118441.
  15. ୧୫.୦ ୧୫.୧ ୧୫.୨ "Cassini Prepares for Last Up-close Look at Hyperion". Jet Propulsion Laboratory. 28 May 2015. Retrieved 2015-05-29.
  16. "Key to Giant Space Sponge Revealed". Space.com. Retrieved October 26, 2007.
  17. M. Tarnopolski (May 2015). "Nonlinear time-series analysis of Hyperion's lightcurves". Astrophysics and Space Science. 357 (2): 160. arXiv:1412.2423. Bibcode:2015Ap&SS.357..160T. doi:10.1007/s10509-015-2379-3.
  18. M. Tarnopolski (Feb 2017). "Influence of a second satellite on the rotational dynamics of an oblate moon". Celestial Mechanics and Dynamical Astronomy. 127 (2): 121–138. arXiv:1607.07333. Bibcode:2017CeMDA.127..121T. doi:10.1007/s10569-016-9719-7.
  19. M. Tarnopolski (Oct 2017). "Rotation of an oblate satellite: Chaos control". Astronomy & Astrophysics. 606: A43. arXiv:1704.02015. Bibcode:2017A&A...606A..43T. doi:10.1051/0004-6361/201731167.
  20. M. R. Showalter, D. P. Hamilton (Jun 2015). "Resonant interactions and chaotic rotation of Pluto's small moons". Nature. 522 (7554): 45–49. Bibcode:2015Natur.522...45S. doi:10.1038/nature14469. PMID 26040889.
  21. Kenneth Chang (2015-06-03). "Astronomers Describe Chaotic Dance of Pluto's Moons". New York Times.
  22. Nadoushan, M. J.; Assadian, N. (2015). "Widespread chaos in rotation of the secondary asteroid in a binary system". Nonlinear Dynamics. 81 (4): 2031. Bibcode:2015NonLD..81.2031J. doi:10.1007/s11071-015-2123-0.
  23. Wisdom, J.; Peale, S.J.; Mignard, F. (1984). "The chaotic rotation of Hyperion". Icarus. 58 (2): 137–152. Bibcode:1984Icar...58..137W. CiteSeerX 10.1.1.394.2728. doi:10.1016/0019-1035(84)90032-0.
  24. "Saturn's Odd Pockmarked Moon Revealed in New Photos". Space.com. Retrieved 31 August 2011.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]