ମୁଖପକ୍ଷାଘାତ

ଉଇକିପିଡ଼ିଆ‌ରୁ
ମୁଖପକ୍ଷାଘାତ
ଜଣେ ମୁଖପକ୍ଷାଘାତ ରୋଗୀ ତାହାର ଦାନ୍ତ ଦେଖାଇବାକୁ ଓ ଆଖି ଭୁରୁ ଟେକିବାକୁ ଚେଷ୍ଟା କରୁଛି (ଛବିର ବାମ ପାର୍ଶ୍ୱ ବା ରୋଗୀର ଡାହାଣ ପାର୍ଶ୍ୱ); କପାଳ ପେଶୀ ମଧ୍ୟ ବାଦ ଯାଇନି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G51.0
ଆଇସିଡ଼ି-୯-ସିଏମ୍351.0
ରୋଗ ଡାଟାବେସ1303
ମେଡ଼ିସିନ-ପ୍ଲସ000773
ଇ-ମେଡ଼ିସିନemerg/56
Patient UKମୁଖପକ୍ଷାଘାତ
MeSHD020330

ମୁଖପକ୍ଷାଘାତ (ଇଂରାଜୀ ଭାଷାରେ ବେଲ୍ସ ପାଲ୍‌ସି/Bell's palsy) ଏକ ମୁଖସ୍ନାୟୁ ପକ୍ଷାଘାତ (facial paralysis) ରୋଗ ଯାହା ଫଳରେ ରୋଗୀ ନିଜର ମୁଖମଣ୍ଡଳର ମାଂସପେଶୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଅକ୍ଷମ ହୁଏ ।[୧] ଏହାର ଲକ୍ଷଣ ସାମାନ୍ୟରୁ ସାଂଘାତିକ ହୋଇପାରେ । ଏହି ଲକ୍ଷଣ ମଧ୍ୟରେ ମାଂସପେଶୀ ସ୍ଫୁରଣ (twitch), ଦୁର୍ବଳ ଓ ଗୋଟିଏ ପାଖ ବା ଉଭୟ ପାଖ ଚଳନ କରିବାକୁ ଅକ୍ଷମ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଖିପତା ଝୁଲିପଡ଼େ (drooping of the eyelid), ସ୍ୱାଦ ପରିବର୍ତ୍ତିତ ହୁଏ, କାନ ଚାରିପାଖରେ ଯନ୍ତ୍ରଣା ହୁଏ ଓ ଅଧିକ ଜୋରରେ ଶବ୍ଦ ଶୁଣାଯାଇପାରେ । ସ୍ୱାଭାବିକ ଭାବରେ ଏହାର ଲକ୍ଷଣ ୪୮ଘଣ୍ଟାରେ ପ୍ରକାଶ ପାଏ ।[୧]

ମୁଖପକ୍ଷାଘାତର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହାର ସଙ୍କଟ ଦାୟକ ରୋଗ: ମଧୁମେହ ଓ ସଦ୍ୟ ହୋଇଥିବା ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ । କ୍ରାନିଆଲ ସ୍ନାୟୁ ୭ର (ଫେସିଆଲ ସ୍ନାୟୁ) କାର୍ଯ୍ୟ ସଠିକ୍ ଭାବେ ନ ହେଲେ ଏହି ରୋଗ ହୁଏ । ଅନେକଙ୍କ ମତରେ ଭୁତାଣୁଜନିତ ସଂକ୍ରମଣ ଯୋଗୁ ଫୁଲିଯାଇ ଏହି ପରିସ୍ଥିତି ଉତ୍ପନ୍ନ ହୁଏ । ରୋଗୀର ମୁଖ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ ରୋଗ ନ ଥିବା ମଧ୍ୟ ଦେଖିବାକୁ ପଡ଼େ ।[୧] ଫେସିଆଲ ସ୍ନାୟୁ ଦୁର୍ବଳ କରୁଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ: ମସ୍ତିଷ୍କ ଅର୍ବୁଦ, ସ୍ଟ୍ରୋକ, ରାମସେ ହଣ୍ଟ ସିଣ୍ଡ୍ରୋମ (Ramsay Hunt syndrome) ଓ ଲାଇମ ରୋଗ[୨]

