ମିକୋନାଜୋଲ
Clinical data | |
---|---|
Trade names | Desenex, Monistat, others |
AHFS/Drugs.com | monograph |
MedlinePlus | a601203 |
Pregnancy category |
|
Routes of administration | topical, vaginal, sublabial |
ATC code | |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.041.188 |
Chemical and physical data | |
Formula | C18H14Cl4N2O |
Molar mass | 416.127 g/mol |
3D model (JSmol) | |
Chirality | Racemic mixture |
| |
| |
(verify) |
ମିକୋନାଜୋଲ (ଇଂରାଜୀ ଭାଷାରେ Miconazole, ବିକ୍ରୟ ନାମ ମୋନିସ୍ଟାଟ/Monistat) ଏକ କବକରୋଧୀ ଔଷଧ ଯାହା ଚର୍ମ ଓ ଯୋନୀପଥରେ ହେଉଥିବା ଯାଦୁ (ringworm), ପିଟିରିଆସିସ ଭର୍ସିକଲର (pityriasis versicolor) ଓ କାଣ୍ଡିଡିଆସିସ (yeast infections) ରୋଗମାନଙ୍କରେ ଚିକିତ୍ସାରେ ବ୍ୟବହାର କରାଯାଏ ।[୧] କ୍ରିମ ବା ମଲମ ଆକାରରେ ଏହା ଚର୍ମରେ ବା ଯୋନୀପଥରେ ଲଗାଯାଏ ।[୧]
ମିକୋନାଜୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଲଗେଇବା ସ୍ଥାନରେ ଗଲୁ ବା ଜଳାପୋଡ଼ା ହୁଏ ।[୧] ଗର୍ଭାବସ୍ଥାରେ ଶିଶୁପ୍ରତି ଏହା ନିରାପଦ ଥିବା ଜଣାଯାଏ ।[୨] ଏହା ଇମିଡାଜୋଲ ଶ୍ରେଣୀର (imidazole) ଏକ ଔଷଧ । କବକର ଏର୍ଗୋସ୍ଟିରଲ (ergosterol) ତିଆରି କ୍ଷମତାକୁ ଏହି ଔଷଧ କମେଇଦେବାଦ୍ୱାରା ତାହାର କୋଷ ଝିଲ୍ଲୀ (cell membrane) ତିଆରିରେ ଅସୁବିଧା ହୁଏ । [୧]
ସନ ୧୯୬୮ରେ ମିକୋନାଜୋଲ ପେଟେଣ୍ଡେଡ ହୋଇ ସନ ୧୯୭୧ରେ ଡାକ୍ତରୀ ବ୍ୟବହାର ଆରମ୍ଭ କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୩୦ଗ୍ରାମ ଟ୍ୟୁବର ହୋଲସେଲ କ୍ରୟ ମୂଲ୍ୟ ପ୍ରାୟ ୦.୨୩ରୁ ୦.୬୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସା ଖର୍ଚ୍ଚ ୨୫ ଆମେରିକୀୟ ଡଲାରରୁ କମ୍ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Miconazole Nitrate". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 180. ISBN 9781284057560.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 502. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Miconazole Nitrate". International Drug Price Indicator Guide. Archived from the original on 10 May 2017. Retrieved 8 December 2016.