ମୋଚିରାମ ତିରିୟା
ମୋଚିରାମ ତିରିୟା | |
---|---|
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୭ | |
ପର ଅଧିକାରୀ | ଦୁର୍ଗା ଚରଣ ନାୟକ |
ନିର୍ବାଚନ ମଣ୍ଡଳୀ | ଜଶୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୮, ୧୯୨୭ |
ମୃତ୍ୟୁ | ୧୯ ମଇ ୨୦୦୫ | (ବୟସ ୭୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ରମିଳା ତିରିୟା |
ବାପା/ବୋଉ | ସନାତନ ତିରିୟା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମୋଚିରାମ ତିରିୟା (୮ ଅକ୍ଟୋବର ୧୯୨୭ - ୧୯ ମଇ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ମୋଚିରାମ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଅଖିଳ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ମୋଚିରାମ ତିରିୟା ୧୯୨୭ ମସିହାର ଅକ୍ଟୋବର ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସନାତନ ତିରିୟା ଏବଂ ତାଙ୍କ ପତ୍ନୀଙ୍କ ନାମ ପ୍ରମିଳା ତିରିୟା ।[୧] ମୋଚିରାମଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମୋଚିରାମ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଅଖିଳ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ମୋଚିରାମ ତିରିୟା ୨୦୦୫ ମସିହାର ମଇ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।