ରାମୁସିରୁମାବ
| Monoclonal antibody | |
|---|---|
| Type | Whole antibody |
| Source | Human |
| Target | VEGFR2 (KDR) |
| Clinical data | |
| Trade names | Cyramza |
| AHFS/Drugs.com | monograph |
| data | |
| Pregnancy category |
|
| Routes of administration | Intravenous infusion |
| Legal status | |
| Legal status |
|
| Pharmacokinetic data | |
| Metabolism | Probably proteases |
| Elimination half-life | 14 days |
| Chemical and physical data | |
| Formula | C6374H9864N1692O1996S46 |
| Molar mass | ୧,୪୩,୬୦୯.୬୩ g·mol−1 |
| (verify) | |
ରାମୁସିରୁମାବ (ଇଂରାଜୀ ଭାଷାରେ Ramucirumab), ସିରାମଜା ତାହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ପାକସ୍ଥଳୀ କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଅଣ-ଛୋଟ କୋଷ ଫୁସଫୁସ କର୍କଟ ଏବଂ ହେପାଟୋସେଲ୍ୟୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା କେବଳ ରୋଗ ଆଗେଇ ଯାଇଥିବା କ୍ଷେତ୍ରରେ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ତରଳ ଝାଡ଼ା, ରକ୍ତସ୍ରାବ, ମୁଣ୍ଡବିନ୍ଧା, ଅଳ୍ପ ରକ୍ତ ସୋଡ଼ିଅମ, ଫୁଲା ଏବଂ ବୃକ୍କ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜଠରାନ୍ତ୍ର ଛିଦ୍ର, ଖରାପ କ୍ଷତ ଆରୋଗ୍ୟ, ଉଚ୍ଚ ରକ୍ତଚାପ ଏବଂ ରକ୍ତ ଜମାଟ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (VEGFR) ସହିତ ସଂଯୁକ୍ତ ହୋଇ ତାହାର କାର୍ଯ୍ୟକୁ ଅବରୋଧ କରିଥାଏ ।[୧] [୨]
୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାମୁସିରୁମାବକୁ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରା ମୂଲ୍ୟ ପ୍ରାୟ ୬୬୦୦ ଡଲାର ଥିଲା ।[୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଅଟେ ।| [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Cyramza". Archived from the original on 24 October 2020. Retrieved 15 October 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Ramucirumab Monograph for Professionals". Drugs.com (in ଇଂରାଜୀ). Archived from the original on 24 September 2020. Retrieved 15 October 2021.
- ↑ "Cyramza Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 933. ISBN 978-0-85711-369-6.
{{cite book}}: CS1 maint: date format (link)