ରଘୁନାଥ ମହାନ୍ତି (ରାଜନୀତିଜ୍ଞ)

ଉଇକିପିଡ଼ିଆ‌ରୁ
ରଘୁନାଥ ମହାନ୍ତି
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୧୪
ପୂର୍ବ ଅଧିକାରୀଭୂପାଳ ଚନ୍ଦ୍ର ମହାପାତ୍ର
ପର ଅଧିକାରୀନିତ୍ୟାନନ୍ଦ ସାହୁ
ନିର୍ବାଚନ ମଣ୍ଡଳୀବସ୍ତା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1949-11-11)୧୧ ନଭେମ୍ବର ୧୯୪୯


ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀପ୍ରୀତିଲତା ମହାନ୍ତି
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉରାମ ଚନ୍ଦ୍ର ମହାନ୍ତି (ବାପା‌)
ବୃତ୍ତିରାଜନୀତିଜ୍ଞ

ରଘୁନାଥ ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରଘୁନାଥ ମହାନ୍ତି ୧୯୪୯ ମସିହାର ନଭେମ୍ବର ମାସ ୧୧ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି । ରଘୁନାଥଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ପ୍ରୀତିଲତା ମହାନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ରଘୁନାଥ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପରେ ବିଜୁ ଜନତା ଦଳର ଗଠନ ପରେ ବିଜେଡ଼ିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ରଘୁନାଥ ୧୯୯୦ ଓ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯାଥାକ୍ରମେ ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୦, ୨୦୦୪ ଓ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ୧୩ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ୧୭ ମଇ ୨୦୦୬ରୁ ୨୧ ମଇ ୨୦୦୯ ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୧୪ଶ ଓଡ଼ିଶା ବିଧାନ ସଭାରେ ସେ ଶିଳ୍ପ, ଇସ୍ପାତ ଓ ଖଣି ଏବଂ ବୈଦେଶିକ ବ୍ୟାପର ମନ୍ତ୍ରୀ ଭାବରେ ୨୨ ମଇ ୨୦୦୯ ୨ ଅଗଷ୍ଟ ୨୦୧୨ ଯାଏଁ କାର୍ଯ୍ୟ କରିଥିଲେ । ୨ ଅଗଷ୍ଟ ୨୦୧୨ରୁ ୧୫ ମାର୍ଚ୍ଚ ୨୦୧୩ଯାଏଁ ସେ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Shri Raghunath Mohanty". odishaassembly.nic.in. Odisha Assembly. Retrieved 24 June 2019.