ରଜିୟା ସୁଲତାନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରଜିୟା ସୁଲତାନ
ଦିଲ୍ଲୀର ସୁଲତାନ
ରଜିୟା ସୁଲତାନଙ୍କ ସମାଧି/କବର ,
ମୋହଲ୍ଲା ବୁଲବୁଲୀ ଖାନ , ତୁର୍କମାନ ଗେଟ , ଦିଲ୍ଲୀ[୧][୨]
ଶାସନ କାଳ ୧୦ ନଭେମ୍ୱର, ୧୨୩୬ – ୧୩ ଅକ୍ଟୋବର, ୧୨୪୦
ରାଜ୍ୟାଭିଷେକ ୧୦ ନଭେମ୍ବର ୧୨୩୬
ଜନ୍ମ ୧୨୦୫
ଜନ୍ମସ୍ଥାନ ଦିଲ୍ଲୀ
ମୃତ୍ୟୁ ୧୩ ଅକ୍ଟୋବର, ୧୨୪୦
ମୃତ୍ୟୁସ୍ଥାନ କୈଥଳ , ଦିଲ୍ଲୀ - ହରିୟାଣା
Buried ମୋହଲ୍ଲା ବୁଲବୁଲୀ ଖାନ, ତୁର୍କମାନ ଗେଟ୍, ଦିଲ୍ଲୀ
ପୂର୍ବାଧିକାରୀ ରୂକୁନୁ୍ଦ୍ଦୀନ ଫିରୋଜଶାହା
ଉତ୍ତରାଧିକାରୀ ମୁଈଜୁ୍ଦ୍ଦୀନ ବହରାମଶାହା
Consort to ରଖତିଆର ଉଦ୍ ଦିନ ମିରଜା ଆଲତୁନିଆ
Offspring ଜୁବୃଦିନ ମିର୍ଜା ରଶିଲ (୧୨୩୭-୧୨୩୮)_ପୋଷ୍ୟ ପୁତ୍ର
ରାଜବଂଶ ଗୁଲାମ ବଂଶ (ଦିଲ୍ଲୀ)
ପିତା ସସ୍ମ-ଉଦ-ଦିନ ଇଲତୁତମିଶ
ମାତା କୁତୁବ ବେଗମ
ଧର୍ମ ଇସ୍ଲାମୀ

ରଜିୟା ଅଲ-ଦିନ (୧୨୦୫-୧୨୪୦) (ଫରାସୀ / ଉର୍ଦ୍ଧୁ : رضیہ سلطانہ) , ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :جلالۃ الدین رضیہ), ଇତିହାସରେ ଯେପରି ସମାନ୍ୟତଃ ରଜିୟା ସୁଲତାନ କିମ୍ବା ରଜିୟା ସୁଲତାନା ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ଇଲତୁତମିଶଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ ରାଜକୁମାରୀଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।[୩] ରଜିୟା ସୁଲତାନ ମୁସଲିମ ଏବଂ ତୁର୍କୀ ଇତିହାସର ପ୍ରଥମ ମହିଳା ଶାସକ ଥିଲେ ।

ରଜିୟା ସୁଲତାନଙ୍କ ଜୀବନୀ[ସମ୍ପାଦନା]

