ମେଗ୍ଲୁମିନ ଆଣ୍ଟିମୋନିଏଟ

ଉଇକିପିଡ଼ିଆ ରୁ
Jump to navigation Jump to search
ମେଗ୍ଲୁମିନ ଆଣ୍ଟିମୋନିଏଟ
Meglumine antimoniate major component 3D.png
Clinical data
Synonymsmeglumine antimonate
AHFS/Drugs.comMicromedex Detailed Consumer Information
ATC code
Identifiers
CAS Number
PubChem CID
ChemSpider
UNII
ChEMBL
NIAID ChemDB
ECHA InfoCard100.004.645 Edit this at Wikidata
Chemical and physical data
FormulaVariable
Molar massVariable
3D model (JSmol)
 NYesY (what is this?)  (verify)

ମେଗ୍ଲୁମିନ ଆଣ୍ଟିମୋନିଏଟ (ଇଂରାଜୀ ଭାଷାରେ Meglumine antimoniate) ଏକ ଔଷଧ ଯାହା ଲିସମାନିଆସିସ ରୋଗରେ ବ୍ୟବ‌ହୃତ ହୁଏ । ଏହି ଲିସମାନିଆସିସ ବିଭିନ୍ନ ପ୍ରକାର ହୋଇପାରେ ଯେପରି ଭିସେରାଲ, ମ୍ୟୁକୋକ୍ୟୁଟାନିଅସ ଓ କ୍ୟୁଟାନିଅସ ଲିସମାନିଆସିସ । ଏହାକୁ ମାଂସପେଶୀରେ (injection into a muscle) ବା ସଂକ୍ରମିତ ସ୍ଥାନରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅରୁଚି, ଅଇ, ପେଟ ଯନ୍ତ୍ରଣା, କାଶ, ଥକ୍କା ଅନୁଭବ, ମାଂସପେଶୀ ଯନ୍ତ୍ରଣା, ଅନିୟମିତ ହୃଦ୍‌ଗତି (irregular heartbeat) ଓ ବୃକ୍‌କ ସମସ୍ୟା (kidney problems) । ହୃତ୍‌ପିଣ୍ଡ, ଯକୃତ ବା ବୃକ୍‌କ ସମସ୍ୟା ଥିବା ଲୋକ ଏହା ବ୍ୟବ‌ହାର କରିବାକୁ ମନା କରାଯାଏ । ସ୍ତନ୍ୟପାନ (breastfeeding) ସମୟରେ ଏହା ଦେବା ଉଚିତ ନୁହେଁ । ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଆଲ (pentavalent antimonial) ଔଷଧ ଶ୍ରେଣୀର ଏହା ଏକ ଔଷଧ ।[୧]

ମେଗ୍ଲୁମିନ ଆଣ୍ଟିମୋନିଏଟ ସନ ୧୯୪୬ରେ ଡାକ୍ତରୀ ବ୍ୟବ‌ହାରରେ ଆରମ୍ଭ ହେଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହାର ଏକ ଭାଏଲର ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ୪.୩୨ ଆମେରିକୀୟ ଡଲାର ଥିଲା ।[୪] ଏହି ଔଷଧ ଦକ୍ଷିଣ ୟୁରୋପ ଓ ଲାଟିନ ଆମେରିକାରେ (Latin America) ମିଳେ କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 183. ISBN 9789241547659. Retrieved 8 December 2016.
  2. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 59. ISBN 9780470015520.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Meglumine Antimonate". International Drug Price Indicator Guide. Retrieved 8 December 2016.
  5. Bope, Edward T.; Kellerman, Rick D.; Rakel, Robert E. (2010). Conn's Current Therapy 2011: Expert Consult (in ଇଂରାଜୀ). Elsevier Health Sciences. p. 95. ISBN 143773572X.
  6. Gorbach, Sherwood L.; Bartlett, John G.; Blacklow, Neil R. (2004). Infectious Diseases (in ଇଂରାଜୀ). Lippincott Williams & Wilkins. p. 355. ISBN 9780781733717.