ମେଲାନୋମା

ଉଇକିପିଡ଼ିଆ‌ରୁ
ମେଲାନୋମା
ମେଲାନୋମା ଆକାର ପ୍ରାୟ ୨.୫ ସେମି X ୧.୫ ସେମି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌmɛləˈnmə/ (listen)
ସ୍ପେଶାଲିଟିOncology and dermatology
ଆଇସିଡ଼ି-୧୦C43.
ଆଇସିଡ଼ି-୯-ସିଏମ୍172.9
ଆଇସିଡ଼ି-ଓଛାଞ୍ଚ:ICDO
ଓଏମ୍‌ଆଇଏମ୍155600
ରୋଗ ଡାଟାବେସ7947
ମେଡ଼ିସିନ-ପ୍ଲସ000850
ଇ-ମେଡ଼ିସିନderm/257 med/1386 ent/27 plastic/456
MeSHD008545

ମେଲାନୋମା ବା ମାଲିଗନାଣ୍ଟ ମେଲାନୋମା (ଇଂରାଜୀ ଭାଷାରେ Melanoma, ବା malignant melanoma) ଏକ ପ୍ରକାର କର୍କଟ ରୋଗ ଯାହା ବର୍ଣ୍ଣ କଣିକା ଥିବା ମେଲାନୋସାଇଟ ଜୀବକୋଷରୁ ସୃଷ୍ଟି ହୁଏ । [୧] ସ୍ୱାଭାବିକ ଭାବରେ ଏହି ରୋଗ ଚର୍ମରେ ହେଉଥିବା ବେଳେ ପାଟି, ଅନ୍ତନଳୀଆଖିରେ କ୍ୱଚିତ ହୁଏ । [୧][୨] ସାଧାରଣତଃ ମହିଳାମାନଙ୍କର ଗୋଡ଼ରେ ଓ ପୁରୁଷମାନଙ୍କର ପିଠିରେ ହୁଏ । [୨] ବେଳେ ବେଳେ ଏହା ଦେହର ତିଳରୁ (mole) ଆରମ୍ଭ ହୁଏ ଯାହାର ଆକାର, ଧାର, ରଙ୍ଗ ପରିବର୍ତ୍ତିତ ହୁଏ, ଗଲୁ କରେ ଓ ଚମ ଫାଟିଯାଇ ଘାଆ ସୃଷ୍ଟି ହୁଏ । [୧]

ଦେହରେ ସ୍ୱଳ୍ପ ମାତ୍ରାରେ ଚର୍ମ ବର୍ଣ୍ଣ କଣିକା ଥିବା ଲୋକ ଅଲଟ୍ରାଭାୟୋଲେଟ (ୟୁଭି) ରଶ୍ମି ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ । [୨][୩] ୟୁଭି ରଶ୍ମୀ ସୂର୍ଯ୍ୟରୁ ବା ଟାନିଙ୍ଗ ଡିଭାଇସରୁ ନିର୍ଗତ ହୁଏ । ପ୍ରାୟ ୨୫ % ରୋଗ ତିଳରୁ ସୃଷ୍ଟି ହୁଏ । [୨] ଅନେକ ତିଳ ଥିଲେ, ପରିବାରରେ ଆଗରୁ ଏହି ରୋଗ ଥିଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । [୧] ଅନେକ ପ୍ରକାର ଜେନେଟିକ ତୃଟି ଯେପରିକି ଜେରୋଡର୍ମା ପିଗମେଣ୍ଟୋସା ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । [୪] ବାୟୋପ୍ସି ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]