ରଜିୟା ସୁଲତାନ / Razia Sultan ଭାରତର ପ୍ରଥମ ଶାସିକା ଥିଲେ । ସେ ପାଖା-ପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନଙ୍କୁ ସମ୍ଭାଳି ଥିଲେ । ତାଙ୍କର ପୁରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା । ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ ପୁତ୍ରୀ ଥିଲେ । ଯେଉଁ ସମୟରେ ରଜିୟା ଗାଦ୍ଦୀରେ ବସିିଲେ , ତାଙ୍କର ଚତୁର୍ପାଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା । ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ । ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ । ରଜିୟା ଜଣେ ସାହସୀ , ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ । ସେଥିପାଇଁ ସେ ଧୀରେ-ଧୀରେ ସରଦାର ମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ ଇତିହାସକାର "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହଣ ଶାସକ , କୁଶାଗ୍ର ବୁଦ୍ଧି , ନ୍ୟାୟପ୍ରିୟ , ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା , ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି ।" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ । ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ । ପଞ୍ଜାବ , ବଙ୍ଗଳା , ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା । ଦିଲ୍ଲୀରେ ଗୁରୁଦ୍ଦିନଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ । ରଜିୟାଙ୍କ ପତନର ଦୁଇ ପ୍ରମୁଖ କାରଣ ଜଣାଯାଏ । ପ୍ରଥମ , ସେ ଜଣେ ମହିଳା ହେବା ଏବଂ ଦ୍ବିତୀୟ , ଏକ ଏବୀସୀନିୟା ନିବାସୀ ଦାସ "ଜଲାଲୁୁଦ୍ଦିନ ୟାକୁତ"ଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା । ଏହି କଥାକୁ ନେଇ ଇନ୍ୱବତୂତା ଏବଂ ଫରିସ୍ତା ପରି ଇତିହାସକାର ସେଥିରେ ମର୍ଯ୍ୟାଦା ଭଙ୍ଗ କରିବାର ଆରୋପ ଲଗାଇଥିଲେ । ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପା ଦୃଷ୍ଟି ଥିଲା । ଏହା ଫଳରେ ତୁର୍କୀ ସର୍ଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ଅବସର ପାଇବା ପରେ ସେମାନେ ଲୋକମାନଙ୍କୁ ଭଡକାଇ ବିଦ୍ରୋହ କରିଥିଲେ । ସବୁଠାରୁ ପ୍ରଥମେ ଲାହୋର , ପରେ ଭଟିଣ୍ଡାରେ ବିଦ୍ରୋହ ହୋଇଥିଲା । ରଜିୟା ଲାହୋରର ବିଦ୍ରୋହକୁ ସଫଳ ପୂର୍ବକ ଦବାଇଦେଇଥିଲେ । କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସନ ଅଲ୍ତୁନିୟା ସହ ଯୁଦ୍ଧ କରି ଦିଲ୍ଲୀ ଫେରୁଥିଲେ , ସେତେବେଳେ ୧୪ ଅକ୍ଟୋବର ୧୨୪୦ ମାର୍ଗରେ ତାଙ୍କର ହତ୍ୟା କରିଦିଆ ଗଲା । ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିଡରତା ସହ ସଂକଟରେ ସାମ୍ନା କରିଥିଲେ , ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରୁଥିଲେ । ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି କି , "ସେ ସ୍ତ୍ରୀ ହୋଇକରି ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ ୨୦ ପୁତ୍ରରୁ ମଧ୍ୟ ବଢିକରି ଥିଲେ" । ଏଠାରେ ଏହିପରି ଏକ ଦିଲେର ଏବଂ ମହାନ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ । ଏହି ଜଂଗ କେବଳ ରିସାୟତକୁ ନେଇକରି ମଇଦାନରେ ଲଢେ଼ଇ କରାଯାଉଥିବା ଯୁଦ୍ଧ ନଥିଲା , ଏହି ଜଂଗ ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା । ଆଜାଦୀର ବହୁ ସମୟ ପୂର୍ବେ ଅଖଣ୍ଡ ଭାରତରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯେପରି ହିନ୍ଦୁସ୍ଥାନର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା , ସେ ଥିଲେ "ସଲତନତ-ଏ-ହିନ୍ଦ ରଜିୟା ସୁଲତାନ" ।

ପ୍ରାଚୀନ ଯୁଗର ମହାନ ସୁଲତାନ[ସମ୍ପାଦନା]

