ରାମମୂର୍ତ୍ତି ମୁତିକା

ଉଇକିପିଡ଼ିଆ‌ରୁ
ରାମମୂର୍ତ୍ତି ମୁତିକା‌
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀହେମାବତୀ ଗମାଙ୍ଗ
ପର ଅଧିକାରୀତ୍ରିନାଥ ଗମାଙ୍ଗ
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-08-01)୧ ଅଗଷ୍ଟ ୧୯୫୩
ମୃତ୍ୟୁ୧୨ ସେପ୍ଟେମ୍ବର ୨୦୨୦(2020-09-12) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀମାଣିକ୍ୟଂ ମୁତିକା
ସନ୍ତାନ
ବାପା/ବୋଉରଘୁନାଥ ମୁତିକା (ବାପା)
ବୃତ୍ତିରାଜନୀତିଜ୍ଞ

ରାମମୂର୍ତ୍ତି ମୁତିକା‌ (୧ ଅଗଷ୍ଟ ୧୯୫୩ - ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମମୂର୍ତ୍ତି ମୁତିକା‌ ୧୯୫୩ ମସିହାର ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ମୁତିକା ଓ ପତ୍ନୀଙ୍କ ନାମ ମାଣିକ୍ୟଂ ମୁତିକା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମମୂର୍ତ୍ତି ମୁତିକା‌ ଓଡ଼ିଶା ରାଜନୀତିରେ ପ୍ରଥମେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାମମୂର୍ତ୍ତି ମୁତିକା‌ ୨୦୨୦ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ramamurty Mutika". odishaassembly.nic.in. Odisha Assembly. Retrieved 5 February 2022.
  2. India, Press Trust of (2014-03-18). "BJD MLA joins BJP after being denied party ticket". Business Standard India. Retrieved 2022-02-05.
  3. "ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ". ଧରିତ୍ରୀ. ଗୁଣୁପୁର. 13 September 2020. p. ୩. Retrieved 5 February 2022.