ମେନୋଟ୍ରୋପିନ

ଉଇକିପିଡ଼ିଆ‌ରୁ
ମେନୋଟ୍ରୋପିନ
Clinical data
Trade namesRepronex, Menopur, Meriofert, others
SynonymsMenotrophin, menotropins
AHFS/Drugs.commonograph
MedlinePlusa601002
Identifiers
ECHA InfoCard100.119.926 Edit this at Wikidata
  (verify)

ମେନୋଟ୍ରୋପିନ, ଯାହାକୁ ମାନବ ମେନୋପଜାଲ ଗୋନାଡୋଟ୍ରୋପିନ ( ଏଚ୍ଏମ୍ଜି ) ମଧ୍ୟ କୁହାଯାଏ, (ମାନବ ଋତୁବନ୍ଦ ଗୋନାଡ଼ପଟ୍ରୋପିନ) । ଏହା ଏକ ଔଷଧ ଯାହାକି କାର୍ଯ୍ୟକ୍ଷମ ଆନାଭ୍ୟୁଲେସନ୍ ପାଇଁ କିମ୍ବା ପ୍ରଜନନ ଚିକିତ୍ସାର (ଭିଟ୍ରୋ ଫର୍ଟିଲାଇଜେସନ୍ ବା ଉର୍ବରତା) ଏକ ଅଂଶ ।[୧] ଏହା ପୁରୁଷମାନଙ୍କ ମଧ୍ୟରେ ହାଇପୋଗୋନାଡୋଟ୍ରୋଫିକ୍ ହାଇପୋଗୋନାଡିଜିମ୍ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଚର୍ମ ତଳେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ । [୧] [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ଓଭାରିଆନ୍ ହାଇପରଷ୍ଟିମୁଲେସନ ସିଣ୍ଡ୍ରୋମ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ତୀବ୍ର ଶ୍ୱାସକ୍ରିୟା ସଙ୍କଟ ସିଣ୍ଡ୍ରୋମ, ଓଭାରିଆନ୍ ଟର୍ସନ, ଏକାଧିକ ଗର୍ଭଧାରଣ ଏବଂ ଏକ୍ଟୋପିକ୍ ଗର୍ଭଧାରଣ ହୋଇପାରେ। [୧] [୨] ଥରେ ଗର୍ଭଧାରଣ କରିବା ପରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୧] ଏହା ଗୋନାଡୋଟ୍ରୋପିନର ମିଶ୍ରଣ, ବିଶେଷ ଭାବରେ ଏଫଏସଏଚ ଓ ଏଲଏଚ (FSH ଏବଂ LH) ।[୧]

୧୯୬୪ ମସିହାରେ ମେନୋଟ୍ରୋପିନ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୩] ଏହା ଋତୁବନ୍ଦ ହୋଇଥିବା ମହିଳାଙ୍କର ପରିସ୍ରାରୁ ତିଆରି କରାଯାଏ ।[୧] ଯୁକ୍ତରାଷ୍ଟ୍ରରେ ୭୫ ଆଇୟୁ ବିଶିଷ୍ଟ ୫ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧,୧୫୦ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୯୦ ପାଉଣ୍ଡ ଥିଲା ।[୧] ଏକ ରିକମ୍ବିନାଣ୍ଟ ଡିଏନଏ (DNA) ସଂସ୍କରଣ ଅଛି ଯାହା ଫୋଲିଟ୍ରୋପିନ ଭାବରେ ଜଣାଶୁଣା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Menotropins Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 16 November 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 787. ISBN 978-0857114105.
  3. ୩.୦ ୩.୧ Brinsden, Peter R. (15 April 1999). A Textbook of In Vitro Fertilization and Assisted Reproduction: The Bourn Hall Guide to Clinical and Laboratory Practice, Second Edition (in ଇଂରାଜୀ). CRC Press. p. 104. ISBN 978-1-85070-000-5. Archived from the original on 16 November 2021. Retrieved 16 November 2021.
  4. "Price Guide Menopur Print Save Menopur Prices, Coupons and Patient Assistance Programs". Archived from the original on 18 January 2021. Retrieved 16 November 2021.