ରାଣୀ କର୍ଣ୍ଣା

ଉଇକିପିଡ଼ିଆ‌ରୁ
ରାଣୀ କର୍ଣ୍ଣା
ଜନ୍ମ୧୯୩୯
ବୃତ୍ତିକଥକ ନର୍ତ୍ତକୀ
ବୈବାହିକ-ସାଥୀନାୟକ
ପିତାମାତାଆସନାଦାସ କର୍ଣ୍ଣା
ପୁରସ୍କାରପଦ୍ମଶ୍ରୀ
ଉପରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣପଦକ
ଅର୍ଡ଼ର୍ ଅଫ୍ ଦି କୁଇନ୍ ଅଫ୍ ଲାଓସ୍
ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
ସଙ୍ଗୀତ ବାରିଧୀ
ବିଜୟ ରତ୍ନ
ସିନିୟର ଫେଲୋସିପ୍- ଭାରତ ସରକାର

ରାଣୀ କର୍ଣ୍ଣା ଜଣେ ଭାରତୀୟ ସାଂସ୍କୃତିକ ନର୍ତ୍ତକୀ, ଯେ କଥକ ନୃତ୍ୟ ପାଇଁ ଜଣାଶୁଣା ଓ ବିଖ୍ୟାତ କଳାକାର ।[୧][୨] ସେ ୨୦୧୪ରେ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ।[୩]

ଜୀବନୀ[ସମ୍ପାଦନା]

ସ୍ୱର୍ଗତ ଡଃ ଚାର୍ଲ୍‌ସ ଫାବ୍ରି ରାଣି କର୍ଣ୍ଣାଙ୍କ ସମ୍ବନ୍ଧରେ ଷ୍ଟେଟ୍‌ସମ୍ୟାନ୍‌କୁ କ‌ହିଥିଲେ ଯେ, ରାଣୀ କଥକ‌କୁ ନିଜ ଶୈଳୀଦ୍ୱାରା ଏକ ନୂଆ ରୂପ ଦେଇଥିଲେ ।[୪]

ରାଣୀ କର୍ଣ୍ଣା ୧୯୩୯ରେ ସିନ୍ଧୀ ପରିବାରରେ ଜନ୍ମ ହୋଇଥିଲେ,[୫][୬] ଯାହା ବର୍ତ୍ତମାନ ସେତେବେଳର [[ବ୍ରିଟିଶ୍ ଭାରତ ଓ ବର୍ତ୍ତମାନର ପାକିସ୍ତାନରେ ଅଛି ।[୧][୨][୭] ତାଙ୍କ ବାପା, ଅସନଦାସ କର୍ଣ୍ଣା ଲରକନା ଅଞ୍ଚଳର କର୍ଣ୍ଣମଲାଇ ପରିବାରର । ପରିବାର ନାମ, କର୍ଣ୍ଣମଲାନୀ, ଅଫଭ୍ରଂଶ ହୋଇ କର୍ଣ୍ଣା ହୋଇଛି । ୧୯୪୨ରେ ରାଣୀଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ, ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲେ ।[୨] ସେ ଦିଲ୍ଲୀସ୍ଥିତ ହିନ୍ଦୁ ମହାବିଦ୍ୟାଳୟରୁ ଉଦ୍ଭିଦବିଜ୍ଞାନରେ ସ୍ନାତ୍ତକ ଲାଭ କରିଥିଲେ ।[୨]

୩ ବର୍ଷ ହେଇଥିଲା ବେଳେ ରାଣୀଙ୍କ ପରିବାର ସିନ୍ଧରୁ ଦିଲ୍ଲୀ ସ୍ଥାନାନ୍ତରିତ ହୋଇଥିଲେ[୮] ଓ କନ୍ନଟପ୍ଲେସରେ ଅବସ୍ଥାନ କରିଥିଲେ । ପଡୋଶୀଙ୍କୁ ଦେଖି ଲେ ନୃତ୍ୟରେ ରୂଚି ରଖିଥିଲେ[୮] ଓ ୪ ବର୍ଷ ବୟସରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[୬][୯] ସେ କଥକ, ଓଡ଼ଶୀ, ଭାରତନାଟ୍ୟମ, ମଣିପୁରୀ, ପ୍ରଭୃତି ନୃତ୍ୟ ଶିଖିଥିଲେ ।[୨] ତାଙ୍କର ପ୍ରାରମ୍ଭିକ ଶିକ୍ଷକ ଥିଲେ, ନୃତ୍ୟାଚାର୍ଯ୍ୟ ନାରାୟଣ ପ୍ରସାଦ ଓ ସୁନ୍ଦର ପ୍ରସାଦ । ସେଗୁରୁ ହୀରାଲାଲଙ୍କଠାରୁ ଜୟପୁର ଘରାନା ଓ ପଣ୍ଡିତ ବିର୍ଜୁ ମହାରାଜାଙ୍କଠାରୁ ଲକ୍ଷ୍ନୌ ଘରାନାରେ ସ୍ନତ୍ତକୋତ୍ତର ଶିକ୍ଷା ଲାଭ କରିଥିଲେ ।[୨]