୧୨୩୬ - ୧୨୪୦ ଭିତରେ ରଜିୟା ସୁଲତାନ ହିନ୍ଦୁସ୍ତାନରେ ଦିଲ୍ଲୀର ତଖ୍ତର ତାଜ ଥିଲେ । ଏହି ୪ ବର୍ଷ ଭିତରେ ସେ ନିଜ ବିରତା ଏବଂ ବଲ ଦ୍ବାରା ଇତିହାସରେ ନିଜ ଉଚ୍ଚ ସ୍ଥାନ ଅଙ୍କିତ କରିଥିଲେ । ଜଣେ ମହିଳା ହୋଇ ସୁଲତାନ ହେବା ସେଥିପାଇଁ ମଧ୍ୟ ବହୁ ଜରୁରୀ ଅଟେ କି ସେ ହିନ୍ଦୁସ୍ଥାନର ପ୍ରଥମ ଏବଂ ଶେଷ ମହିଳା ସୁଲତାନ ଥିଲେ । ମହିଳା ହେବା କାରଣରୁ ହିଁ ସୁଲତାନ ସ୍ଥାନରେ ତାଙ୍କୁ ସୁଲତାନା ଡକା ଯାଉଥିଲା । କିନ୍ତୁ ଏହି ସୁଲତାନା କୌଣସି ପ୍ରକାରେ ହିନ୍ଦୁସ୍ଥାନର ସୁଲତାନ ମାନଙ୍କ ମଧ୍ୟରେ କାମ ନଥିଲେ । ରଜିୟା ନ କେବଳ ମୁଗଲ ଶାସନ ବ୍ୟତୀତ କୌଣସି ପ୍ରକାର ବ୍ୟବସ୍ଥାରେ ହିନ୍ଦୁସ୍ଥାନ ଉପରେ ଶାସନ କରୁଥିବା ଏକ ମାତ୍ର ମହିଳା ଥିଲେ । ହେଲାକି ଇତିହାସର ପୃଷ୍ଠାରେ କିଛି ଏହି ପ୍ରକାର ମହିଳା ମାନଙ୍କ ଉଦ୍ଦେଶ୍ୟରେ ମିଳିଥାଏ ଯେଉଁମାନେ ନିଜ ରିୟାସତର ଗାଦୀକୁ ସମ୍ଭାଳିଥିଲେ । କିନ୍ତୁ ପୁରୁଷ ପ୍ରଧାନ ସମାଜ ଏବଂ ଇତିହାସର କଲମକାର ମାନେ ସେମାନଙ୍କ ନାମ କୌଣସି ସ୍ଥାନରେ ଲୁଚାଇଦେଲେ , କିମ୍ବା ସେମାନଙ୍କୁ କୌଣସି ରାଜ କିମ୍ବା ସୁଲତାନଙ୍କ ପତ୍ନୀ ରୂପେ ଦେଖାଯାଇଥିଲା । କିନ୍ତୁ ରାଜିୟା ସୁଲତାନା ନିଜ ସାହସ ଏବଂ ଶକ୍ତି ବଳରେ ଏହି ଉପାଧି କମେଇଥିଲେ , "ସୁଲତାନା"ଙ୍କ ଉପାଧି

ରଜିୟା ସୁଲତାନଙ୍କ ପଇସା

ଧର୍ମ ଏବଂ ଶାସନ ପ୍ରତି ରଜିୟାଙ୍କ ଭାବନା[ସମ୍ପାଦନା]

