ରାଉରକେଲା ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
ରାଉରକେଲା ବିମାନ ବନ୍ଦର
IATA: noneICAO:
RRK is located in Odisha
RRK
RRK
ବିମାନ ବନ୍ଦରର ଅବସ୍ଥିତି
ସାରକଥା
ବିମାନ ବନ୍ଦର ପ୍ରକାର ଘରୋଇ
ପରିଚାଳକ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ
ସେବା ରାଉରକେଲା, ଓଡ଼ିଶା
ଉଚ୍ଚତା (ସମୁଦ୍ର ଠାରୁ) 656 ft / 200 m
ଦିଗବାରେଣି 22°15′23″N 084°48′57″E / 22.25639°N 84.81583°E / 22.25639; 84.81583
ରନବେ
ଦିଗ ଲମ୍ବ ଭୂମି
ft m
09/27 5,985 1,822 Asphalt

ରାଉରକେଲା ବିମାନ ବନ୍ଦର, (IATA: RRK, ICAO: VERK) ରାଉରକେଲା ଶିଳ୍ପ ନଗରଠାରେ ଥିବା ଏକ ବେସରକାରୀ ବିମାନ ବନ୍ଦର । ଏହା ରାଉରକେଲା ସହରରୁ ୬ କିଲୋମିଟର ଦୁରବର୍ତୀ ଛେଣ୍ଡ କଲୋନୀ ପାଖରେ ଅବସ୍ଥିତ । ଏହା ମୁଖ୍ୟତଃ ପରିଦର୍ଶନରେ ଆସୁଥିବା ବିଶିଷ୍ଟ ବ୍ୟକ୍ତି, ଭାରତୀୟ ଷ୍ଟିଲ ଲିମିଟେଡର ଅଧିକାରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହୁଏ । ଏଠାରୁ କଲିକତାକୁ ମଧ୍ୟ ବିମାନ ଯାଇଥାଏ ।

ଇତିହାସ[ସମ୍ପାଦନା]

ଏହି ବିମାନ ରନୱେ ମୂଳତଃ ଟାଟା ଷ୍ଟିଲ କମ୍ପାନୀଦ୍ୱାରା ୧୯୫୦ରେ ନିର୍ମିତ ହେଇଥିଲା । ସୁନ୍ଦରଗଡ ଅଞ୍ଚଳରେ ଥିବା ଥିବା ଡ଼ୋଲୋମାଇଟ ଓ ଅନନ୍ୟ ଖଣିଜ ଦ୍ରବ୍ୟ ଉପରେ ସର୍ଭେ ଓ ପରିବହନ ବ୍ୟବସ୍ଥା ଦେଖିବାକୁ ଟାଟା ଷ୍ଟିଲର ଅଧିକାରୀମାନଙ୍କ ଯାତାୟତ ପାଇଁ ଏହା ନିର୍ମିତ ହେଇଥିଲା ।

୧୯୬୧ ମସିହାରେ ଏହି ବିମାନ ବନ୍ଦର ଭାରତ ସରକାରଙ୍କ ଏୟାରପୋର୍ଟ ଅଥରିଟୀ (AAI)ଦ୍ୱାରା ଏହା ଅଧିଗ୍ରହଣ କରାଯାଇ ଏଠାରୁ ବାୟୁଦୂତ ବିମାନଦ୍ୱାରା ରାଞ୍ଚି ଓ କଲିକତା ମଧ୍ୟରେ ରାଉରକେଲା ଦେଇ ଦୈନିକ ବିମାନ ଚଳାଚଳ କଲା । ଆହୁରି ମଧ୍ୟ ରାଉରକେଲାରୁ ଭୁବନେଶ୍ୱରକୁ ମଧ୍ୟ ଏକ ବିମାନ ଚଳାଚଳ ୮୦ ଦଶକରେ ଆରମ୍ଭ ହେଇଥିଲା ।କିନ୍ତୁ ୯୦ ଦଶକରେ ତାହା ବନ୍ଦ ହେଇଯାଇଥିଲା । ୧୯୯୪ରେ ଭାରତୀୟ ଷ୍ଟିଲ ଅଥରୀଟୀ ଲିମିଟେଡ (SAIL) ଏହି ବିମାନ ବନ୍ଦରର ପରିଚାଳନା ଭାର AAI ପାଖରୁ ନେଇ ତାଙ୍କର ନିଜସ୍ୱ ଜେଟ ବିମାନ ପାଇଁ ବ୍ୟବହାର କରନ୍ତି ।

୨୦୦୭ ମସିହାରୁ ପୁନର୍ବାର AAI ତରଫରୁ ଏଠାରୁ ବିମାନ ଚଳେଇବା ପାଇଁ ଏହାର ଭିତ୍ତି ଭୂମି [୧]ନିରୀକ୍ଷଣ କରି ସନ୍ତୋଷ ପ୍ରକାଶ କରିଥିଲେ । ଏୟାର ଓଡ଼ିଶାର ବିମାନ ଏଠାରୁ ଝାରସୁଗୁଡ଼ା ଦେଇ ଭୁବନେଶ୍ୱର ଓ କଲିକତାକୁ ଦୈନିକ ବିମାନ ସେବା ଆରମ୍ଭ କରିଥିଲେ ମଧ୍ୟ ତାହା ପରେ ବନ୍ଦ ହେଇଗଲା ।[୨]

ଆଧାର[ସମ୍ପାଦନା]

  1. "AAI Checks up on Rourkela air strip". 6 October 2007. Retrieved 16 Feb 2012. {{cite news}}: More than one of |accessdate= and |access-date= specified (help)[permanent dead link]
  2. "Air Odisha introduces flights to industrial towns in state". 2 November 2012. Retrieved 9 April 2013. {{cite news}}: More than one of |accessdate= and |access-date= specified (help)