Jump to content

ରାଣୀ କର୍ଣ୍ଣା

ଉଇକିପିଡ଼ିଆ‌ରୁ
ରାଣୀ କର୍ଣ୍ଣା
ଜନ୍ମ୧୯୩୯
ବୃତ୍ତିକଥକ ନର୍ତ୍ତକୀ
ବୈବାହିକ-ସାଥୀନାୟକ
ପିତାମାତାଆସନାଦାସ କର୍ଣ୍ଣା
ପୁରସ୍କାରପଦ୍ମଶ୍ରୀ
ଉପରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣପଦକ
ଅର୍ଡ଼ର୍ ଅଫ୍ ଦି କୁଇନ୍ ଅଫ୍ ଲାଓସ୍
ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
ସଙ୍ଗୀତ ବାରିଧୀ
ବିଜୟ ରତ୍ନ
ସିନିୟର ଫେଲୋସିପ୍- ଭାରତ ସରକାର

ରାଣୀ କର୍ଣ୍ଣା ଜଣେ ଭାରତୀୟ ସାଂସ୍କୃତିକ ନର୍ତ୍ତକୀ, ଯେ କଥକ ନୃତ୍ୟ ପାଇଁ ଜଣାଶୁଣା ଓ ବିଖ୍ୟାତ କଳାକାର ।[][] ସେ ୨୦୧୪ରେ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ।[]

ଜୀବନୀ

[ସମ୍ପାଦନା]

ସ୍ୱର୍ଗତ ଡଃ ଚାର୍ଲ୍‌ସ ଫାବ୍ରି ରାଣି କର୍ଣ୍ଣାଙ୍କ ସମ୍ବନ୍ଧରେ ଷ୍ଟେଟ୍‌ସମ୍ୟାନ୍‌କୁ କ‌ହିଥିଲେ ଯେ, ରାଣୀ କଥକ‌କୁ ନିଜ ଶୈଳୀଦ୍ୱାରା ଏକ ନୂଆ ରୂପ ଦେଇଥିଲେ ।[]

ରାଣୀ କର୍ଣ୍ଣା ୧୯୩୯ରେ ସିନ୍ଧୀ ପରିବାରରେ ଜନ୍ମ ହୋଇଥିଲେ,[][] ଯାହା ବର୍ତ୍ତମାନ ସେତେବେଳର [[ବ୍ରିଟିଶ୍ ଭାରତ ଓ ବର୍ତ୍ତମାନର ପାକିସ୍ତାନରେ ଅଛି ।[][][] ତାଙ୍କ ବାପା, ଅସନଦାସ କର୍ଣ୍ଣା ଲରକନା ଅଞ୍ଚଳର କର୍ଣ୍ଣମଲାଇ ପରିବାରର । ପରିବାର ନାମ, କର୍ଣ୍ଣମଲାନୀ, ଅଫଭ୍ରଂଶ ହୋଇ କର୍ଣ୍ଣା ହୋଇଛି । ୧୯୪୨ରେ ରାଣୀଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ, ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲେ ।[] ସେ ଦିଲ୍ଲୀସ୍ଥିତ ହିନ୍ଦୁ ମହାବିଦ୍ୟାଳୟରୁ ଉଦ୍ଭିଦବିଜ୍ଞାନରେ ସ୍ନାତ୍ତକ ଲାଭ କରିଥିଲେ ।[]

୩ ବର୍ଷ ହେଇଥିଲା ବେଳେ ରାଣୀଙ୍କ ପରିବାର ସିନ୍ଧରୁ ଦିଲ୍ଲୀ ସ୍ଥାନାନ୍ତରିତ ହୋଇଥିଲେ[] ଓ କନ୍ନଟପ୍ଲେସରେ ଅବସ୍ଥାନ କରିଥିଲେ । ପଡୋଶୀଙ୍କୁ ଦେଖି ଲେ ନୃତ୍ୟରେ ରୂଚି ରଖିଥିଲେ[] ଓ ୪ ବର୍ଷ ବୟସରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[][] ସେ କଥକ, ଓଡ଼ଶୀ, ଭାରତନାଟ୍ୟମ, ମଣିପୁରୀ, ପ୍ରଭୃତି ନୃତ୍ୟ ଶିଖିଥିଲେ ।[] ତାଙ୍କର ପ୍ରାରମ୍ଭିକ ଶିକ୍ଷକ ଥିଲେ, ନୃତ୍ୟାଚାର୍ଯ୍ୟ ନାରାୟଣ ପ୍ରସାଦ ଓ ସୁନ୍ଦର ପ୍ରସାଦ । ସେଗୁରୁ ହୀରାଲାଲଙ୍କଠାରୁ ଜୟପୁର ଘରାନା ଓ ପଣ୍ଡିତ ବିର୍ଜୁ ମହାରାଜାଙ୍କଠାରୁ ଲକ୍ଷ୍ନୌ ଘରାନାରେ ସ୍ନତ୍ତକୋତ୍ତର ଶିକ୍ଷା ଲାଭ କରିଥିଲେ ।[]