ରଜିୟା ସୁଲତାନା ଜଣେ ସାଧନ ସମ୍ପନ୍ନ ସମ୍ରାଟ ଥିଲେ । ସେ ନିଜ ଦେଶ ପାଇଁ ଶ୍ରେଷ୍ଠ ନିୟମ ଏବଂ ବିନିୟମର ନିର୍ମାଣ କରିଥିଲେ । ତାଙ୍କର ଇଚ୍ଛା ଏକ ଲୋକ କଲ୍ୟାଣକାରୀ ରାଜ୍ୟ ସ୍ଥାପିତ କରିବାର ଥିଲା । ପିତାଙ୍କ ଶାସନ କାଳ ଅବସ୍ଥାରେ ଏବଂ ନିଜ ଶାସନର ୪ ବର୍ଷ ମଧ୍ୟରେ ସେ କୂଅ , ସଡକ , ପୁସ୍ତକାଳୟ , ଅନୁସନ୍ଧାନ କେନ୍ଦ୍ର ଏବଂ ବିଦ୍ୟାଳୟର ନିର୍ମାଣ କରାଇଥିଲେ । ସେ ବ୍ୟାପାର ବଢାଇବା ପାଇଁ ଯାତାୟାତର ସାଧନକୁ ବଢାଇବା ପାଇଁ ମାର୍ଗରେ ନିର୍ମାଣର ବିକାଶ କରିଥିଲେ । କଳା ଏବଂ ସଂସ୍କୃତି ପାଇଁ ମଧ୍ୟ ସେ ବହୁ ପ୍ରୟତ୍ନ କରିଥିଲେ । ସେ ସମୟ ସମୟରେ ପ୍ରତିଭାମାନ କଳାକାର , ସଙ୍ଗୀତକାର ଏବଂ କବି ମାନଙ୍କର ସସକୀୟ ସମ୍ମାନ କରିଥିଲେ ।

ରଜିୟା ସୁଲତାନ କେବଳ ମୁସଲିମ ଧର୍ମ ପ୍ରତି ଅଧିକ ଭାବୁକ ନଥିଲେ । ଏକ କୁଶଳ ଶାସକ ପରି ତାଙ୍କୁ ସମସ୍ତ ଧର୍ମରେ ବିଶ୍ୱାସ ଥିଲା ଏବଂ ସେ ସମସ୍ତ ଧର୍ମକୁ ମାନୁଥିଲେ । କୁହାଯାଏ କି , ହିନ୍ଦୁଧର୍ମ ପ୍ରତି ତାଙ୍କର ଅଧିକ ଆସ୍ଥା ମୁସଲିମ ବିଦ୍ୱାନ ମାନଙ୍କ ମନରେ ତାଙ୍କ ପ୍ରତି ଅଧିକ ରାଗ ଜନ୍ମାଇ ଥିଲା । ରଜିୟା ସୁଲତାନ ବହୁ ଭାଷାରେ କୋରାନର ଅନୁବାଦ କରାଇଥିଲେ , ଏହା ବ୍ୟତୀତ ବହୁ ସମୁଦାୟିକ ପୁସ୍ତକାଳୟର ନିର୍ମାଣ କରିଥିଲେ । ଏହାଛଡା ଦର୍ଶନ , ବିଜ୍ଞାନ , ସାହିତ୍ୟ ଏବଂ ଖଗୋଳ ବିଜ୍ଞାନର କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସେ ଅନେକ ''ହିନ୍ଦୁ ଦର୍ଶନଗ୍ରନ୍ଥ''ର ଅଧ୍ୟୟନ କରିଥିଲେ ଏବଂ ଶୈକ୍ଷଣିକ ସଂସ୍ଥାନର ସମସ୍ତ ଧର୍ମର ଗ୍ରନ୍ଥ ଏବଂ ଉପଦେଶକୁ ସାମିଲ କରିଥିଲେ । ସେ ଜଣେ ଧର୍ମ-ନିରପେକ୍ଷ ଶାସକ ଥିଲେ ।

ଶାସନ କ୍ଷେତ୍ରରେ ଭୂମିକା[ସମ୍ପାଦନା]

