ରାମ ଚରଣ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ରାମ ଚରଣ ଅଗ୍ରୱାଲ
ଡେପୁଟି ମେୟର: ଦିଲ୍ଲୀ
ନିର୍ବାଚନ ମଣ୍ଡଳୀ୧୯୫୮ – ୧୯୬୧
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-12-02)୨ ଡିସେମ୍ବର ୧୯୧୭
ନାଜିବାବାଦ, ଉତ୍ତର ପ୍ରଦେଶ
ମୃତ୍ୟୁ୨୫ ଜୁଲାଇ ୧୯୭୭(1977-07-25) (ବୟସ ୫୯)
ନାଗରିକତାବ୍ରିଟିଶ ଭାରତ (୧୯୧୭ - ୧୯୪୭)
ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନଜୟ ପ୍ରକାଶ ଅଗ୍ରୱାଲ (ପୁଅ)
ବାପା/ବୋଉରାମଚନ୍ଦ୍ର ମଲ (ବାପା)
ବୃତ୍ତିରାଜନେତା

ରାମ ଚରଣ ଅଗ୍ରୱାଲ (୨ ଡିସେମ୍ବର ୧୯୧୭ – ୨୫ ଜୁଲାଇ ୧୯୭୭) ଜଣେ ଭାରତୀୟ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧] ସେ ଦିଲ୍ଲୀର ଡେପୁଟି ମେୟର ଭାବରେ କାର୍ଯ୍ୟ କରିଥିଲେ ।[୨][୩]

ଜନ୍ମ ଓ ପରିବାର[ସମ୍ପାଦନା]

ରାମ ଚରଣ ଅଗ୍ରୱାଲ ୧୯୧୭ ମସିହାର ଡିସେମ୍ବର ୨ ତାରିଖରେ ଉତ୍ତର ପ୍ରଦେଶସ୍ଥିତ ନାଜିବାବାଦଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରାମଚନ୍ଦ୍ର ମଲ ଥିଲେ ଜଣେ ବ୍ୟବସାୟୀ ।[୪] ତାଙ୍କ ପୁଅ ଜୟ ପ୍ରକାଶ ଅଗ୍ରୱାଲ ଭାରତର ରାଜନୀତିରେ ସକ୍ରିୟ ଅଛନ୍ତି ।[୫]

ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ[ସମ୍ପାଦନା]

ରାମ ଚରଣ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ପ୍ରେରିତ ହୋଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯ ବର୍ଷ ବୟସରେ ସେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର କୋଷାଧକ୍ଷ ଭାବରେ କାମ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ପାଇଁ ୧୯୩୯, ୧୯୪୨ ଓ ୧୯୪୫ ମସିହାରେ ଗିରଫ ହୋଇ କାରାବରଣ କରିଥିଲେ । ବ୍ୟକ୍ତିଗତ ସତ୍ୟାଗ୍ରହ ପାଇଁ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଦିଲ୍ଲୀରୁ ବଛା ଯାଇଥିବା ୧୧ ଜଣ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ ସେ ଜଣେ ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସ୍ୱାଧୀନତା ପରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଭାବରେ ସେ ରାଜନୀତିରେ ସକ୍ରିୟ ଥିଲେ । ୧୯୫୧ ଓ ୧୯୫୪ ମସିହାର ଦିଲ୍ଲୀ ମୁସିଲିପାଲିଟି ନିର୍ବାଚନରେ ସେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ । ୧୯୫୮ ମସିହାରେ ସେ ଦିଲ୍ଲୀ ମୁନିସିପାଲିଟିର ଡେପୁଟି ମେୟର ଭାବରେ କାମ କରିଥିଲେ ।

ସମ୍ମାନ[ସମ୍ପାଦନା]

2009ର ଷ୍ଟାମ୍ପ ଅଫ୍ ଇଣ୍ଡିଆରେ ରାମଚରନ୍ ଅଗ୍ରୱାଲ୍ |
  • ୨୦୦୯ ମସିହାରେ, ଇଣ୍ଡିଆ ପୋଷ୍ଟ ତାଙ୍କ ଉପରେ ଷ୍ଟାମ୍ପ ଜାରି କରି ତାଙ୍କୁ ସମ୍ମାନିତ କରିଥିଲା ।[୬]

ଆଧାର[ସମ୍ପାଦନା]

  1. "स्वतंत्रता सेनानी लाला राम चरण अग्रवाल को उनके जन्मदिवस पर दी श्रद्धांजलि". Dainik Bhaskar.
  2. "Ramcharan Agrawal". iStampGallery.
  3. "दिल्ली के पहले उप महापौर व स्वतंत्रता सेनानी लाला रामचरण अग्रवाल को किया याद". Dainik Jagran (in ହିନ୍ଦୀ). Retrieved 2022-11-29.
  4. "Ramcharan Agarwal". Azadi Ka Amrit Mahotsav, Ministry of Culture, Government of India (in English). Archived from the original on 14 August 2023. Retrieved 14 August 2023.{{cite web}}: CS1 maint: unrecognized language (link)
  5. "Aggarwal, Shri Jai Parkash". Delhi Legislative Assembly.
  6. "COMMEMORATIVE STAMPS" (PDF). India Post.