ରାଜ ବଲ୍ଲଭ ମିଶ୍ର
ରାଜ ବଲ୍ଲଭ ମିଶ୍ର | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଗୁରୁ ଚରଣ ନାୟକ |
ପର ଅଧିକାରୀ | ଗୁରୁ ଚରଣ ନାୟକ |
ନିର୍ବାଚନ ମଣ୍ଡଳୀ | ଚମ୍ପୁଆ |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପର ଅଧିକାରୀ | ରାମରାୟ ମୁଣ୍ଡା |
ନିର୍ବାଚନ ମଣ୍ଡଳୀ | ପାଟଣା |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ମୂରଲୀଧର କୁଆଁର |
ପର ଅଧିକାରୀ | ମୂରଲୀଧର କୁଆଁର |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମଇ ୧୧, ୧୯୧୭ |
ମୃତ୍ୟୁ | ୨୧ ମଇ ୧୯୯୦ | (ବୟସ ୭୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ସୂର୍ଯ୍ୟମଣି ଦେବୀ |
ସନ୍ତାନ | ୨ ପୁଅ, ୩ ଝିଅ |
ବାପା/ବୋଉ | ହିମାଦ୍ରୀ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜ ବଲ୍ଲଭ ମିଶ୍ର (୧୧ ମଇ ୧୯୧୭ - ୨୧ ମଇ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାଜ ବଲ୍ଲଭ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ୩ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ, ପାଟଣା ଓ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ରାଜ ବଲ୍ଲଭ ମିଶ୍ର ୧୯୧୭ ମସିହାର ମଇ ମାସ ୧୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ହିମାଦ୍ରୀ ମିଶ୍ର ।[୧] ରାଜ ବଲ୍ଲଭଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧] ତାଙ୍କ ପତ୍ନୀଙ୍କ ନାମ ସୂର୍ଯ୍ୟମଣି ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଜ ବଲ୍ଲଭ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]
୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାଜ ବଲ୍ଲଭ ମିଶ୍ର ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫,୧୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପଦ୍ମଲୋଚନ ସିଂହଙ୍କୁ ୯୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୬୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାଜ ବଲ୍ଲଭ ମିଶ୍ର ପ୍ରଗତି ଦଳର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯,୪୪୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଲକ୍ଷ୍ମଣ ସୋରେନଙ୍କୁ ୧,୪୫୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୧୯୬୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାଜ ବଲ୍ଲଭ ମିଶ୍ର ଜନତା ପାର୍ଟିର ପ୍ରାର୍ଥୀ ଭାବରେ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬,୯୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ଚନ୍ଦ୍ରସେନ ନାଏକଙ୍କୁ ୪,୦୮୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ରାଜ ବଲ୍ଲଭ ମିଶ୍ର ୧୯୯୦ ମସିହାର ମଇ ମାସ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।