ମାମୋଗ୍ରାଫି

ଉଇକିପିଡ଼ିଆ‌ରୁ
Mammography
ହସ୍ତକ୍ଷେପ
A women getting a mammogram

ମାମୋଗ୍ରାଫି ଏକ ପ୍ରକାର ନିମ୍ନ-ମାତ୍ରା ରଞ୍ଜନରଶ୍ମି ଯାହା ସ୍ତନରେ ସ୍ତନ କର୍କଟ ଖୋଜିବା ପାଇଁ ବ୍ୟବ‌ହାର କରାଯାଏ ।[୧] ରୋଗ ନିର୍ଣ୍ଣୟ ପାଇଁ ଲକ୍ଷଣ ଥାଉ, କିମ୍ବା ନ ଥାଉ, ସ୍କ୍ରିନିଂ ନିମନ୍ତେ ଏହା କରାଯାଇପାରେ ।[୧] ଏହି ପରୀକ୍ଷାର ଲକ୍ଷ୍ୟ ହେଉଛି, କର୍କଟ ରୋଗର ଶୀଘ୍ର ଚିହ୍ନଟ, ଯାହା ଫଳରେ ଶୀଘ୍ର ଚିକିତ୍ସା କରାଯାଇ ଫଳାଫଳରେ ଉନ୍ନତି ଆଣିବ।[୧] ଅନୁସନ୍ଧାନ ସମ୍ବନ୍ଧରେ ସ୍ତନ ପିଣ୍ଡୁଳା ଏବଂ କିଛି କ୍ୟାଲସିୟମର କ୍ଷେତ୍ର ମିଳିଲେ ଚିନ୍ତା ଜନ‌କ ହୁଏ ।[୧] ଯେତେବେଳେ ଚିନ୍ତା ଅଧିକ ହୁଏ ମେଡିକାଲ୍ ଇମେଜିଙ୍ଗ୍ କିମ୍ବା ବାୟୋପସି କରାଯାଏ ।[୧]

ସାଧାରଣ ମହିଳାଙ୍କ ପାଇଁ ଯୁକ୍ତରାଷ୍ଟ୍ର ପ୍ରତିରୋଧକ ସେବା ଟାସ୍କ ଫୋର୍ସ (USPSTF) ୨୦୧୬ ମସିହାରେ ୫୦ରୁ ୭୪ ବର୍ଷ ବୟସ୍କ ମହିଳାଙ୍କର ପ୍ରତି ଦୁଇ ବର୍ଷରେ ଥରେ ମାମୋଗ୍ରାଫି କରିବାକୁ ସୁପାରିଶ କରିଥିଲା ।[୨] ଆମେରିକୀୟ କଲେଜ ଅଫ୍ ରେଡିଓଲୋଜି ୪୦ ବର୍ଷ ବୟସରୁ ବାର୍ଷିକ ସ୍କ୍ରିନିଂ କରିବାକୁ ସୁପାରିଶ କରୁଥିବାବେଳେ ଆମେରିକୀୟ କ୍ୟାନସର ସୋସାଇଟି ୪୫ ବର୍ଷ ବୟସରେ ଆରମ୍ଭ କରିବାକୁ ଏବଂ ୫୫ ବର୍ଷ ବୟସରେ ପ୍ରତି ଦୁଇ ବର୍ଷରେ ଥରେ କରିବାକୁ ପରାମର୍ଶ ଦେଇଥାଏ ।[୩] [୪] [୫] କାନାଡିଆନ ଟାସ୍କ ଫୋର୍ସ ୫୦ରୁ ୭୪ ବର୍ଷ ମଧ୍ୟରେ ପ୍ରତି ୨ରୁ ୩ ବର୍ଷରେ ଥରେ ମ୍ୟାମୋଗ୍ରାଫି ସୁପାରିଶ କରୁଥିବାବେଳେ ୟୁରୋପୀୟ କମିଶନ ୫୦ରୁ ୬୯ ବର୍ଷ ମଧ୍ୟରେ ଏହାକୁ ସୁପାରିଶ କରନ୍ତି ।[୬] [୭]

