ସ୍ତନ ପିଣ୍ଡୁଳା

ଉଇକିପିଡ଼ିଆ‌ରୁ
ସ୍ତନ ପିଣ୍ଡୁଳା (Breast mass)
Breast lump, breast tumor
ସ୍ତନ ପିଣ୍ଡୁଳା, ଭିତରକୁ ପଶିଯାଇଥିବା ସ୍ତନ ଓ ଚର୍ମରେ କ୍ଷୁଦ୍ର ଗର୍ତ୍ତ । ଏକ ସ୍ତନ କର୍କଟ ରୋଗ ।
ବିଭାଗସ୍ତ୍ରୀ ରୋଗ (Gynecology)
ଲକ୍ଷଣସ୍ତନର ଗୋଟିଏ ଅଂଶକୁ ଛୁଇଁଲେ ଅନ୍ୟ ସ୍ଥାନ ଅପେକ୍ଷା ଭିନ୍ନ ପ୍ରକାର ଅନୁଭବ ହୁଏ ।[୧]
କାରଣଫାଇବ୍ରୋସିସ୍ଟିକ ପରିବର୍ତ୍ତନ (Fibrocystic change), ଫାଇବ୍ରୋଆଡେନୋମା (fibroadenomas), ସ୍ତନ ସଂକ୍ରମଣ (breast infection), ଗାଲାକ୍ଟୋସିଲ (galactoceles), ସ୍ତନ କର୍କଟ[୧]
ରୋଗ ନିର୍ଣ୍ଣୟ ପଦ୍ଧତିସ୍ତନ ପରୀକ୍ଷା (Examination), ମେଡିକାଲ ଇମେଜିଙ୍ଗ (medical imaging), (tissue biopsy)[୨]
ଚିକିତ୍ସାକାରଣ ଅନୁସାରେ [୧]
ପୁନଃପୌନିକସାଧାରଣ[୨]

ସ୍ତନ ପିଣ୍ଡୁଳା (ଇଂରାଜୀ ଭାଷାରେ breast mass ବା breast lump) ରୋଗରେ ସ୍ତନ ଭିତରେ କୌଣସି ସ୍ଥାନରେ ପିଣ୍ଡୁଳା (swellings) ଥାଏ ବା ଛୁଇଁଲେ ଅନ୍ୟ ସ୍ଥାନ ଅପେକ୍ଷା ଭିନ୍ନ ଅନୁଭବ ଲାଗେ ।[୧] ସ୍ତନ ଯନ୍ତ୍ରଣା, ସ୍ତନାଗ୍ର ସ୍ରାବ (nipple discharge) ବା ଚର୍ମ ପରିବର୍ତ୍ତିତ ହୋଇଥାଏ ।[୧] ପିଣ୍ଡୁଳାଟି ଟାଣ ହୋଇଥିଲେ, ସହାଜରେ ଘୁଞ୍ଚେଇ ହେଉନଥିଲେ, ଅନିୟମିତ ଆକାର ଥିଲେ ବା ପାଖ ତନ୍ତୁମାନଙ୍କ ସ‌ହିତ ସଂଯୁକ୍ତ ହୋଇଥିଲେ ଚିନ୍ତାର ବିଷୟ ହୁଏ ।[୨]

ଫାଇବ୍ରୋସିସ୍ଟିକ ପରିବର୍ତ୍ତନ (Fibrocystic change), ଫାଇବ୍ରୋଆଡେନୋମା (fibroadenomas), ସ୍ତନ ସଂକ୍ରମଣ (breast infection), ଗାଲାକ୍ଟୋସିଲ (galactoceles), ସ୍ତନ କର୍କଟ ଇତ୍ୟାଦି କାରଣମାନଙ୍କ ଯୋଗୁଁ ଏହି ଲକ୍ଷଣ ଦେଖାଯାଇପାରେ ।[୧] ସ୍ତନ ପିଣ୍ଡୁଳା ରୋଗୀଙ୍କ ମଧ୍ୟରୁ ୧୦% କେଶ ସ୍ତନ କର୍କଟ ରୋଗୀ ଥାଆନ୍ତି ।[୧] ସ୍ତନ ପରୀକ୍ଷା (Examination), ମେଡିକାଲ ଇମେଜିଙ୍ଗ (medical imaging), (tissue biopsy) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୨] ଫାଇନ ନିଡଲ ଆସ୍ପିରେସନ ବାୟୋପ୍ସି (fine needle aspiration biopsy) ସାହାଯ୍ୟରେ ତନ୍ତୁ ବାୟୋପ୍ସି କରାଯାଏ ।[୩] ବାରମ୍ବାର ପରୀକ୍ଷା କରିବା ଆବଶ୍ୟକ ହୋଇପାରେ ।[୨]

କାରଣ ଅନୁସାରେ ଚିକିତ୍ସା କରାଯାଏ ।[୧] ସାଧାରଣ ଯନ୍ତ୍ରଣା ନିବାରକ ଔଷଧଠାରୁ ଆରମ୍ଭ କରି ଅପରେଶନ ପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ ହୋଇପାରେ ।[୧] କେତେକ ଲକ୍ଷଣ ଆପେ ଆପେ ଭଲ ହୋଇଯାଏ ।[୪] ସ୍ତନ ପିଣ୍ଡୁଳା ଏକ ସାଧାରଣ ବେମାରୀ ।[୨] ସ୍ତନ କର୍କଟ ହେବା ସମ୍ଭାବନା ସର୍ବାଧିକ ଥାଏ ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Breast Masses (Breast Lumps)". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 29 October 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Klein, S (1 May 2005). "Evaluation of palpable breast masses". American Family Physician. 71 (9): 1731–8. PMID 15887452.
  3. Yu, YH; Wei, W; Liu, JL (25 January 2012). "Diagnostic value of fine-needle aspiration biopsy for breast mass: a systematic review and meta-analysis". BMC Cancer. 12: 41. doi:10.1186/1471-2407-12-41. PMC 3283452. PMID 22277164.{{cite journal}}: CS1 maint: unflagged free DOI (link)
  4. "Breast lumps". NHS. 2017-10-20. Retrieved 29 October 2018.
  5. Hindle, William H. (2012). Breast Care: A Clinical Guidebook for Women's Primary Health Care Providers (in ଇଂରାଜୀ). Springer Science & Business Media. p. 12. ISBN 9781461221449.
  6. Salzman, B; Fleegle, S; Tully, AS (15 August 2012). "Common breast problems". American Family Physician. 86 (4): 343–9. PMID 22963023.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