ରଜିୟାଙ୍କ ପିତା "ସାସ୍ମ-ଉଦ-ଦିନ-ଇଲ୍ତୁତମିଶ"ଙ୍କ ମୃତ୍ୟୁ (୧୨ ଏପ୍ରିଲ , ୧୨୩୬) ପରେ , ରଜିୟାଙ୍କୁ ଦିଲ୍ଲୀର ସୁଲତାନ ରୂପେ ଘୋଷଣା କରାଯାଇଥିଲା । ଇଲ୍ତୁତମିଶ , ଏପରି ଜଣେ ଶାସକ ଥିଲେ ଯିଏ ନିଜ ପରେ କୌଣସି ଜଣେ ମହିଳା ସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ନିଯୁକ୍ତ କରିଥିଲେ । (ସ୍ତ୍ରୋତୋ ଅନୁସାରେ , ପ୍ରଥମେ ତାଙ୍କ ବଡ ପୁତ୍ରଙ୍କୁ ଉତ୍ତରାଧିକାରୀ ରୂପେ ତୟାରୀ କରାଯାଇଥିଲା । ପରନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ଅଳ୍ପ ଆୟୁରେ ମୃତ୍ୟୁ ହୋଇଯାଇଥିଲା) । କିନ୍ତୁ ମୁସଲିମ ବର୍ଗକୁ 'ଇଲ୍ତୁତମିଶ'ଙ୍କର କୌଣସି ମହିଳାଙ୍କୁ ସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିବା ମଞ୍ଜୁର ନଥିଲା । ସେଥିପାଇଁ ତାଙ୍କ ମୃତ୍ୟୁ ପରେ ସାନ ପୁତ୍ର "ରକନୁଦ୍ଦୀନ ଫିରୋଜ ଶାହା"ଙ୍କୁ ରାଜ ସିହାଂସନରେ ବସାଇ ଦିଆଯାଇଥିଲା ।

