ମାରିଆମ ଭଟ୍ଟାଳିଳ

ଉଇକିପିଡ଼ିଆ‌ରୁ
Servant of God
Mariam Vattalil
F.C.C.
Religious
Born(1954-01-29)୨୯ ଜାନୁଆରୀ ୧୯୫୪
Pulluvazhy, Ernakulam district, Travancore-Cochin (now Kerala), India
Died୨୫ ଫେବୃଆରୀ ୧୯୯୫(1995-02-25) (ବୟସ ୪୧)
Nachanbore Hill, Indore, Madhya Pradesh, India
Venerated inRoman Catholic Church
AttributesReligious habit
Patronage
  • Aid workers
  • Missionaries

ମାରିଆମ ଭଟ୍ଟାଳିଳ (29 ଜାନୁଆରୀ 1954 - 25 ଫେବୃଆରୀ 1995 ) ) ଜଣେ ଭାରତୀୟ ରୋମାନ କଥୋଲିକ ଧର୍ମ ଯାଜିକା ତଥା ସମାଜ ସେବିକା ଥିଲେ । ସେ ଫ୍ରାନସିସକାନ କ୍ଲାରିଷ୍ଟ ସମଷ୍ଟିରେ ରହି ଦରିଦ୍ରମାନଙ୍କ ସେବା ଇନ୍ଦୋରଠାରେ ଡାଇସେସରେ କରୁଥିଲା । ତାଙ୍କର ଧାର୍ମିକ ନାମ "ରାଣୀ ମାରିଆ" ରହିଥିଲା ଓ ସେ ଜଣେ "ନନ" ହୋଇଥିଲେ ।

ତାଙ୍କର ସେବାକୁ ପ୍ରବେଶ 2003 ମସିହାରେ ହେଇ ତାଙ୍କୁ " ଭଗବାନଙ୍କ ସେବିକା : ଉପାଧିଷ୍ଠ କରାଯାଇଥିଲା । 

ଜୀବନୀ [ସମ୍ପାଦନା]

ଭଟ୍ଟାଳିଳ  ଙ୍କ ପିତା ପାଇଲି ଓ ମାତା ଏଲିସବା ଭିତ୍ତଳିଳ ଥିଲେ । ସେ କେରଳ ରାଜ୍ୟରେ 1954 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବପ୍ତିଜମ ସେଣ୍ଟ ଥୋମାସ ଚର୍ଚରେ 5 , ଫେବ୍ରୁୟାରୀରେ ହେଇଥିଲା । ସେ ମାଧ୍ଯମିକ ଶିକ୍ଷା ସମାପ୍ତ କଳା ପରେ ଫ୍ରାନସିକାନ କ୍ଲାରେଟ ଗୋଷ୍ଠୀରେ ଯୋଗଦାମ କରି 'ରାଣୀ ମାରୀୟା' ନାମ ଗ୍ରହଣ କରିଥିଲେ , ସେ ତାଙ୍କର ଚୁଡାନ୍ତ ପ୍ରତିଙ୍ଗ୍ୟା 22 ମଯ 1980ରେ ଗହନ କରିଥିଲେ । 

ଭଟ୍ଟାଳିଳ ବିଜନୋରଠାରେ 1975ରେ ସେବା କଲେ ଓ ସେଣ୍ଟ ମାରି କାନଭେଣ୍ଟରେ 1992 ମସିହା ଯାଏ ରହିବା ପରେ ଉଦୟନଗରକୁ ବଦଳି ହେଇଥିଲେ । 

25 ଫେବୃଆରୀ 1995ରେ ତାଙ୍କୁ ସେ ଇନ୍ଦୋରର ନଚାନ୍ୱୋର ପାହାଡ ନିକଟରେ ବସ ଯୋଗେ ଆସୁଥିବା ବେଳେ  ସମନ୍ଦର ସିଂହ ନାମକ ଜଣେ ପେଷାଦାର ହତ୍ୟାକାରୀ ଛୁରି ଭୁଶି ହତ୍ୟା କରିଥିଲେ ।40ଟି ଗୁରୁତର ଆଘାତ ପାଇବା ପରେ ମଧ୍ୟ ସେ " ଯୀଶୁ "ଙ୍କୁ ଡାକି ଡାକି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।  [୧][୨][୩][୪] ଭୂମିହିନ କୃଷିଜୀବୀଙ୍କ ସହ ସେ କାର୍ଯ୍ୟ କରୁଥିବାରୁ କିଛି ଖଳପ୍ରକୃତି ଜମି ମାଲିକ ତାଙ୍କର ହତ୍ୟା କରେଇଥିଲେ । [୧][୨][୪]

କାର୍ଡିନାଲ ଓଶ୍ୱଲ୍ଡ ଗ୍ରାସିଆସ ତାଙ୍କର କାର୍ଯ୍ୟକୁ " ଦରିଦ୍ର ଓ ଦଳିତ ଜନତାଙ୍କ ପାଇଁ ସାହସିକ ଭାବରେ ସେବା କରୁଥିଲେ "[୫] ବୋଲି କହିଥିଲେ । ଏରଣାକୁଲମଠାରେ ତାଙ୍କ ନାମରେ ଏକ ସଂଗ୍ରହାଳୟ ରହିଛି । 

ଜନସଂସ୍କୃତି ରେ [ସମ୍ପାଦନା]

ତାଙ୍କୁ ହତ୍ୟା କରିଥିବା ସମନ୍ଦର ସିଂହଙ୍କ କାପୁରୁଷତା ଓ ଜଘନ୍ୟତାକୁ ନେଇ " The Heart of a murderer " ନାମକ ଡକୁମେନ୍ତରି ଫିଲ୍ମ ନିର୍ମିତ ହେଇ 2013 ମସିହାରେ ବିଶ୍ୱ ଅନ୍ତର- ଧର୍ମ ସମନ୍ନ୍ୟୟ ଫିଲ୍ମ ଫେଷ୍ଟଭାଲରେ ପୁରସ୍କୃତ ହେଇଥିଲା । 

Beatification process[ସମ୍ପାଦନା]

ରୋମ ସହରରେ ତାଙ୍କ ପାଇଁ " ନିହିଲ ଅବସ୍ତାତ " ବା nothing against"2007  ମସିହା  ରେ କରାଯାଇ ତାଙ୍କୁ ମରଣୋତ୍ତର CCS ପ୍ରଦାନ କରାଯାଇଥିଲା । [୧][୬][୭]

ଆଧାର [ସମ୍ପାଦନା]

  1. ୧.୦ ୧.୧ ୧.୨ The Herald of India, February 2010.
  2. ୨.୦ ୨.୧ Vatican Radio, 28 February 2011. Archived 21 April 2013 at Archive.is
  3. Francis Arackal, Thoughts For The Upper Room, St Pauls BYB, 2005, ISBN 8171097081, [https://books.google.com/books?id=GSVYk91nlxUC&pg=PA200 p. 200.
  4. ୪.୦ ୪.୧ C. P. Varkey, Healing The Heart Of Emotional Wounds, St Pauls BYB, 2004, ISBN 8171093019, [https://books.google.com/books?id=4HFrzmGPmWkC&pg=PA120&lpg=PA120 p. 120.
  5. The Vatican Today, 6 February 2012.
  6. UCA News, 28 February 2011.
  7. Indian Express, Oct 2008.

ବାହାର ଲିଙ୍କ [ସମ୍ପାଦନା]