ବିଲ କ୍ଲିଣ୍ଟନ

ଉଇକିପିଡ଼ିଆ‌ରୁ
ବିଲ କ୍ଲିଣ୍ଟନ
42nd President of the United States
କାର୍ଯ୍ୟକାଳ
January 20, 1993 – January 20, 2001
Vice PresidentAl Gore
ପୂର୍ବ ଅଧିକାରୀGeorge H. W. Bush
ପର ଅଧିକାରୀGeorge W. Bush
40th and 42nd Governor of Arkansas
କାର୍ଯ୍ୟକାଳ
January 11, 1983 – December 12, 1992
Lieutenant
ପୂର୍ବ ଅଧିକାରୀFrank D. White
ପର ଅଧିକାରୀJim Guy Tucker
କାର୍ଯ୍ୟକାଳ
January 9, 1979 – January 19, 1981
LieutenantJoe Purcell
ପୂର୍ବ ଅଧିକାରୀJoe Purcell (acting)
ପର ଅଧିକାରୀFrank D. White
Chair of the National Governors Association
କାର୍ଯ୍ୟକାଳ
August 26, 1986 – July 28, 1987
DeputyJohn H. Sununu
ପୂର୍ବ ଅଧିକାରୀLamar Alexander
ପର ଅଧିକାରୀJohn H. Sununu
50th Attorney General of Arkansas
କାର୍ଯ୍ୟକାଳ
January 3, 1977 – January 9, 1979
ରାଜ୍ୟପାଳ
ପୂର୍ବ ଅଧିକାରୀJim Guy Tucker
ପର ଅଧିକାରୀSteve Clark
ବ୍ୟକ୍ତିଗତ ସବିଶେଷ
ଜନ୍ମ
William Jefferson Blythe III

(1946-08-19) ଅଗଷ୍ଟ ୧୯, ୧୯୪୬ (ବୟସ ୭୭)
Hope, Arkansas, U.S.
ରାଜନୀତିକ ଦଳDemocratic
ଜୀବନ ସାଥୀ
(m. ୧୯୭୫)
ସନ୍ତାନChelsea
ବାପା/ବୋଉ
ଘରChappaqua, New York, U.S.
Washington, D.C., U.S.
ଶିକ୍ଷାGeorgetown University (BS)
University College, Oxford
Yale University (JD)
ପୁରସ୍କାରPresidential Medal of Freedom
ସନ୍ତକCursive signature of Bill Clinton in ink

ଉଇଲିଅମ ଜେଫରସନ କ୍ଲିଣ୍ଟନ (ଇଂରାଜୀ ଭାଷାରେ William Jefferson Clinton (ଜନ୍ମ ଉଇଲିଅମ ଜେଫରସନ ବ୍ଲାଇଦ ୩/ William Jefferson Blythe III; ଅଗଷ୍ଟ ୧୯, ୧୯୪୬) ଜଣେ ଆମେରିକୀୟ ରାଜନୀତିଜ୍ଞ ଥିଲେ ଓ ସନ ୧୯୯୩-୨୦୦୧ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ୪୨ତମ ପ୍ରେସିଡେଣ୍ଟ (president of the United States) ବା ସଭାପତି&nbsp:ଥିଲେ । ସଭାପତି ହେବା ପୂର୍ବରୁ ସେ ଆର୍କାନସେସର ଗଭର୍ଣ୍ଣର (governor of Arkansas (୧୯୭୯–୧୯୮୧ ଓ ୧୯୮୩–୧୯୯୨)) ଓ ଆର୍କନସାସ ଆଟର୍ଣ୍ଣି ଜେନେରାଲ (attorney general of Arkansas (୧୯୭୭–୧୯୭୯)) ଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ସେ ଡେମୋକ୍ରାଟିକ ପାର୍ଟିର ସଭ୍ୟ ଥିଲେ ଓ ନୂଆ ଡେମୋକ୍ରାଟ ଭାବରେ ପରିଚିତ ଥିଲେ ଓ ତାଙ୍କର ଅନେକ ନୀତି କେନ୍ଦ୍ରୀୟ ବା ତୃତୀୟ ପଥ (centrist "Third Way") ରାଜନୀତି ଦର୍ଶନ ପ୍ରଦର୍ଶନ କରୁଥିଲା । ପୂର୍ବତନ ସେକ୍ରେଟାରୀ ଅଫ ସ୍ଟେଟସ୍ ଓ ପୁର୍ବତନ ସିନେଟର ହିଲାରୀ କ୍ଲିଣ୍ଟନଙ୍କର ସେ ସ୍ୱାମୀ ଥିଲେ । ସନ ୧୯୯୮ରେ ହାଉସ ଅଫ ରିପ୍ରେଜେଣ୍ଟେଟିଭ ତାଙ୍କ ବିରୁଦ୍ଧରେ ମହାଅଭିଯୋଗ (Clinton was impeached) ପ୍ରସ୍ତାବ ଆଣିଥିଲେ । ହ୍ୱାଇଟ ହାଉସରେ ଥିବା ଜଣେ ୨୨ ବର୍ଷୀୟ ମହିଳା ମୋନିକା ଲେୱିନସ୍କି ସ‌ହ ପ୍ରେମ ସମ୍ପର୍କ କଥା ସେ ଲୁଚେଇ ଥିବାର ଅପରାଧ କରିଥିବା ଅଭିଯୋଗ ଆସଥିଲା । ୟୁନାଇଟେଡ ସ୍ଟେଟସ ସିନେଟ ତାଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଥିଲେ ଓ ତାଙ୍କର କାର୍ଯ୍ୟକାଳ ସଭାପତି ଆସନରେ ସମ୍ପୁର୍ଣ୍ଣ କରିଥିଲେ । ଆମେରିକାର ୧୩୦ ବର୍ଷର ଇତିହାସରେ ତାଙ୍କ ପୂର୍ବରୁ କେବଳ ଆଉ ଜଣେ ସଭାପତି ଆଣ୍ଡ୍ରୁ ଜନସନ ଏହିଭଳି ଅଭିଯୋଗର ସମ୍ମୁଖୀନ ହୋଇଥିଲେ ।

