Jump to content

ରାସମୁସ୍ସେନ ମସ୍ତିସ୍କପ୍ରଦାହ

ଉଇକିପିଡ଼ିଆ‌ରୁ
Chronic focal encephalitis; epilepsy hemiplegia and intellectual disabilities; chronic encephalitis and epilepsy; Rasmussen syndrome
ବିଭାଗNeurology
ଲକ୍ଷଣSeizures, weakness on one side of the body, intellectual dysfunction[]
ଆକ୍ରାନ୍ତ ସମୟ2 to 10 yr old[][]
ଅବଧିLong-term[]
କାରଣUnclear[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, EEG, and MRI[]
ସଠିକ ରୋଗ ନିର୍ଣ୍ଣୟFocal cortical dysplasia, Alpers-Huttenlocher syndrome[]
ଚିକିତ୍ସାAnti-epileptic medication, corticosteroids, intravenous immunoglobulin, tacrolimus, surgery[]
PrognosisVariable[]
ପୁନଃପୌନିକRare[]

ରାସମୁସ୍ସେନ ମସ୍ତିସ୍କପ୍ରଦାହ ହେଉଛି ଏକ ମସ୍ତିଷ୍କ ରୋଗ ଯାହା ଫଳରେ ବାତ, ଶରୀରର ଗୋଟିଏ ପାର୍ଶରେ ଦୁର୍ବଳତା ଏବଂ ବୌଦ୍ଧିକ ଅସୁବିଧା ଦେଖାଯାଏ ।[] ଏହି ବାତ ପ୍ରାୟ ସ୍ଥାନୀୟ, ବାରମ୍ବାର ଏବଂ ସାଂଘାତିକ ଅଟେ ।[] ଏହା ସାଧାରଣତ ୮ରୁ ୧୨ ମାସ ମଧ୍ୟରେ ଖରାପ ଦିଗକୁ ଯାଏ ଯାହା ପରେ ଏହା ସ୍ଥିର ହୋଇପାରେ ।[] [] ଲୋକମାନେ ପ୍ରାୟ କ୍ରନିକ ବା ଦୀର୍ଘକାଳୀନ ସମସ୍ୟାରେ ରହିଥା’ନ୍ତି, ଯେଉଁଥିରେ ଡିମେନ୍ସିଆ କିମ୍ବା ମସ୍ତିଷ୍କ ଆଟ୍ରୋଫି ହୋଇପାରେ ।[] []

ଏହି ରୋଗର କାରଣ ଅସ୍ପଷ୍ଟ ଯଦିଓ ଅଟୋଇମ୍ୟୁନ ରୋଗ ହୋଇପାରେ କିମ୍ବା ସଂକ୍ରମଣ ଦ୍ୱାରା ଟ୍ରିଗର ହୋଇପାରେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ମସ୍ତିଷ୍କର ଦୀର୍ଘକାଳୀନ ପ୍ରଦାହ ଅନ୍ତର୍ଭୁକ୍ତ ଥାଏ ।[] ସାଧାରଣତ ମସ୍ତିଷ୍କର କେବଳ ଗୋଟିଏ ପାର୍ଶ୍ୱ ପ୍ରଭାବିତ ହୁଏ ।[] ଲକ୍ଷଣ, ଇଇଜି (EEG), ଏବଂ ଏମାଅରଆଇ (MRI) ଉପରେ ନିର୍ଣ୍ଣୟ କରେ ।[]

ବାତନିରୋଧୀ ବା ଆଣ୍ଟି-ଏପିଲିପ୍ଟିକ ଔଷଧ ବ୍ୟବହାର କରାଯାଇପାରେ କିନ୍ତୁ ସେଗୁଡିକ ଏତେ ପ୍ରଭାବଶାଳୀ ନୁହେଁ।[] ଅନ୍ୟାନ୍ୟ ଔଷଧ ମଧ୍ୟରେ କର୍ଟିକୋଷ୍ଟିରଏଡ, ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ, କିମ୍ବା ଟାକ୍ରୋଲିମସ୍ ଔଷଧ ଦେଲେ ଉପଶମ ହୋଇପାରେ ।[] ଅର୍ଦ୍ଧ ମସ୍ତିଷ୍କ ବା ହେମିସଫେରେକ୍ଟୋମି ଅସ୍ତ୍ରୋପଚାର କଲେ ବାତ ମାରିବା ବନ୍ଦ ହୋଇପାରେ ।[] ଅନ୍ୟାନ୍ୟ ବିକଳ୍ପ ମଧ୍ୟରେ ଟ୍ରାନ୍ସକ୍ରାନିଆଲ୍ ଉତ୍ତେଜନା ଏବଂ ଭେଗସ୍ ସ୍ନାୟୁ ଉତ୍ତେଜିତ କଲେ ଉପକାର ହୋଇପାରେ ।[]

ରାସମୁସ୍ସେନ ମସ୍ତିସ୍କପ୍ରଦାହ ଏକ ବିରଳ ରୋଗ ଯାହା ବର୍ଷକୁ ପ୍ରାୟ ୨.୫ ନିୟୁତ ପିଲାଙ୍କ ମଧ୍ୟରୁ ଜଣକୁ ହୋଇଥାଏ ।[] [] ସାଧାରଣତଃ ୨ରୁ ୧୦ ବର୍ଷ ବୟସର ପିଲାମାନଙ୍କଠାରେ ଆରମ୍ଭ ହୁଏ; ଯଦିଓ ଏହା ଅନ୍ୟ ବୟସରେ ମଧ୍ୟ ହୋଇପାରେ ।[] [] ଏହାକୁ ପ୍ରଥମେ ୧୯୮୫ ମସିହାରେ ଥିଓଡୋର ରାସମୁସ୍ସେନ ବର୍ଣ୍ଣନା କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Rasmussen's Encephalitis". National Institute of Neurological Disorders and Stroke (in ଇଂରାଜୀ). Archived from the original on 21 March 2023. Retrieved 25 May 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Rasmussen Encephalitis - Symptoms, Causes, Treatment | NORD". rarediseases.org. Archived from the original on 23 October 2021. Retrieved 25 May 2023.
  3. Tang, C; Luan, G; Li, T (2020). "Rasmussen's encephalitis: mechanisms update and potential therapy target". Therapeutic advances in chronic disease. 11: 2040622320971413. doi:10.1177/2040622320971413. PMID 33294146.
  4. Varadkar, S; Bien, CG; Kruse, CA; Jensen, FE; Bauer, J; Pardo, CA; Vincent, A; Mathern, GW; Cross, JH (February 2014). "Rasmussen's encephalitis: clinical features, pathobiology, and treatment advances". The Lancet. Neurology. 13 (2): 195–205. doi:10.1016/S1474-4422(13)70260-6. PMID 24457189.