ରଜିୟାଙ୍କ ପିତା "ସସ୍ମ-ଉଦ-ଦିନ ଇଲ୍ତୁତମିଶ"ଙ୍କ କବର

'ରକନୁଦ୍ଦୀନ'ଙ୍କ ଶାସନ ବହୁତ କମ ସମୟ ପାଇଁ ଥିଲା । ଇଲତୁତମିଶଙ୍କ ବିଧବା , ଶାହା ତୁର୍କାନଙ୍କ ଶାସନ ଉପରେ ନିୟନ୍ତ୍ରଣ ରହି ପାରିନଥିଲା । ଭୋଗ ବିଳାସୀ ଏବଂ ଦାଇତ୍ବହୀନ ରକନୁଦ୍ଦୀନଙ୍କ ବିପକ୍ଷରେ ଜନତା ମାନଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଭାବ ଜାଗ୍ରତ ହୋଇଥିଲା କି , ୧ ନଭେମ୍ବର ୧୨୩୬ ମସିହାରେ ରକନୁଦ୍ଦୀନ ତଥା ତାଙ୍କ ମାତା , ଶାହା ତୁର୍କାନଙ୍କ ହତ୍ୟା କରିଦିଆଗଲା ।[୪] ତାଙ୍କ ଶାସନ ମାତ୍ର ୬ ମାସର ଥିଲା । ଏହା ପରେ ସୁଲତାନଙ୍କ ପାଇଁ ଅନ୍ୟ କୌଣସି ବିକାଶର ଅଭାବରେ ମୁସଲମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା , ଏବଂ ପରେ ରଜିୟା ସୁଲତାନ ଦିଲ୍ଲୀର ଶାସିକା ରୂପେ ନିୟୋଜିତ ହୋଇଥିଲେ ।ଶାସନ କ୍ଷେତ୍ରରେ ରଜିୟଙ୍କ ରୁଚି ନିଜ ପିତାଙ୍କ ଶାସନ ସମୟରୁ ହିଁ ରହିଥିଲା । ଗାଦ୍ଦୀ ସମ୍ଭାଳିବା ପରେ ରଜିୟା ରୀତିରିବାଜର ବିପରୀତ ପୁରୁଷ ମାନଙ୍କ ପରି ସୈନିକ ମାନଙ୍କ ପରି କୋଟ ଏବଂ ପାଗଡି ପିନ୍ଧିବାକୁ ପସନ୍ଦ କରିଥିଲେ । ପରେ ଯୁଦ୍ଧ କ୍ଷେତ୍ରରେ ମୁଖା ନ ପିନ୍ଧି ଯୋଗ ଦେଇଥିଲେ ।ରଜିୟା ନିଜ ରାଜନୈତିକ ଜ୍ଞାନ ଏବଂ ନୀତିର ସେନା ତଥା ଜନସାଧାରଣଙ୍କ ଧ୍ୟାନ ରଖୁଥିଲେ । ସେ ଦିଲ୍ଲୀର ସବୁଠାରୁ ଶକ୍ତିଶାଳୀ ଶାସକ ବନିଯାଇଥିଲେ ।ରଜିୟା ଏବଂ ତାଙ୍କ ସଲାହାକାର , "ଜମାତ-ଉଦ-ଦିନ-ୟାକୁତ" ଜଣେ ହଶ୍ୱି ସହିତ ବିକଶିତ ହେଉଥିବା ଅନ୍ତରଙ୍ଗ ସମ୍ବନ୍ଧରେ କଥା ମଧ୍ୟ ମୁସଲମାନ ମାନଙ୍କୁ ପସନ୍ଦ ଆସିନଥିଲେ । ରଜିୟା ଏହା ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେଇନଥିଲେ ।[୫], କିନ୍ତୁ ତାଙ୍କର ଏହି ସମ୍ବନ୍ଧର ପରିଣାମ ନିଜ ରାଜ୍ୟ ପାଇଁ ଘାତକ ସିଦ୍ଧ ହୋଇଥିଲା । କିଛି ସ୍ତ୍ରୋତ୍ରୋ ଅନୁସାରେ , ରଜିୟା ଏବଂ ୟାକୁତ ପ୍ରେମୀ ଥିଲେ ; ଅନ୍ୟ ସ୍ତ୍ରୋତ୍ରୋ ଅନୁସାରେ ସେ ଦୁହେଁ କରିବି ମିତ୍ର / ବିଶ୍ୱାସ ପାତ୍ର ଥିଲେ । ଏହି ସବୁଥିରେ ରଜିୟା ତୁର୍କୀ ବର୍ଗରେ ନିଜ ପ୍ରତି ଈର୍ଷାକୁ ଜନ୍ମ ଦେଇଥିଲେ , କାରଣ "ୟାକୁବ" ତୁର୍କ ନଥିଲେ ଏବଂ ତାଙ୍କୁ ରଜିୟା ଅଶ୍ଵଶାଳାର ଅଧିକାରୀ ରୂପେ ନିୟୋଜିତ କରିଥିଲେ । ଭଟିଣ୍ଡାର ରାଜ୍ୟପାଳ "ମଲ୍ଲିକ ଇଖ୍ତୟାର-ଉଦ-ଦିନ-ଇଲ୍ତୁନିୟା" ଅନ୍ୟ ପ୍ରନ୍ତୀୟ ରାଜ୍ୟପାଳ , ଯାହାଙ୍କୁ ରଜିୟାଙ୍କ ଆଧିପତ୍ୟ ମଞ୍ଜୁର ନଥିଲା , ସେହିମାନଙ୍କ ସହ ମିଶି ବିଦ୍ରୋହ କରିଥିଲେ । ରଜିୟା ଏବଂ ଇଲ୍ତୁନିୟାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ ଭାଈ "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ ଦିଲ୍ଲୀ ଛାଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।

କବର ଉପରେ ବିବାଦ[ସମ୍ପାଦନା]

ଦିଲ୍ଲୀର ତୁର୍କମାନ ଗେଟ୍ ସ୍ଥିତ ରଜିୟା ସୁଲତାନ ଏବଂ ତାଙ୍କ ପ୍ରିୟମିତ୍ର/ପ୍ରେମିକ ୟାକୁତଙ୍କ କବର