କ୍ଲିଣ୍ଟନ‌ ଆର୍କାନସାସରେ ଜନ୍ମ ଗ୍ରହଣ କରି ଜର୍ଜଟାଉନ ବିଶ୍ୱବିଦ୍ୟାଳୟ, (Georgetown University),[୧] ୟୁନିଭରସିଟି କଲେଜ ଅକ୍ସଫୋର୍ଡ଼ University College, ଓ ୟାଲେ ଲ ସ୍କୁଲରେ (Yale Law School) ଶିକ୍ଷା ଲାଭ କରିଥିଲେ । ୟାଲେଠାରେ ସେ ହିଲାରୀ ରୋଧାମଙ୍କୁ ଭେଟିଥିଲେ ଓ ସନ ୧୯୭୫ରେ ତାଙ୍କ ସ‌ହିତ ବିବାହ କରିଥିଲେ । ଲ ସ୍କୁଲର ଶିକ୍ଷା ସମାପ୍ତ କରିବା ପରେ ସେ ଆର୍କାନସାସକୁ ଫେରି ଆସି ଆଟର୍ନି ଜେନେରାଲ ଅଫ ଅର୍କାନସାସ ଇଲେକସନରେ ଜୟ ଲାଭ କରି ସେହି ପଦବୀରେଏ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ସେ ଆର୍କାନସାସର ଗଭର୍ଣ୍ଣର ହୋଇଥିଲେ । ସଭାପତି ଥିବା ସମୟରେ ସେ ଶିକ୍ଷା ପ୍ରଣାଳୀକୁ ପୁରା ବଦଳେଇ ଦେଇଥିଲେ ଓ ନ୍ୟାସନାଲ ଗଭର୍ଣ୍ଣର ଆସୋସିଏସନରୁ ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଥିଲେ । ତଦାନନ୍ତିନ ଜର୍ଜ ବୁଶଙ୍କୁ ପରାସ୍ତ କରି ସେ ସନ ୧୯୯୨ରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳର ଇତିହାସରେ ସେ ମାତ୍ର ୪୬ ବର୍ଷ ବୟସରେ ତୃତୀୟ ଯୁବ ପ୍ରେସିଡେଣ୍ଟ ନିର୍ବାଚିତ ହୋଇଥିଲେ ।

ଆମେରିକା ଇତିହାସରେ ସର୍ବାଧିକ କାଳ ସେ ଶାନ୍ତି କାଳ ଅର୍ଥନୈତିକ ବିସ୍ତାର ସମୟରେ ପ୍ରେସିଡେଣ୍ଟ ଥିଲେ । ସନ ୧୯୯୪ର ଇଲେକସନରେ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ନିମନ୍ତେ ୟୁନାଇଟେଡ ସ୍ଟେଟସ କଂଗ୍ରେସ ଉପରେ ରିପବ୍ଲିକାନ ପାର୍ଟି ୟୁନିଫାଏଡ କଣ୍ଟ୍ରୋଲ (won unified control) ଲାଭ କରିଥିଲା ।

ପ୍ରାକ୍ ଜୀବନ ଓ ପେଷା[ସମ୍ପାଦନା]

Clinton's birthplace in Hope, Arkansas
ସନ ଅଗଷ୍ଟ ୧୯, ୧୯୪୬ରେ ସେ ହୋପ ଆର୍କାନସାସର (Hope) ଜୁଲିଆ ଚେଷ୍ଟର ଡାକ୍ତରଖାନାରେ ଜନ୍ମ ଗ୍ରହଣ କରିଥିଲେ ଓ ସେତେବେଳେ ତାଙ୍କର ନାମ ଉଇଲିଅମ ଜେଫରସନ ବ୍ଲାଇଦ ୩ ରଖାଯାଇଥିଲା । [୨]



ଆଧାର[ସମ୍ପାଦନା]

  1. "William J. Clinton Biography and Interview". American Academy of Achievement.
  2. "Directory of Irish Genealogy: American Presidents with Irish Ancestors". Homepage.eircom.net. March 23, 2004. Retrieved August 30, 2011.