ରାମମୂର୍ତ୍ତି ମୁତିକା
ଦେଖଣା
ରାମମୂର୍ତ୍ତି ମୁତିକା | |
|---|---|
| ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୪ | |
| ପୂର୍ବ ଅଧିକାରୀ | ହେମାବତୀ ଗମାଙ୍ଗ |
| ପର ଅଧିକାରୀ | ତ୍ରିନାଥ ଗମାଙ୍ଗ |
| ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଅଗଷ୍ଟ ୧୯୫୩ |
| ମୃତ୍ୟୁ | ୧୨ ସେପ୍ଟେମ୍ବର ୨୦୨୦ (ବୟସ ୬୭) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ |
| ଜୀବନ ସାଥୀ | ମାଣିକ୍ୟଂ ମୁତିକା |
| ସନ୍ତାନ | ୫ |
| ବାପା/ବୋଉ | ରଘୁନାଥ ମୁତିକା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ରାମମୂର୍ତ୍ତି ମୁତିକା (୧ ଅଗଷ୍ଟ ୧୯୫୩ - ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମମୂର୍ତ୍ତି ମୁତିକା ୧୯୫୩ ମସିହାର ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ମୁତିକା ଓ ପତ୍ନୀଙ୍କ ନାମ ମାଣିକ୍ୟଂ ମୁତିକା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମମୂର୍ତ୍ତି ମୁତିକା ଓଡ଼ିଶା ରାଜନୀତିରେ ପ୍ରଥମେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାମମୂର୍ତ୍ତି ମୁତିକା ୨୦୨୦ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Ramamurty Mutika". odishaassembly.nic.in. Odisha Assembly. Retrieved 5 February 2022.
- ↑ India, Press Trust of (2014-03-18). "BJD MLA joins BJP after being denied party ticket". Business Standard India. Retrieved 2022-02-05.
- ↑ "ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ". ଧରିତ୍ରୀ. ଗୁଣୁପୁର. 13 September 2020. p. ୩. Retrieved 5 February 2022.