ଦିଲ୍ଲୀ ଉପରେ ରାଜ କରୁଥିବା ଏକମାତ୍ର ମହିଳା ଶାସକଙ୍କ ପ୍ରେମୀ ୟାକୁତଙ୍କ କବରକୁ ତିନି ଅଲଗା ଅଲଗା ସ୍ଥାନରେ କରାଯାଇଥିଲା । ରଜିୟାଙ୍କ ମଜାରକୁ ନେଇକରି ଇତିହାସକାର ଗୋଟିଏ ମଧ୍ୟ ମାତା ଦେଇନଥିଲେ । ରଜିୟା ସୁଲତାନଙ୍କ ମଜାର ଉପରେ ଦିଲ୍ଲୀ , କୈଥଳ ଏବଂ ଟୋଙ୍କ ନିଜ ନିଜ ମାତା ରଖି ଆସିଥିଲେ । କିନ୍ତୁ ବାସ୍ତବିକ ମଜାରରେ ଏ ପର୍ଯ୍ୟନ୍ତ ସଠିକ ଫୈସଲା ହୋଇପାରିନାହିଁ । ସେମିତି ବି ରଜିୟାଙ୍କ ମଜାରର ଯୁକ୍ତି ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ତର୍କ ହିଁ ସବୁଠାରୁ ଅଧିକ ମଜବୁଦ ଥିଲା । ଏହି ସମସ୍ତ ସ୍ଥାନରେ ସ୍ଥିତ ମଜାରରେ ଆରବୀ ଫରାସୀରେ ରଜିୟା ସୁଲତାନ ଲେଖିଥିବାର ସଙ୍କେତ ମିଳିପାରିଛି କିନ୍ତୁ ସଠିକ ପ୍ରମାଣ ମିଳିପାରିନାହିଁ । ରାଜସ୍ଥାନର ଟୋଙ୍କରେ ରଜିୟା ସୁଲତାନ ଏବଂ ତାଙ୍କ ଇଥିୟୋପିୟାଈ ଦାସ ୟାକୁତଙ୍କ ମଜାରର କିଛି ସଠିକ ପ୍ରମାଣ ମିଳିପାରିଛି । ଏଠାରେ ପୁରୁଣା କବରସ୍ଥାନ ପାଖରେ ଏକ ବିଶାଳ ମଜାର ମିଳିଛି ଯେଉଁଥିରେ ଫରାସୀରେ "ସଲ୍ତନେ ହିନ୍ଦ ରଜିୟାହ" ଉକେରା ଯାଇଛି । ପାଖରେ ଏକ ଛୋଟ ମଜାର ମଧ୍ୟ ଅଛି ଯାହା ୟାକୁତଙ୍କ ମଜାର ମଧ୍ୟ ହୋଇପାରେ । ନିଜ ଭବ୍ୟତା ଏବଂ ବିଶାଳତାର ଆକାରରେ ଏହାକୁ ସୁଲତାଙ୍କ ମଜାର ରୂପେ ନାମିତ କରାଯାଇଛି । ସ୍ଥାନୀୟ ଇତିହାସକାରାଙ୍କଦ୍ଵାରା କୁଯାଇଛି କି , ବହରାମରୁ ଯୁଦ୍ଧ ଏବଂ ରଜିୟାଙ୍କ ମୃତ୍ୟୁ ମଧ୍ୟରେ ଏକ ମାସର ଅନ୍ତର ଥିଲା । ଇତିହାସକାର ଏହି ଏକ ମାସକୁ ଚୁକ ବଂଶ ଉଲ୍ଲେଖିତ କରିପାରିଲେ ନାହିଁ ଏବଂ ଯୁଦ୍ଧର ତୁରନ୍ତ ପରେ ତାଙ୍କ ମୃତ୍ୟୁକୁ ମାନିନେଲେ । ଯୁଦ୍ଧରେ ହରିବାକୁ ସାମ୍ନାରେ ଦେଖି ୟାକୁତ ରଜିୟାଙ୍କୁ ମେଇକରି ରାଜପୂତାନା ପାଖକୁ ବାହାରି ପଡିଲେ । ସେଠାରେ ରଜିୟାଙ୍କ ଜୀବନ ବଞ୍ଚେଇବାର ଉଦ୍ଦେଶ୍ୟ ଥିଲା କିନ୍ତୁ ଶେଷରେ ତାଙ୍କୁ ଟୋଙ୍କ ମାନେ ଘେରି ନେଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]