ଏହି ରୋଗ ସ୍ୱତଃ ଭଲ ହୋଇଯାଏ, ସାଧାରଣ ବା ପ୍ରାୟ ସାଧାରଣ ଅବସ୍ଥାକୁ ଆସିଯାଏ ।[୧] କର୍ଟିକୋସ୍ଟିରଏଡ (Corticosteroid) ଔଷଧ ଦେଲେ ଫଳାଫଳ ଉନ୍ନତ ହୁଏ ଓ ଭୁତାଣୁରୋଧୀ ଔଷଧ ସାମାନ୍ୟ ଅଧିକ ଉପକାର କରେ । [୩][୪] ଚକ୍ଷୁପ୍ୟାଚ୍ (eyepatch) ଦେଇ ବା ଚକ୍ଷୁ ଡ୍ରପ ପକେଇ ଆଖି ଶୁଖିଯିବାରୁ ରକ୍ଷା କରାଯାଏ । ସାଧାରଣତଃ ଅପରେଶନ ଆବଶ୍ୟକ ହୁଏନାହିଁ । ପ୍ରାୟ ୧୫ଦିନ ମଧ୍ୟରେ ଲକ୍ଷଣମାନଙ୍କର ଉନ୍ନତି ହୁଏ ଓ ୬ମାସ ମଧ୍ୟରେ ସମ୍ପୁର୍ଣ୍ଣ ଭଲ ହୋଇଯାଏ । ଅଳ୍ପ କେତେକ ଲୋକଙ୍କର ଆଦୌ ଭଲ ହୁଏନାହିଁ ବା ବାରମ୍ବାର ରୋଗ ଲେଉଟେ ।[୧]

ମୁଖର ଗୋଟିଏ ପାଖ ପକ୍ଷାଘାତ ରୋଗଙ୍କ ମଧ୍ୟରୁ ବେଲ୍ସ ପାଲ୍‌ସି ସବୁଠାରୁ ସାଧାରଣ ରୋଗ (୭୦%) ।[୨][୫] ବାର୍ଷିକ ପ୍ରତି ୧୦,୦୦୦ ଲୋକରେ ୧ରୁ ୪ ଜଣକୁ ଏହି ରୋଗ ଆକ୍ରମଣ କରେ ।[୨] ପ୍ରାୟ ୧.୫% ଲୋକଙ୍କ ଜୀବନରେ କେତେବେଳେ ହେଲେ ମଧ୍ୟ ଏହି ରୋଗ ଆକ୍ରମଣ କରେ ।[୬] ବୟସ ୧୫ରୁ ୬୦ ବର୍ଷ ମଧ୍ୟରେ ଏହି ରୋଗ ଲୋକଙ୍କୁ ହୁଏ । ପୁରୁଷ ଓ ମହୀଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଏହି ରୋଗର ଫେସିଆଲ ସ୍ନାୟୁ ସ‌ହ ସମ୍ପର୍କ ଥିବା କଥା ପ୍ରଥମେ ସ୍କଟିସ ଶଲ୍ୟ ଚିକିତ୍ସକ ଚାର୍ଲ୍‌ସ ବେଲ (Charles Bell; ୧୭୭୪–୧୮୪୨) ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ କରାଯାଇଛି । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Bell's Palsy Fact Sheet". NINDS. February 5, 2016. Archived from the original on 8 April 2011. Retrieved 8 August 2016.
  2. ୨.୦ ୨.୧ ୨.୨ Fuller, G; Morgan, C (31 March 2016). "Bell's palsy syndrome: mimics and chameleons". Practical neurology. PMID 27034243.
  3. Madhok, VB; Gagyor, I; Daly, F; Somasundara, D; Sullivan, M; Gammie, F; Sullivan, F (18 July 2016). "Corticosteroids for Bell's palsy (idiopathic facial paralysis)". The Cochrane database of systematic reviews. 7: CD001942. PMID 27428352.
  4. Gagyor, I; Madhok, VB; Daly, F; Somasundara, D; Sullivan, M; Gammie, F; Sullivan, F (9 November 2015). "Antiviral treatment for Bell's palsy (idiopathic facial paralysis)". The Cochrane database of systematic reviews (11): CD001869. PMID 26559436.
  5. Dickson, Gretchen (2014). Primary Care ENT, An Issue of Primary Care: Clinics in Office Practice, (in ଇଂରାଜୀ). Elsevier Health Sciences. p. 138. ISBN 9780323287173.
  6. Grewal, D. S. (2014). Atlas of Surgery of the Facial Nerve: An Otolaryngologist's Perspective (in ଇଂରାଜୀ). Jaypee Brothers Publishers. p. 46. ISBN 9789350905807.