ସେ ଏକ ଓଡ଼ିଆ ପରିବାରରେ ବିବାହ କଲା ପରେ ୧୯୬୩ରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲେ[୧][୯] ଓ ଏହାଦ୍ୱାରା ସେ ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ କୁମକୁମ ମହାନ୍ତିଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଥିଲେ । ତାଙ୍କ ମାଧ୍ୟମରେ ରାଣୀ ପ୍ରସିଦ୍ଧ ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୧୯୬୬ରୁ ୧୯୮୫ ତାଙ୍କ ନିକଟରୁ ଓଡ଼ିଶୀ ଶିଖିଥିଲେ ।[୨][୫] ସେ ମଧ୍ୟ ଅନ୍ୟ ପ୍ରସିଦ୍ଧ ଗୁରୁ ଯଥା: ଅମ୍ବୁ ସିଂ, ନରେନ୍ଦ୍ର କୁମାରରୁକ୍ମିଣୀ ଦେବୀ ଅରୁନ୍ଦାଲେଙ୍କ ଅନୁଗାମୀ ଲଳିତ ଶାସ୍ତ୍ରୀଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୧୦]

ରାଣୀ ଭାରତ ଭିତରେ ଓ ବାହାରେ[୯] ପ୍ରାୟ ସବୁ ବଡ଼ ସାଂସ୍କୃତିକ ଉତ୍ସବରେ ପ୍ରଦର୍ଶନ କରିଛନ୍ତି ।[୭][୯] ତାଙ୍କର ନୃତ୍ୟକୁ ଯୁକ୍ତରାଜ୍ୟ, ରଷିଆ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶରେ ପ୍ରଶଂସା କରାଯାଇଛି ।[୭][୯]

୧୯୭୮ରେ ତାଙ୍କ ସ୍ୱାମୀଙ୍କର କୋଲକାତା ବଦଳି ପରେ ରାଣୀ ସେଠାକୁ ସ୍ଥାନାନ୍ତରିତ ହୋଇ ଯାଇଥିଲେ[୮]ସଂସ୍କୃତିକି ଶ୍ରେୟସ୍କରର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ଓ ଏବେ ମଧ୍ୟ ସେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ସେ ନିକଟରେ ୨୦୧୩ରେ ୭୪ ବର୍ଷ ବୟସରେ କଳା ପ୍ରଦର୍ଶନ କରିଥିଲେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "PAD MA". PAD MA. 12 June 2013. Retrieved September 25, 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Sindhistan". Sindhistan. 2012. Retrieved September 25, 2014.
  3. "Padma Awards Announced". Circular. Press Information Bureau, Government of India. January 25, 2014. Archived from the original on March 2, 2014. Retrieved August 23, 2014. {{cite web}}: Unknown parameter |deadurl= ignored (|url-status= suggested) (help)
  4. "Zoom info". Zoom info. 2014. Retrieved September 25, 2014.
  5. ୫.୦ ୫.୧ "Rani Karnaa bio". Rani Karnaa.net. 2012. Retrieved September 25, 2014.
  6. ୬.୦ ୬.୧ "Meri News". Meri News. 7 April 2009. Archived from the original on 4 March 2016. Retrieved September 25, 2014.
  7. ୭.୦ ୭.୧ ୭.୨ "Seher Now". Seher Now. 7 October 2012. Retrieved September 25, 2014.
  8. ୮.୦ ୮.୧ ୮.୨ ୮.୩ "Kathak guru Rani Karnaa's journey of life and dance". Narthaki.com. 3 July 2011. Retrieved September 25, 2014.
  9. ୯.୦ ୯.୧ ୯.୨ ୯.୩ ୯.୪ "The Telegraph". The Telegraph. 7 July 2010. Retrieved September 25, 2014.
  10. "The Hindu". The Hindu. 9 August 2013. Retrieved September 25, 2014.