ମୋ ସାଇକେଲ

ଉଇକିପିଡ଼ିଆ‌ରୁ

ମୋ ସାଇକେଲ ଭୁବନେଶ୍ୱରରେ ସାଇକେଲ ଚାଳନା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହି ଯୋଜନା ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୮ ମସିହାରେ ଆରମ୍ଭ କରାଯାଇଥିଲା ।[୧] ଏହି ସାଇକେଲ ବ୍ୟବହାର କରିବା ପାଇଁ ମୋବାଇଲ ଆପଦ୍ୱାରା ବୁକିଂ କରିବାକୁ ପଡ଼େ ଓ ସାଇକେଲଗୁଡ଼ିକ ଜିପିଏସଦ୍ୱାରା ନିରିକ୍ଷଣ କରାଯାଏ ।

ମୋ ସାଇକେଲ ଯୋଜନା ଅନ୍ତର୍ଗତ ଭୁବନେଶ୍ୱରରେ ଚାଲୁଥିବା ଏକ ସାଇକେଲ

ଇତିହାସ[ସମ୍ପାଦନା]

ମୋ ସାଇକେଲ ଯୋଜନା ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଆରମ୍ଭ କରାଯାଇଥିଲା ।[୨] ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସସିଏଲ) କର୍ତ୍ତୁପକ୍ଷ ଏହି ଯୋଜନା ଆରମ୍ଭ କରିଥିଲେ ଓ ଏହାର ପରିଚାଳନା ଭାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ )‌ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ଭୁବନେଶ୍ୱର ପାଇଁ ୩ଟି ସାଇକେଲ କମ୍ପାନୀ ମାଧ୍ୟମରେ ୨୦୦୦ଟି ସାଇକେଲ ଆସିଥିଲା । ହେକ୍ସି କମ୍ପାନୀକୁ ଏକ ହଜାର ସାଇକେଲ ପାଇଁ ଅଢ଼େଇ କୋଟି, ୟୋନୋ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଏବଂ ୟୁଲୁ କମ୍ପାନୀକୁ ୫୦୦ ସାଇକେଲ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯାଇ ସାଇକେଲ କିଣା ଯାଇଥିଲା । ପ୍ରତି ସାଇକେଲର ଦର ୨୫୦୦୦ଟଙ୍କା ଥିଲା । ଭୁବନେଶ୍ୱରର ୧୨୦ଟି ସ୍ଥାନରେ ଏହି ସାଇକେଲ ରଖାଯାଇଥାଏ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନ ସମୟରେ ଏହି ଯୋଜନା ବନ୍ଦ ରଖାଯାଇଥିଲା ।[୩]

୨୦୧୮ ମସିହାରୁ କ୍ରୁଟ ଏହି ପରିଚାଳନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିନଥିଲା ।[୪] ୨୦୨୦ ମସିହାରେ ବିଏସସିଏଲ କର୍ତ୍ତୁପକ୍ଷ ଭୁବନେଶ୍ୱର ମୁନିସିପାଲ କମିସନର ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା ନିଜ ହାତକୁ ନେଇଥିଲେ ।[୫] ମୋ ସାଇକେଲ ଯୋଜନାରେ ଗୋଟିଏ ଦିନରେ ୨୫୦ରୁ ୨୭୫ଟି ସାଇକେଲ ବୁକ ହୋଇଥାଏ ଓ ୧୦ରୁ ୨୦ ନୂତନ ଚାଳକ ମୋ ସାଇକେଲ ଆପରେ ନିଜକୁ ପଞ୍ଜିକୃତ କରିଥାନ୍ତି ବୋଲି ୨୦୨୨ ମସିହା ଜୁନ ମାସରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ର ମହାପ୍ରବନ୍ଧକ କମଲଜିତ ଦାସ କହିଥିଲେ ।[୬]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର : କାମରେ ଆସୁନି ମୋ ସାଇକେଲ, ରାସ୍ତା କଡରେ ପଡି ରହି ଉଜୁଡି ଗଲାଣି ଅନେକ; ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ ଲି. Archived from the original on 24 February 2021. Retrieved 24 February 2021. {{cite web}}: |archive-date= / |archive-url= timestamp mismatch; 13 ଜାନୁଆରୀ 2021 suggested (help)
  2. "'ମୋ ସାଇକେଲ' ସେବାକୁ ପୂରିଲା ଏକ ବର୍ଷ: ପାଳନ ହେଲା ପ୍ରଥମ ବାର୍ଷିକୀ, ସାଇକ୍ଲୋଥନର ଆୟୋଜନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 24 February 2021. Retrieved 24 February 2021. {{cite web}}: |archive-date= / |archive-url= timestamp mismatch; 27 ନଭେମ୍ବର 2019 suggested (help)
  3. "ବନ୍ଦ ହେଲା ମୋ ସାଇକେଲ". www.dharitri.com. ଧରିତ୍ରୀ. Archived from the original on 24 February 2021. Retrieved 24 February 2021.
  4. "ବିଏମସି ହାତରେ 'ମୋ ସାଇକେଲ' ପରିଚାଳନା ଦାୟିତ୍ବ". www.etvbharat.com. ଇଟିଭି. Archived from the original on 24 February 2021. Retrieved 24 February 2021.
  5. "'ମୋ ସାଇକେଲ୍‌' ପ୍ରତି ‌'ମୋର' ଭାବନା ନାହିଁ, ରାସ୍ତାରେ ଖତ ଖାଉଛି ୫୦୦ 'ମୋ ସାଇକେଲ୍‌'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ ଲି।. Archived from the original on 24 February 2021. Retrieved 24 February 2021.
  6. "ଅଲୋଡ଼ା ମୋ' ସାଇକେଲ". No. ସମ୍ବାଦ ୦୩/୦୬/୨୦୨୨ ଭୁବନେଶ୍ୱର ସଂସ୍କରଂଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 3 June 2022.