ମାଳବଲ୍ଲୀ ମହାଦେବସ୍ୱାମୀ

ଉଇକିପିଡ଼ିଆ‌ରୁ
ମାଳବଲ୍ଲୀ ମହାଦେବସ୍ୱାମୀ‌
ଜନ୍ମ (1959-06-16) ୧୬ ଜୁନ ୧୯୫୯ (ବୟସ ୬୪)[୧]
କୃଷ୍ଣପୁର, ମାଲାବାଲ୍ଲି, ମାଣ୍ଡ୍ୟା ଜିଲ୍ଲା, କର୍ଣ୍ଣାଟକ
ଶୈଳୀ
  • ଲୋକଗୀତ
  • ଭକ୍ତିଗୀତ
ପେଷା
  • କଣ୍ଠଶିଳ୍ପୀ
  • ଅଭିନେତା

କ୍ରିଷ୍ଣପୁରା ମଦୈୟାଃ ମହାଦେବସ୍ୱାମୀ ଜଣେ ଭାରତୀୟ ଲୋକଗୀତ ଗାୟକ ଯିଏକି ମାଳବଲ୍ଲୀ ମହାଦେବସ୍ୱାମୀ ଭାବରେ ଜଣାଶୁଣା । ସେ ମୁଖ୍ୟତଃ କନ୍ନଡ଼ ଭାଷାରେ ଗାଇଥାନ୍ତି ।[୨] ସେ ମନ୍ତସ୍ୱାମୀ, ସିଦ୍ଧପ୍ପାଜୀ ଏବଂ ମହାଦେଶ୍ୱର ଆଦିଙ୍କର ଭକ୍ତି ଗୀତ ପାଇଁ ଜଣାଶୁଣା ।।କର୍ଣ୍ଣାଟକ ସରକାର ତାଙ୍କୁ ରାଜ୍ୟୋତ୍ସବ ପ୍ରଶସ୍ତି ସମ୍ମାନରେ ସମ୍ମାନିତ କରିବା ସହିତ ମହୀସୂର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।[୩][୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାଦେବସ୍ୱାମୀ କର୍ଣ୍ଣାଟକମାଣ୍ଡ୍ୟା ଜିଲ୍ଲା ଅନ୍ତର୍ଗତ ମାଲାବାଲ୍ଲିସ୍ଥିତ କୃଷ୍ଣପୁର ଗାଁର ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଥିଲେ ଶେହନାଇ ମଦୈୟାଃ ଏବଂ ସୋବାନେ ମଞ୍ଚାମ୍ମା ।[୫]

ପେଷା[ସମ୍ପାଦନା]

ମହାଦେବସ୍ୱାମୀ କର୍ଣ୍ଣାଟକରେ ଜଣାଶୁଣା ମନ୍ତସ୍ୱାମୀ, ସିଦ୍ଧପ୍ପାଜୀ ଏବଂ ମହାଦେଶ୍ୱରଙ୍କ ଉପରେ ଗୀତ ଗାଇଛନ୍ତି, ଯାହା ପାଇଁ ସେ ଲୋକପ୍ରିୟ ଅର୍ଜନ କରିଛନ୍ତି ।[୬][୭] ସେ ଏସ୍. ଜାନକୀ, ବାଣୀ ଜୟରାମ, ସଂଗୀତା କଟ୍ଟି, ଏସ.ପି. ବାଲସୁବ୍ରମଣ୍ୟମ୍, ମଞ୍ଜୁଲା ଗୁରୁରାଜ ଆଦି ଜଣାଶୁଣା କଣ୍ଠଶୀଳ୍ପିମାନଙ୍କ ସହିତ ଗୀତ ଗାଇଛନ୍ତି ।

ସେ ସିଦ୍ଧପ୍ପାଜିୟା ପାବଡାଗାଲୁ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୮] ମହାଦେବସ୍ୱାମୀ ଆଜି ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି ।[୫]

ସମ୍ମାନ[ସମ୍ପାଦନା]

  • କର୍ଣ୍ଣାଟକ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ରାଜ୍ୟୋତ୍ସବ ପ୍ରଶସ୍ତି[୯]

ଆଧାର[ସମ୍ପାଦନା]

  1. Raghotthama Ho. Ba. (22 March 2022). "ಜಾನಪದವನ್ನು ಜನಪರಗೊಳಿಸಿದ ಮಹದೇವಸ್ವಾಮಿ". Vartha Bharati (in କନ୍ନଡ). Retrieved 19 October 2022.
  2. "Mysore University confers honorary doctorate on Puneeth Rajkumar posthumously". The Hindu. 22 March 2022.
  3. "Dr. Malavalli Mahadevaswamy". Star of Mysore. 18 October 2022.
  4. "University of Mysore to award Honorary Doctorate". Deccan Herald. 13 March 2022. Retrieved 19 October 2022.
  5. ୫.୦ ୫.୧ "'My good fortune to receive doctorate' – Folk singer Mahadevaswamy". Star of Mysore. 14 March 2022. Retrieved 19 October 2022.
  6. Sadananda R (14 August 2017). "A Fading Musical Tradition". Deccan Herald. Retrieved 19 October 2022.
  7. "ಪರಂಪರೆಯ ತರಬೇತಿ ನೀಡಲು ಸಿದ್ಧ: ಮಳವಳ್ಳಿ ಮಹದೇವಸ್ವಾಮಿ". Prajavani (in Kannada). 8 April 2022. Retrieved 19 October 2022.{{cite news}}: CS1 maint: unrecognized language (link)
  8. on Wynk Music "Sri Siddappaji Pavadagalu movie songs". Wynk.com. Retrieved 19 October 2022. {{cite web}}: Check |url= value (help)
  9. "Rajyotsava Prashasti winners". Karnataka Government Official Website. Retrieved 19 October 2022.