ୟୁଭି ରଶ୍ମିଠାରୁ ଦୂରେଇ ରହି ଓ ସନସ୍କ୍ରିନ ବ୍ୟବ‌ହାର କରି ଏହି ରୋଗକୁ ପ୍ରତିରୋଧ କରିହୁଏ । [୨] ଅପରେଶନ କରି ମେଲାନୋମାକୁ ବାହାର କରିଦିଆଯାଏ । ବିସ୍ତାର ହୋଇଛି କି ନାହିଁ ଜାଣିବା ନିମନ୍ତେ ରୋଗ ହୋଇଥିବା ସ୍ଥାନର ନିକଟବର୍ତ୍ତୀ ଲସିକା ଗ୍ରନ୍ଥି ପରୀକ୍ଷା କରାଯାଏ । ବିସ୍ତାର ଲାଭ ନ କରିଥିଲେ ଅଧିକାଂଶ ମେଲାନୋମା ଆରୋଗ୍ୟ ହୋଇଯାଏ । ବିସ୍ତାରିତ ହୋଇସାରିଥିଲେ ଇମ୍ମ୍ୟୁନୋଥେରାପି, ବାୟୋଲୋଜିକାଲ ଥେରାପି, ରାଡିଏସନ ଥେରାପି ବା କେମୋଥେରାପି ଦିଆଯାଏ ଓ ଆୟୁଷ ବୃଦ୍ଧି ହୁଏ । [୧] ଆମେରିକାରେ ଚିକିତ୍ସା ସାହାଯ୍ୟରେ ପାଞ୍ଚ ବର୍ଷ ବଞ୍ଚିବା ହାର ସ୍ଥାନିୟ ରୋଗର ୯୮ % ଓ ବିସ୍ତାରିତ ରୋଗର ୧୭ % । [୫] ମେଲାନୋମା କେତେ ମୋଟା (thickness of the melanoma) ଅଛି, କେତେ ଶିଘ୍ର ଦ୍ୱିଖଣ୍ଡିତ (dividing) ହେଉଛି ଓ ଚମ ଫାଟିଛି କି ନାହିଁ, ଏହି ସମସ୍ତ ତ‌ଥ୍ୟ ଉପରେ ଏହି ରୋଗ ଲେଉଟିବ କି ନାହିଁ ନିର୍ଭର କରେ । [୨]

ଚର୍ମ କର୍କଟ ମଧ୍ୟରେ ମେଲାନୋମା ସର୍ବାଧିକ ବିପଦଜନ‌କ ରୋଗ । ସନ ୨୦୧୨ରେ ପୃଥିବୀରେ ଏହି ରୋଗ ୨୩୨,୦୦୦ ଲୋକଙ୍କୁ ହୋଇଥିଲା ଓ ୫୫,୦୦୦ ଲୋକ ମରିଥିଲେ । ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ସର୍ବାଧିକ ମେଲାନୋମା ରୋଗ ହୁଏ । ୟୁରୋପ ଓ ଉତ୍ତର ଆମେରିକାରେ ଏହି ରୋଗ ହାର ଅଧିକ ଅଛି ଓ ଏସିଆ, ଆଫ୍ରିକା ତ‌ଥା ଲାଟିନ ଆମେରିକାରେ ଏହାର ହାର କମ ଅଛି । [୨] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ । [୪] ଗୋରା ଲୋକ (କ‌କେସିଆନ) ରହୁଥିବା ସ୍ଥାନମାନଙ୍କରେ ସନ ୧୯୬୦ରୁ ଏହି ରୋଗ ଅତି ସାଧାରଣ ହୋଇଛି । [୨][୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Melanoma Treatment–for health professionals (PDQ®)". National Cancer Institute. June 26, 2015. Retrieved 30 June 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ World Cancer Report 2014. World Health Organization. 2014. pp. Chapter 5.14. ISBN 9283204298.
  3. Kanavy HE, Gerstenblith MR (December 2011). "Ultraviolet radiation and melanoma". Semin Cutan Med Surg. 30 (4): 222–8. doi:10.1016/j.sder.2011.08.003. PMID 22123420.
  4. ୪.୦ ୪.୧ ୪.୨ Azoury, SC; Lange, JR (October 2014). "Epidemiology, risk factors, prevention, and early detection of melanoma". The Surgical clinics of North America. 94 (5): 945–62, vii. doi:10.1016/j.suc.2014.07.013. PMID 25245960.
  5. "SEER Stat Fact Sheets: Melanoma of the Skin". NCI. Retrieved June 2015. {{cite web}}: Check date values in: |accessdate= (help)