ସେ ଏକ ଓଡ଼ିଆ ପରିବାରରେ ବିବାହ କଲା ପରେ ୧୯୬୩ରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲେ[][] ଓ ଏହାଦ୍ୱାରା ସେ ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ କୁମକୁମ ମହାନ୍ତିଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଥିଲେ । ତାଙ୍କ ମାଧ୍ୟମରେ ରାଣୀ ପ୍ରସିଦ୍ଧ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୧୯୬୬ରୁ ୧୯୮୫ ତାଙ୍କ ନିକଟରୁ ଓଡ଼ିଶୀ ଶିଖିଥିଲେ ।[][] ସେ ମଧ୍ୟ ଅନ୍ୟ ପ୍ରସିଦ୍ଧ ଗୁରୁ ଯଥା: ଅମ୍ବୁ ସିଂ, ନରେନ୍ଦ୍ର କୁମାରରୁକ୍ମିଣୀ ଦେବୀ ଅରୁନ୍ଦାଲେଙ୍କ ଅନୁଗାମୀ ଲଳିତ ଶାସ୍ତ୍ରୀଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୧୦]

ରାଣୀ ଭାରତ ଭିତରେ ଓ ବାହାରେ[] ପ୍ରାୟ ସବୁ ବଡ଼ ସାଂସ୍କୃତିକ ଉତ୍ସବରେ ପ୍ରଦର୍ଶନ କରିଛନ୍ତି ।[][] ତାଙ୍କର ନୃତ୍ୟକୁ ଯୁକ୍ତରାଜ୍ୟ, ରଷିଆ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶରେ ପ୍ରଶଂସା କରାଯାଇଛି ।[][]

୧୯୭୮ରେ ତାଙ୍କ ସ୍ୱାମୀଙ୍କର କୋଲକାତା ବଦଳି ପରେ ରାଣୀ ସେଠାକୁ ସ୍ଥାନାନ୍ତରିତ ହୋଇ ଯାଇଥିଲେ[]ସଂସ୍କୃତିକି ଶ୍ରେୟସ୍କରର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ଓ ଏବେ ମଧ୍ୟ ସେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ସେ ନିକଟରେ ୨୦୧୩ରେ ୭୪ ବର୍ଷ ବୟସରେ କଳା ପ୍ରଦର୍ଶନ କରିଥିଲେ ।[]

  1. 1 2 3 "PAD MA". PAD MA. 12 June 2013. Retrieved September 25, 2014.
  2. 1 2 3 4 5 6 7 "Sindhistan". Sindhistan. 2012. Retrieved September 25, 2014.
  3. "Padma Awards Announced". Circular. Press Information Bureau, Government of India. January 25, 2014. Archived from the original on March 2, 2014. Retrieved August 23, 2014. {{cite web}}: Unknown parameter |deadurl= ignored (|url-status= suggested) (help)
  4. "Zoom info". Zoom info. 2014. Retrieved September 25, 2014.
  5. 1 2 "Rani Karnaa bio". Rani Karnaa.net. 2012. Retrieved September 25, 2014.
  6. 1 2 "Meri News". Meri News. 7 April 2009. Archived from the original on 4 March 2016. Retrieved September 25, 2014.
  7. 1 2 3 "Seher Now". Seher Now. 7 October 2012. Retrieved September 25, 2014.
  8. 1 2 3 4 "Kathak guru Rani Karnaa's journey of life and dance". Narthaki.com. 3 July 2011. Retrieved September 25, 2014.
  9. 1 2 3 4 5 "The Telegraph". The Telegraph. 7 July 2010. Retrieved September 25, 2014.
  10. "The Hindu". The Hindu. 9 August 2013. Retrieved September 25, 2014.