ଅତ୍ୟଧିକ ରୋଗ ନିର୍ଣ୍ଣୟ, ଉଦ୍‌ବେଗ, ଅନାବଶ୍ୟକ ଅସ୍ତ୍ରୋପଚାର ଏବଂ ବିକିରଣ ଜନିତ ସ୍ତନ କର୍କଟର ଅଳ୍ପ ବୃଦ୍ଧି ସଙ୍କଟ ରହିପାରେ ।[୨] ପରୀକ୍ଷା ଫଳ ମଧ୍ୟ ମିଥ୍ୟା ନକାରାତ୍ମକ ହୋଇପାରେ, ଫଳସ୍ୱରୂପ ପ୍ରକୃତ କର୍କଟ ରୋଗ ଚିହ୍ନଟରୁ ବଞ୍ଚିତ ହୁଏ ।[୨] ୨୦୧୩ ମସିହାରେ 'କୋକ୍ରେନ' ପରୀକ୍ଷା କରି ସ୍ତନ କର୍କଟ ଯୋଗୁ ବଞ୍ଚିବା ହାର କିମ୍ବା ମୃତ୍ୟୁହାର ଉପରେ ସ୍କ୍ରିନିଂର କୌଣସି ପ୍ରଭାବ ରହୁଥିବା ପାଇଲେ ନାହିଁ ।[୮] ୨୦୧୨ ମସିହାରେ ସେମାନେ ବୈଶ୍ୱିକ ସ୍କ୍ରିନିଂର ଆବଶ୍ୟକତା ଉପରେ ପ୍ରଶ୍ନ ଉଠେଇଥିଲେ ।[୯] ଯୁକ୍ତରାଷ୍ଟ୍ରରେ ବର୍ଷକୁ ଅତି କମରେ ୩୯ ନିୟୁତ ମାମୋଗ୍ରାଫି କାର୍ଯ୍ୟ କରାଯାଏ ।[୧୦] ଯୁକ୍ତରାଷ୍ଟ୍ରରେ ପ୍ରତି ପରୀକ୍ଷାର ମୂଲ୍ୟ ପ୍ରାୟ ୧୦୦ ଡଲାର ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Mammograms | Office on Women's Health". www.womenshealth.gov. Archived from the original on 29 July 2022. Retrieved 1 August 2022.
  2. ୨.୦ ୨.୧ ୨.୨ "Recommendation: Breast Cancer: Screening | United States Preventive Services Taskforce". www.uspreventiveservicestaskforce.org. Archived from the original on 7 July 2022. Retrieved 1 August 2022.
  3. Monticciolo, Debra L.; Malak, Sharp F.; Friedewald, Sarah M.; Eby, Peter R.; Newell, Mary S.; Moy, Linda; Destounis, Stamatia; Leung, Jessica W.T.; Hendrick, R. Edward (September 2021). "Breast Cancer Screening Recommendations Inclusive of All Women at Average Risk: Update from the ACR and Society of Breast Imaging". Journal of the American College of Radiology. 18 (9): 1280–1288. doi:10.1016/j.jacr.2021.04.021.
  4. "ACS Breast Cancer Screening Guidelines". www.cancer.org (in ଇଂରାଜୀ). Archived from the original on 9 April 2022. Retrieved 1 August 2022.
  5. "New American Cancer Society Breast Cancer Screening Guidelines Recommend Mammograms Start at 45". www.breastcancer.org. Archived from the original on 1 April 2022. Retrieved 1 August 2022.
  6. "Canadian Task Force on Preventive Health Care | Breast Cancer—Patient FAQ". canadiantaskforce.ca. Archived from the original on 25 July 2021. Retrieved 1 August 2022.
  7. Peintinger, Florentia (2019). "National Breast Screening Programs across Europe". Breast Care. 14 (6): 354–358. doi:10.1159/000503715.
  8. Gøtzsche PC, Jørgensen KJ (June 2013). "Screening for breast cancer with mammography". The Cochrane Database of Systematic Reviews. 6 (6): CD001877. doi:10.1002/14651858.CD001877.pub5. PMC 6464778. PMID 23737396.
  9. "Mammography-leaflet; Screening for breast cancer with mammography" (PDF). Archived from the original (PDF) on 2012-09-05. Retrieved 2012-06-24.
  10. Health, Center for Devices and Radiological (1 July 2022). "MQSA National Statistics". FDA (in ଇଂରାଜୀ). Archived from the original on 14 July 2022. Retrieved 1 August 2022.
  11. Langreth, Robert. "Too Many Mammograms". Forbes (in ଇଂରାଜୀ). Archived from the original on 2 August 2022. Retrieved 1 August 2022.