ମୀରା ପରିଡ଼ା

ଉଇକିପିଡ଼ିଆ‌ରୁ
ମୀରା ପରିଡ଼ା
ଜନ୍ମ
ମାୟାଧର ପରିଡ଼ା

ଜାତୀୟତାଭାରତୀୟ
ବୃତ୍ତିରାଜନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ମୀ

ମୀରା ପରିଡ଼ା ଜଣେ ଭାରତୀୟ ହିଞ୍ଜଡ଼ା ରାଜନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ମୀ । ସେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା । ୨୦୧୯ ମସିହାରେ ବିଜୁ ଜନତା ଦଳର ମହିଳା ଶାଖା ବିଜୁ ମହିଳା ଜନତା ଦଳ (ବିଏମଜେଡି) ଦଳର ଉପସଭାପତି ଭାବେ ନିଯୁକ୍ତ ହୋଇଥିଲେ । ସେ ୨୦୧୬ରେ ୟୁନାଇଟେଡ଼ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନଡିପି), ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନ (ନାକୋ) ଏବଂ ଏଚଆଇଭି ଆଲାଏନ୍ସଦ୍ୱାରା ଭାରତର "ବେଷ୍ଟ ଟ୍ରାନ୍ସଜେଣ୍ଡର ଲିଡର" ପୁରସ୍କାର ସମେତ ସମଗ୍ର ଦେଶରେ ଏଚଆଇଭି ଏବଂ ଏଡସ୍ କବଳରୁ ଅସୁରକ୍ଷିତ ଅବହେଳିତ ଗୋଷ୍ଠୀର ଅଧିକାରର ସୁରକ୍ଷା ପାଇଁ ଅନେକ ପୁରସ୍କାର ଜିତିଛନ୍ତି । ସେ ଲିଙ୍ଗଗତ ଅଧିକାର ନିମନ୍ତେ ଓଡ଼ିଶାର ପ୍ରଥମ ଏଲଜିବିଟି ପରିଚାଳିତ ଅଣଲାଭକାରୀ ସଂଗଠନ ପ୍ରତିଷ୍ଠା କରିଥିଲେ । ସେ ବର୍ତ୍ତମାନ ଅଲ-ଓଡ଼ିଶା ଥାର୍ଡ଼ ଜେଣ୍ଡର ଟ୍ରଷ୍ଟର ମଧ୍ୟ ଅଧ୍ୟକ୍ଷା ଅଲ ଓଡ଼ିଶା କିନ୍ନର ମହାସଂଘର ମୁଖ୍ୟା । ୨୦୧୭ରେ ସେ ଖଦୀ ଉତ୍ପାଦ ଉତ୍ପାଦନ ୟୁନିଟ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଓଡ଼ିଶା ଖଦି ଏବଂ ଗ୍ରାମ ଶିଳ୍ପ ବୋର୍ଡଦ୍ୱାରା ୧୦ ଲକ୍ଷ ଟଙ୍କା ପାଇଥିଲେ । ଏକ ବ୍ୟାଙ୍କଦ୍ୱାରା ଋଣ ପାଇଁ ଅନୁମୋଦନ ପାଇଥିବା ସେ ଭାରତର ପ୍ରଥମ ହିଞ୍ଜଡ଼ା ଉଦ୍ୟୋଗୀ ।[୧][୨]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମୀରା ପରିଡ଼ା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସମୟର ନାମ ଥିଲା ମାୟାଧର ପରିଡ଼ା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଘରୁ ବାହାରି ଯାଇଥିଲେ ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ ଭିନ୍ନ ଭିନ୍ନ କାମ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Third gender seeks Assembly berth". Odisha News, Odisha Latest news, Odisha Daily - OrissaPOST. Orissa Post. 17 March 2019. Retrieved 17 August 2021.
  2. Gupta, Poorvi (1 April 2019). "BJD Appoints Transwoman Meera Parida As VP Of Mahila Wing - SheThePeople TV". She The People. Retrieved 17 August 2021.